ଜମୁଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ; ଆଜି କୃଷ୍ଣବଳରାମଙ୍କୁ ଅଶ୍ରୃଳ ବିଦାୟ ଦେବେ ଗୋପପୁରବାସୀ

Published By : Prameya-News7 Bureau | January 19, 2019 IST

ବରଗଡ ୧୯|୧: ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ନବମ ଦିନ। ଯାତ୍ରା ଏବେ ଧୀରେ ଧୀରେ ଅନ୍ତିମ  ପର୍ଯାୟ ଆଡକୁ ଆଗଉଛି। ସାରା ଗୋପପୁର ଏବେ କୃଷ୍ଣପ୍ରେମରେ ଉଛୁଳୁଛି। ଅଷ୍ଟମ ଦିନରେ ଅକୃରଙ୍କ ଗୋପପୁର ଗମନ, ଯମୁନା ନଦୀରେ କୃଷ୍ଣ ପାଦ ଦର୍ଶନ କରିବା ସହ ଆମ୍ରବନରେ  କୃଷ୍ଣ ବଲରାମଙ୍କ ସହିତ ସାକ୍ଷାତ ଦୃଶ୍ୟ ଅଭିନୟ କରାଯାଇଥିଲା। । ବାଳକ କୃଷ୍ଣ ଗୋଚାରଣ କରୁଥିବା ସମୟରେ ଶଙ୍ଖଚୂଡକୁ ବଧ କରି ଶଙ୍ଖ ମଣୀ ଉଦ୍ଧାର କରିଥିବା ବଳେ ଶବରୀ ହାତରୁ ଅଇଁଠା କୋଳି ଖାଇବାର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ହୋଇପାରିଥିଲା ।

{"id":75594}
wp:paragraph {"align":"left"}

ସେହିପରି ମଥୁରା ନଗରୀରେ ମହାରାଜା କଂସ ଯମପୁରୀ ଏବଂ ସ୍ବର୍ଗପୁରୀକୁ ଆକ୍ରମଣ କରିଥିବାବେଳେ କୃଷ୍ଣଙ୍କୁ ଛଳନାରେ ଧନୁଯାତ୍ରାରେ ହତ୍ୟା କରିବାପାଇଁ ଉତଫୁଲ୍ଲିତ ହୋଇ ନାଚଗୀତରେ ମସଗୁଲ  ରହିଥଇବା ଦୃଶ୍ୟ ଅଭିନୀତ ହୋଇଥିଲା। ଧନୁଯାତ୍ରାରେ ଆଜ  ମଥୁରା ନଗରୀର ଆମ୍ରବନରେ ଧ୍ୟାନରତ ମୁନିଋଷିଙ୍କ ଉପରେ ମହାରାଜ କଂସଙ୍କ ଅତ୍ୟାଚାର ଦୃଶ୍ୟ ଅଭିନୀତ ହେବାକୁ ଥିବାବଳେ ଅକୃର ସହିତ ଧନୁଯାତ୍ରା ଦେଖିଯିବାପାଇଁ କୃଷ୍ଣବଳରାମ ବେନିଭାଇଙ୍କୁ ଅଶ୍ରୃଳ ବିଦାୟ ଦବେ ଗୋପପୁରବାସୀ ।ଗୋପ ଛାଡି ମଥୁରା କୁ ପ୍ରତ୍ୟାବର୍ତନ କରିବେ ବେନିଭାଇ ଓ ଗୋପାଳ ବାଳକ ମାନେ । ଯାହାକୁ ନେଇ ସଂପର୍ଣହେବ ଆଜି ଗୋପପୁର ରେ  ଗୋପଳୀଳା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.