ରିଲିଜ ହେଲା 'ୱାର୍ଲ୍ଡ ଫେମସ ଲଭର'ର ଟିଜର...ପୁଣି ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ବିଜୟ ଦେବରାକୋଣ୍ଡା

Published By : Prameya-News7 Bureau | January 05, 2020 IST

ମୁମ୍ବାଇ୫|୧: ତେଲୁଗୁ ସୁପରଷ୍ଟାର୍ ତଥା ଭିନ୍ନ ସ୍ବାଦର ଫିଲ୍ମ କରିବା ପାଇଁ ଜଣାଶୁଣା ଅଭିନେତା ବିଜୟ ଦେବରାକୋଣ୍ଡାଙ୍କର ସମଗ୍ର ଦେଶରେ ଅସଂଖ୍ୟ ଫ୍ୟାନ୍ସ ଅଛନ୍ତି।ଖୁବ ସମୟ ମଧ୍ୟରେ ବିଜୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି। ଲକ୍ଷ ଲକ୍ଷ ଝିଅଙ୍କ ଦିଲରେ ରାଜ କରନ୍ତି ବିଜୟ। ସୁପରହିଟ୍‌ ଫିଲ୍ମ ଅର୍ଜୁନ ରେଡ୍ଡିରେ ଅଭିନୟ କରିବା ପରେ ସେ ଖୁବ ପ୍ରତିଷ୍ଠା ହାସଲ କରିଛନ୍ତି। ଲୋକପ୍ରିୟ ଅଭିନେତା ବିଜୟଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର।

{"id":207120,"sizeSlug":"large"}

ସାଉଥ୍‌ ସୁପରଷ୍ଟାର ବିଜୟ ଦେଭରାକୋଣ୍ଡା ଆଉ ଏକ ଜବରଦସ୍ତ ଫିଲ୍ମ ନେଇ ଆସିଛନ୍ତି। ଫିଲ୍ମର ନାଁ ହେଉଛି 'ୱାର୍ଲ୍ଡ ଫେମସ ଲଭର'। ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ଟିଜର ଦେଖି ଦର୍ଶକ ବିଜୟଙ୍କ ପୂର୍ବ ଫିଲ୍ମ 'ଅର୍ଜୁନ ରେଡ୍ଡୀ' କଥା ମନେ ପକାଇଛନ୍ତି। 'ୱାର୍ଲ୍ଡ ଫେମସ ଲଭର'ର ଟିଜର ରିଲିଜ ହେଉ ହେଉ ଚର୍ଚ୍ଚାରେ ଅଛି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ବିଜୟ ପରଦାରେ ନିଆଁ ଲଗାଇବା। ନିଜ ଅଭିନୟ ଦ୍ବାରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ବିଜୟଙ୍କ ଫିଲ୍ମ ନେଇ ଦର୍ଶକ ସବୁବେଳେ ଉତ୍ସାହିତ ଥାନ୍ତି।

{"id":207121,"sizeSlug":"large"}

'ଅର୍ଜୁନ ରେଡ୍ଡୀ' ଫିଲ୍ମରେ ବିଜୟଙ୍କ ଗେଟ୍‌ଅପ୍‌ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏହି ଫିଲ୍ମରେ ମଧ୍ୟ ବିଜୟଙ୍କୁ ଠିକ୍‌ ସେହିଭଳି ଭାବେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ୪ ଜଣ ଅଭିନେତ୍ରୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିଜୟଙ୍କ ଆଗାମୀ ଫିଲ୍ମ 'ୱାର୍ଲ୍ଡ ଫେମସ ଲଭର'ର କାହାଣୀ ଏକ କ୍ରିଟିକାଲ ଲଭ୍‌ ଷ୍ଟୋରୀକୁ ନେଇ ହୋଇଛି।

{"id":207122,"sizeSlug":"large"}

ଫିଲ୍ମରେ ବିଜୟଙ୍କ ବ୍ୟତୀତ ଅଭିନେତ୍ରୀ ରାଶି ଖନ୍ନା, ଐଶ୍ୱର୍ଯ୍ୟା ରାଜେଶ, ଇଜାବେଲ୍‌ ଲିଟି ଓ କେଥରୀନ ଟ୍ରେସାଙ୍କୁ ଦେଖିବାକୁ ମିଳିବ। ଫେବୃଆରୀ ମାସ ୧୪ ତାରିଖ ତଥା ଭାଲେଣ୍ଟାଇନ୍‌ ଡେ'ରେ ଏହି ଫିଲ୍ମଟି ବଡ଼ ପରଦାରେ ରିଲିଜ ହେବ ବୋଲି କୁହାଯାଉଛି।

wp:core-embed/youtube {"url":"https://www.youtube.com/watch?v=nYNY7kVzPX0","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=nYNY7kVzPX0
/wp:core-embed/youtube wp:heading {"level":5}
 
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.