Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କରୋନା ପାଇଁ ସଙ୍କଟରେ ପୂରା ଦୁନିଆ, ଅନ୍ୟପଟେ ବାଦୁଡି ମାଂସ ବିକ୍ରି ଆରମ୍ଭ କଲା ଚୀନ

29/03/2020 at 5:59 PM

ନୂଆଦିଲ୍ଲୀ ୨୯।୦୩: ଗୋଟିଏ ପଟେ ସମଗ୍ର ଦୁନିଆ କରୋନା ଭାଇରସ୍ ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ କରୋନାର ଜନ୍ମଦାତା ଚୀନରେ ପୁଣି ଥରେ ଜଙ୍ଗଲି ଜନ୍ତୁଙ୍କ ମାଂସ  ବିକ୍ରି ଆରମ୍ଭ ହୋଇ ଯାଇଛି, ଯେମିତି କରୋନା ସଂକ୍ରମଣ ପୂର୍ବରୁ ହେଉଥିଲା। ଡେଲି ମେଲ୍‌ର ରିପୋର୍ଟ ଅନୁଯାୟୀ କରୋନା ଲଢେଇରେ ଜିତିବାକୁ ଦାବି କରୁଥିବା ଚୀନର ଅନେକ ବଜାରରେ ପୁଣି ଥରେ ବାଦୁଡି ସହିତ ଅନେକ ଜୀବର ମାଂସ ବିକ୍ରି ଆରମ୍ଭ ହୋଇ ଯାଇଛି।

ଉଲ୍ଲେଖଯୋଗ୍ୟ, ଚୀନର ଉହାନରେ ଯେବେ କରୋନା ଭାଇରସର ସଂକ୍ରମଣ ବଢିବାରେ ଲାଗିଲା, ଚୀନ ଅନେକ ବଦନାମ ମାର୍କେଟ୍‌କୁ ବନ୍ଦ କରିବାକୁ ଆଦେଶ ଦେଇଥିଲା। ଏହା କୁହାଯାଉଥିଲା ଯେ, ଉହାନରେ ଥିବା ସି ଫୁଡ୍ ମାର୍କେଟ୍‌ରୁ ହିଁ କରୋନା ଭାଇରସ୍ ମଣିଷ ଶରୀରରକୁ ଆସିଥିଲା। ବାଦୁଡିରୁ କରୋନା ଆସିଥିବା ମଧ୍ୟ କୁହାଗଲା। ଏହି କାରଣରୁ କିଛି ମାସ ବନ୍ୟଜନ୍ତୁଙ୍କ ବିକ୍ରିକୁ  ବନ୍ଦ କରି ଦିଆଯାଇଥିଲା।

ରିପୋର୍ଟ ଅନୁଯାୟୀ, ଚୀନରେ ପୁଣି ଥରେ କୁକୁର, ବିଲେଇ,  ବାଦୁଡି ସହିତ ଅନ୍ୟ ଜଙ୍ଗଲି ପଶୁ  ବିକ୍ରି ଆରମ୍ଭ ହୋଇ ଯାଇଛି। କରୋନା ଭାଇରସ୍ ବ୍ୟାପିବା ପୂର୍ବରୁ ଯେଉଁ ଜୀବର ବିକ୍ରି ହେଉଥିଲା, ଠିକ୍ ସେହି ପରି ବିକ୍ରି ଉହାନରେ ଆରମ୍ଭ ହୋଇ ଯାଇଛି। ଦକ୍ଷିଣ ପଶ୍ଚିମ ଚୀନର ଗୁଇଲିନ ଓ ଡୋନଗୁଆନରେ ଏମିତି ମାର୍କେଟ୍ ଖୋଲିଲାଣି। ଡୋନଗୁଆନ ମାର୍କେଟରେ ବାଦୁଡି ବିକ୍ରିର ବିଜ୍ଞାପନ ମଧ୍ୟ ଦେଖିବାକୁ ମିଳୁଛି।

ଉଲ୍ଲେଖଯୋଗ୍ୟ, ଚୀନରେ ଜଙ୍ଗଲି ଜୀବର ଖାଦ୍ୟକୁ ପାରମ୍ପରିକ ଔଷଧ ଭାବେ ବ୍ୟବହାର କରାଯିବାର ରୀତି ରହିଛି। ବାଦୁଡିକୁ ଏଠାକାର ଲୋକ ପାରମ୍ପରିକ ଔଷଧ ଭାବେ ବ୍ୟବହାର କରିଥାନ୍ତି। ମାତ୍ର  କରୋନା ଭାଇରସ୍‌ ସାମ୍ନାକୁ ଆସିବା ପରେ ଚୀନ ସରକାର ଏହାର ବିକ୍ରି ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ।

କେବଳ ଏତିକି ନୁହଁ ଚୀନ ମାଂସ ବଜାରରେ ପୁଣି ଥରେ ଦର ସିଝା ମାଂସ ବିକ୍ରି ଆରମ୍ଭ ହୋଇ ଯାଇଛି।  ବ୍ରିଟିଶ ମିଡିଆର ରିପୋର୍ଟ ଅନୁଯାୟୀ ଚୀନ ପୁଣି ଥରେ ମାଂସ ବଜାର ଖୋଲି କରୋନା ଭାଇରସ୍ ଉପରେ ନିଜର ବିଜୟ ପ୍ରଦର୍ଶନ କରିଛି।

ସୂଚନାଯୋଗ୍ୟ, ଏହି ସମୟରେ ଭାରତ ସହିତ ଦୁନିଆର ଅନେକ ଦେଶ ଓ ସହରରେ କରୋନା ଭାଇରସ୍ କାରଣରୁ ଲକ୍‌ଡାଉନ୍‌ରେ ଅଛନ୍ତି। ଇଟାଲୀ, ସ୍ପେନରେ କରୋନା ଭାଇରସ୍  ଯୋଗୁଁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଅନ୍ୟପଟେ ବ୍ରିଟେନ୍ ଓ ଆମେରିକାରେ ମଧ୍ୟ ଭୟଙ୍କର ସ୍ଥିତି ଉତ୍ପନ ହୋଇଛି। ସମଗ୍ର ଦୁନିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୭ ହଜାର ୬୬୦ରେ ପହଞ୍ଚିଥିବା ବେଳେ ୩୧ ହଜାର ୭୩୭ ଜଣଙ୍କ ମୃତ୍ୟୁ ଘଟିଲାଣି।

   Related Posts