Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କାଲିଠୁ ଆରମ୍ଭ ହେବ ବରଗଡ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ; ୧୧ ଦିନ ଧରି ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ

10/01/2019 at 9:33 AM

ବରଗଡ ୧୦|୧: କାଲିଠୁ  ବରଗଡରେ  ଚାଲିବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ୧୧  ଦିନ ଧରି ଦୁଲୁକିବ ମୁକ୍ତାକାଶ  ରଙ୍ଗମଞ୍ଚ। ବରଗଡ ପାଲଟିବ ଦ୍ବାପର ଯୁଗର ପୁରାଣ ବର୍ଣିତ ମଥୁରାନଗରୀ । ମଥୁରାଧୀପତି ଚାଲିବ ମହାରାଜ କଂସଙ୍କ ରାଜୁତି। ଅମ୍ବାପାଲି  ପାଲଟି ଯିବ ଗୋପପୁର ଏବଂ ଉଭୟ ସହର ମଧ୍ୟରେ ବହିଯାଉଥିବା ଜୀରା ନଦୀ ପାଲଟିବ ଯମୁନା । ଏଥିପାଇଁ  ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ।

ମଂଚ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ କଳାକାରମାନେ ଜୋରସୋର ଅଭ୍ୟାସ ଚଳାଇଛନ୍ତି । ପ୍ରାୟ ୧୭ ଟି ମୁକ୍ତାକାଶ ମଂଚ ରେ ଧନୁଯାତ୍ରା ର ଦୃଶ୍ୟ ଅଭିନୀତ ହେଉଥିଲେ ହେଁ କଂସ ମହାରାଜ ଙ୍କ ରାଜ ଦରବାର,ରଙ୍ଗମହଲ ଓ ନନ୍ଦରାଜା ଙ୍କ ଦରବାର ମୁଖ୍ୟ ଆକର୍ଷଣ ପାଲଟିଥାଏ ।

ସୁଦୂର କଲିକତା ରୁ ଆସିଥିବା କାରୀଗର ମାନେ ମଂଚ ଗୁଡିକୁ ଅନ୍ୟବର୍ଷ ଠାରୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲାଗିପଡିଛନ୍ତି । କଂସ ମହାରାଜଙ୍କ  ରାଜଦରବାର ଲାଗିଶହେ ଫୁଟ ଚଉଡା ଏବଂ ୫୩ ଫୁଟ ଉଚ୍ଚତାର ମଂଚ ଏବଂ ରଙ୍ଗମହଲ ଲାଗି ଶହେ ଫୁଟ ଚଉଡା ୪୫ଫୁଟ ଉଚ୍ଚତାର ମଂଚ ନିର୍ମ।ଣ କରାଯାଉଛି ।

   Related Posts