Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

୪୧୬ ବର୍ଷ ପୂର୍ବରୁ ଆଜିର ଦିନରେ ହୋଇଥିଲା ବିଶ୍ୱ ପ୍ରସିଦ୍ଧ ଅମୃତସର ସ୍ବର୍ଣ୍ଣ ମନ୍ଦିରରେ ପବିତ୍ର ଗ୍ରନ୍ଥ ସାହିବ ସ୍ଥାପନା

27/08/2020 at 1:14 PM

ଅମୃତସର ୨୭/୦୮ : ସବୁ ଧର୍ମର ଏକ ପବିତ୍ର ଗ୍ରନ୍ଥ ରହିଛି | ସନାତନ ଧର୍ମରେ ବେଦ, ପୁରାଣ, ଗୀତା, ଇସଲାମ ଧର୍ମରେ କୁରାନ, ଇସାଈ ଧର୍ମରେ ବାଇବେଲ, ଶିଖ ଧର୍ମରେ ଗୁରୁ ଗ୍ରନ୍ଥ ସାହେବ | ଆଜିର ଦିନରେ ଅର୍ଥାତ ଅଗଷ୍ଟ ୨୭ ତାରିଖକୁ ଶିଖ ଧର୍ମର ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯାଇଥିଲା | ୪୧୬ ବର୍ଷ ପୂର୍ବରୁ ୧୬୦୪ ମସିହା ଅଗଷ୍ଟ ୨୭ ତାରିଖରେ ଅମୃତସର ସ୍ଵର୍ଣ ମନ୍ଦିର, ହରମନ୍ଦିର ସାହିବ ଶିଖ ଧର୍ମର ପରମ ପୂଜନୀୟ ପବିତ୍ର ଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହିବ ସ୍ଥାପନା କରାଯାଇଥିଲା | ଅଗଷ୍ଟ ୨୭ ତାରିଖରେ ଅନେକ ସ୍ଥାନରେ ଅନେକ ଗୁରୁତ୍ୱପୂର୍ଣ ଘଟଣା ଘଟିଥିଲା | ଜାଣନ୍ତୁ କେଉଁଠି କଣ ଘଟିଥିଲା |

୧୬୦୪ : ଅମୃତସର ସ୍ଵର୍ଣ ମନ୍ଦିରରେ ଆଦି ଗ୍ରନ୍ଥ ସାହିବ ସ୍ଥାପନା

୧୮୭୦ : ଭାରତର ପ୍ରଥମ ଶ୍ରମିକ ସଂଗଠନ ଭାବେ ଶ୍ରମଜୀବୀ ସଙ୍ଘ ସ୍ଥାପନା

୧୭୮୧ : ହାଇଦର ଅଲି ବ୍ରିଟିଶ ସେନା ବିରୋଧରେ ପଲ୍ଲୀଲୋର ଯୁଦ୍ଧ କରିଥିଲେ

୧୯୦୭ : କ୍ରିକେଟର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ସାର୍ ଡନ୍ ଜର୍ଜ ବ୍ରାଡମ୍ୟାନ୍ ଙ୍କ ଜନ୍ମ

୧୯୩୯ : ଜେଟ ଇନ୍ଧନ ବିଶ୍ୱର ପ୍ରଥମ ବିମାନ ଜର୍ମାନୀରୁ ପ୍ରଥମ ଉଡାଣ ଭରିଥିଲା 

୧୯୪୭ : ସ୍ୱାଧୀନତାର ୧୨ ଦିନ ଭିତରେ ଦେଶର ନିଜର ସମ୍ବାଦ ସମିତି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ ସ୍ଥାପନା

୧୯୫୦ : ଟେଲିଭିଜନ ଦୁନିଆ ଇତିହାସରେ ବିବିସି ପ୍ରଥମଥର ପାଇଁ ସିଧା ପ୍ରସାରଣ କରିଥିଲା

୧୯୯୦ : ୱାସିଂଟନ ସ୍ଥିତ ଇରାକି ଦୂତାବାସର ୫୫ ରୁ ୩୬ କର୍ମଚାରୀଙ୍କୁ ଆମେରିକା ନିଷ୍କାସିତ କରିଥିଲା

୧୯୯୯ : କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନୀ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଥିଲା ଭାରତ

୧୯୯୯ : ସୋନାଲି ବାନାର୍ଜୀ ଭାରତରେ ପ୍ରଥମ ମରାଇନ ଇଞ୍ଜିନିୟର ହୋଇଥିଲେ

୨୦୦୩ : ୬୦ ହଜାର ବର୍ଷ ଅନ୍ତର ପରେ ମଙ୍ଗଳ ଗ୍ରହ ପୃଥିବୀ ନିକଟତର ହୋଇଥିଲା

୨୦୦୪ : ପାକିସ୍ତାନ ଅର୍ଥମନ୍ତ୍ରୀ ଶୌକତ ଅଜିଜ ଦେଶର ପ୍ରଧାନମନ୍ତ୍ରୀ ପଦବୀ ସମ୍ଭାଳିଥିଲେ

୨୦୧୮ : ଜାକର୍ତ୍ତା ଏସୀୟ ଗେମ୍ସର ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ

୨୦୧୮ : ସ୍ପାଇସଜେଟ୍ ଦେଶର ପ୍ରଥମ ବାୟୋ-ଜେଟ୍ ଇନ୍ଧନ ଚାଳିତ ପରୀକ୍ଷଣ ପରିଚାଳନା କରିଥିଲା

   Related Posts