ଜମୁଛି ବରଗଡ ଧନୁଯାତ୍ରା ; ଆରମ୍ଭ ହୋଇଯାଇଛି କଂସଙ୍କ ରାଜୁତି

Published By : Prameya-News7 Bureau | January 12, 2019 IST

ବରଗଡ ୧୨|୧: ଜମୁଛି ବରଗଡ ଧନୁଯାତ୍ରା। ଆରମ୍ଭ ହୋଇଯାଇଛି କଂସଙ୍କ ରାଜୁତି । ଆଜି ଦ୍ବିତୀୟ ଦିନରେ ମହାରାଜ କଂସଙ୍କ ନଗର ଭ୍ରମଣ ସହ କଂସଙ୍କ ମନୋରଞ୍ଜନ ପାଇଁ ଉଦଘାଟିତ ହେବ ରଙ୍ଗମହଲ । ଏହା ସହ ଦେବକୀଙ୍କ ଅଷ୍ଟମ ଗର୍ଭରୁ  ଭାଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଓ କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗମନ ନୃଶ୍ୟ ଅଭିନୀତ ହେବ । ପ୍ରଥମ ଦିନରେ ବରଗଡ ରାମଜୀ ମନ୍ଦିରରେ ଦେବକୀ ବସୁଦେବଙ୍କ ବିବାହ ପରେ ଦୈବୀବାଣୀ, ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ହୋଇଥିଲା ।  ୧୧ ଦିନ ଯାଏ ଦ୍ବାପର ଯୁଗକୁ ଫେରିଯିବ ବରଗଡ଼ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ସେପଟେ ଭିଡ଼କୁ ନଜରରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.