ଆରମ୍ଭ ହୋଇଛି ଢେଙ୍କାନାଳର ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା : ୫ଲକ୍ଷରୁ ଅଧକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା

Published By : Prameya-News7 Bureau | February 18, 2019 IST

ଢେଙ୍କାନାଳ୧୮|୨: ଆରମ୍ଭ ହୋଇଛି ଢେଙ୍କାନାଳର ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା ।  ଏଥିପାଇଁ ମହିମାଧର୍ମର ମୁଖ୍ୟପୀଠ ଯୋରନ୍ଦା ସ୍ଥିତ ମହିମାଗାଦି ଚଳଚଞ୍ଚଳ । ୪ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୫ଲକ୍ଷରୁ ଅଧକ ଶ୍ରଦ୍ଧାଳୁଙ୍କ ସମାଗମ ଆଶା କରାଯାଉଛି । ଯୋରନ୍ଦାକୁ ମହିମା ଧର୍ମୀ ସାଧୁ ସନ୍ୟାସୀ  ଓ ଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟିବାରେ ଲାଗିଛି  ।  ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୮ପ୍ଲାଟୁନ୍ ପୁଲିସ ଫୋର୍ସ ମୃତୟନ କରାଯାଇଛି …..

{"id":86508,"width":597,"height":444}

ମହିମା ଅଲେଖ ଧୂନୀରେ ପ୍ରକମ୍ପିତ ସାରା ଅଞ୍ଚଳ । ମାଘ ଶୁକ୍ଲପକ୍ଷ ଚତୁଦର୍ଶୀରେ ଢେଙ୍କାନାଳ ଯୋରନ୍ଦାରେ ବିଶ୍ବପ୍ରସିଦ୍ଧ ମେଳା ଆରମ୍ଭ । ଏଥିପାଇଁ ମହିମା ଧର୍ମବଲାମୀଙ୍କ ପ୍ରସିଦ୍ଧ ଯୋରନ୍ଦା ଗାଦି ଚଳଚଞ୍ଚଳ ହୋଇଉଠିଛି। ମେଳାରେ ସାମିଲ ହେବାକୁ ଦେଶର ବିଭିନ୍ନ ପ୍ରାନ୍ତରରୁ ମହିମା ସନ୍ୟାସୀ ଓ ଶ୍ରଦ୍ଧାଳୁ ମାନଙ୍କ ଆଗମନ ହୋଇଛି । ଚଳିତ ବର୍ଷ ମହିମା ଧର୍ମର ୧୪୬ତମ ପ୍ରଭୁ ପୂର୍ଣ୍ଣିମା ତଥା ବାର୍ଷିକ ଉତ୍ସବ ପାଳିତ ହେଉଛି ।  ଆସନ୍ତାକାଲି  ଗୁରୁପୂର୍ଣ୍ଣିମା ଉତ୍ସବ ପରେ ମହିମା ସାଧୁମାନେ ମେଳା ଉଦଯାପିତ କରିବେ। ତେବେ ସ୍ଥାନୀୟ ବାସିନ୍ଦା ଏହି ମେଳାକୁ ୪ଦିନ ବ୍ୟାପି ବେଶ ଧୁମ୍ ଧାମରେ ପାଳିବେ ।

{"id":86509,"width":598,"height":444}

ପରଂପରା ମୁତାବକ ବଡି ଭୋରରୁ ମହିମା ପ୍ରଭୁଙ୍କର ନିତିକାନ୍ତି ସହ ପ୍ରଭୁ ଶୂନ୍ୟଦେହିଙ୍କ ଅଖଣ୍ଡ ଧୂନୀ ରେ ମହଣ ମହଣ ଘୃତାହୃତି ଦିଆଯାଇଛି । ଝାଡ଼ଦୀପ ମୁଖ୍ୟ ଗାଦିରେ ଚାରିଦ୍ବାର ରେ ପ୍ରଜ୍ଵଳନ କରାଯାଇଛି । ଶୁନ୍ୟ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ମଧ୍ୟ ହୋଇଛି । ମହିମା ସନ୍ୟାସୀ ମାନେ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହ ମାନସିକଧାରୀ ମାନେ ମୁଣ୍ଡନ ହୋଇଛନ୍ତି । ସlଧୁ ସନ୍ୟାସୀଙ୍କର ଭଜନ କିର୍ତ୍ତନରେ ପୁରା ପରିବେଶ ଆଧ୍ୟାତ୍ମିକ ମୟ ହୋଇଉଠିଛି ।

{"id":86510,"width":596,"height":443}

ଜଗତରହିତ ସାଧନ ପାଇଁ ସବୁବେଳେ ପ୍ରାର୍ଥନା କରୁଥିବା ଏହି ମହିମା ସନ୍ୟାସୀ ମାନଙ୍କ ଅଲେଖ ମହିମା ସରଣ ଧ୍ବନୀ ରେ ସଂପୂର୍ଣ୍ଣ ମହିମା ଗାଦି ପ୍ରକମ୍ପିତ ହେଉଛି।

{"id":86511,"width":595,"height":442}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.