Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଦୁନିଆର ୪ଟି ସୁନ୍ଦର ଏବଂ ଚମତ୍କାର ଦ୍ୱୀପ, ଜାଣନ୍ତୁ କ’ଣ ରହିଛି ଏହାର ମୁଖ୍ୟ ଆକର୍ଷଣ

31/05/2021 at 8:44 AM

ନୂଆଦିଲ୍ଲୀ ୩୧/୦୫:  ସମଗ୍ର ଦୁନିଆରେ ବହୁତ ସୁନ୍ଦର ସ୍ଥାନ ଅଛି, ଯାହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହିପରି ଦୁନିଆରେ ଅନେକ ହ୍ରଦ ଅଛି, କିନ୍ତୁ ବୁଲିବାର ପ୍ରକୃତ ଆନନ୍ଦ ଦ୍ୱୀପରେ ଦେଖାଯାଏ । ସେଗୁଡିକୁ ପର୍ଯ୍ୟଟନସ୍ଥଳର ମୁଖ୍ୟ କେନ୍ଦ୍ର ଭାବରେ ବିବେଚନା କରାଯାଏ । ଏଥି ସହିତ, ପ୍ରକୃତି ପ୍ରେମୀଙ୍କ ପାଇଁ ଏହାଠାରୁ ଅଧିକ ସୁନ୍ଦର ସ୍ଥାନ ହୋଇପାରିବ ନାହିଁ । ଏହି ଦ୍ୱୀପପୁଞ୍ଜରେ  ପାର୍ଟନର ସହିତ ବୁଲିବା ପାଇଁ ଉପଯୁକ୍ତ ହେବ । ତେବେ, ଆସନ୍ତୁ ଜାଣିବା ଦୁନିଆର ୪ ଟି ଅତି ସୁନ୍ଦର ଏବଂ ଚମତ୍କାର ଦ୍ୱୀପପୁଞ୍ଜ …

PunjabKesari
PunjabKesari

ମାଳଦ୍ୱୀପ:

ମାଳଦ୍ୱୀପ ଦୁନିଆର ସୁନ୍ଦର ଦ୍ୱୀପ ମାନଙ୍କ ମଧ୍ୟରେ ଗୋଟିଏ । ଏହା ଭାରତ ମହାସାଗରରେ ଅବସ୍ଥିତ ଏସିଆର ଏକ ଛୋଟ ଆଉ ବହୁତ ସୁନ୍ଦର ଦେଶ । ପ୍ରତିବର୍ଷ ବହୁ ସଂଖ୍ୟାରେ ଲୋକ ଏଠାକୁ ଛୁଟି କାଟିବାକୁ ଆସିଥାନ୍ତି । ପ୍ରାୟତଃ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କ ଛୁଟିଦିନ ଏହିଠାରେ କାଟିଥାନ୍ତି । ଏଠାରେ ଥିବା ରିସୋର୍ଟଗୁଡିକରେ ସମସ୍ତ ପ୍ରକାରର ସୁବିଧା ସହଜରେ ଉପଲବ୍ଧ । ସେହିପରି ଆଡଭେନ୍ଚର ପ୍ରେମୀମାନେ ଏଠାରେ ସ୍କୁବା ଡାଇଭିଂ, କାୟାକିଂ, ସ୍ନୋର୍କେଲିଂ ଏବଂ ନାଇଟ୍ ଫିସିଙ୍ଗର ମଜା ନେଇପାରିବେ ।

PunjabKesari
PunjabKesari

ବାଲି ଦ୍ୱୀପ:

ବାଲି ଦ୍ୱୀପ ଇଣ୍ଡୋନେସିଆ ଦେଶରେ ଅବସ୍ଥିତ । ଏଥି ସହିତ, ଏହାର ସୌନ୍ଦର୍ଯ୍ୟ ହେତୁ ଏହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏହାକୁ ଦେବତାମାନଙ୍କର ଦ୍ୱୀପ ମଧ୍ୟ କୁହାଯାଏ । ଯେକେହିବି ଏଠାରେ ଶାନ୍ତି ଅନୁଭବ କରିପାରିବେ । ଏଠାରେ ଅନେକ ଐତିହାସିକ ମନ୍ଦିର ମଧ୍ୟ ଅଛି । ଏହା ସହିତ ବାଲିର ପାରମ୍ପାରିକ ସଙ୍ଗୀତ ଏବଂ ନୃତ୍ୟ ପର୍ଯ୍ୟଟନସ୍ଥଳର ମୁଖ୍ୟ କେନ୍ଦ୍ର ଅଟେ । ଏହା ବ୍ୟତୀତ, ଆପଣ ଏଠାରେ ଆଗ୍ନେୟଗିରିଗୁଡ଼ିକୁ ମଧ୍ୟ ଦେଖିପାରିବେ ।

PunjabKesari
PunjabKesari

କାପ୍ରି ଦ୍ୱୀପ:

କାପ୍ରି ଦ୍ୱୀପ ଇଟାଲୀର କ୍ୟାମ୍ପାନିଆ ଅଞ୍ଚଳରେ ଅବସ୍ଥିତ । ଏହାର ସୌନ୍ଦର୍ଯ୍ୟ ବିଷୟରେ କହିବାକୁ ଗଲେ ଏହି ଦ୍ୱୀପ ଏହାର ପ୍ରାକୃତିକ ଦୃଶ୍ୟ ଏବଂ ଐତିହାସିକ ସ୍ଥାନ ସହିତ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରସିଦ୍ଧ । ଏହି ଦ୍ୱୀପର ମୁଖ୍ୟ ଆକର୍ଷଣ ହେଉଛି ବ୍ଲୁ ଗ୍ରୋଟୋ ସ୍ଥାନ । ଏହା ସମୁଦ୍ର ଜଳରେ ପରିପୂର୍ଣ୍ଣ ଏକ ଗୁମ୍ଫା,ଯାହାଭିତରେ ଜଳ ଉଜ୍ୱଳ ନୀଳ ଦେଖାଯାଏ ।

PunjabKesari
PunjabKesari

ପାଲୱାନ୍ ଦ୍ୱୀପ:

ଫିଲିପାଇନ୍ସର ପାଲୱାନ୍ ଦ୍ୱୀପ ଏହାର ସବନ୍ଦର୍ଯ୍ୟ ଏବଂ ଶାନ୍ତ ପରିବେଶ ସହିତ ସହଜରେ ଧ୍ୟାନ ଆକର୍ଷଣ କରିଥାଏ । ଏହାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକ ଦେଖିବାକୁ ଆସିଥାନ୍ତି । ପର୍ଯ୍ୟଟକମାନେ ଏହି ଦ୍ୱୀପରେ ରହିବା ପାଇଁ ଖାସ୍ ସୁବିଧା ମଧ୍ୟ କରାଯାଇଛି।

   Related Posts