ଲକଡାଉନ୍ ପାଇଁ କମିଛି ପ୍ରଦୂଷଣ, ସବୁଜ ଓ ସୁନ୍ଦର ହୋଇ ଉଠିଛି ପରିବେଶ

Published By : Prameya-News7 Bureau | June 05, 2021 IST

ମାଲକାନଗିରି ୦୫।୦୬: ସାରା ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଶନିବାର ଓ ରବିବାର ସମ୍ପୂର୍ଣ ସଟ୍ ଡାଉନ୍ ରହିଛି। ଏହା ଦ୍ବାରା ଜନଜୀବନ ପ୍ରଭାବିତ ହୋଇଛି ସତ କିନ୍ତୁ ଅନେକ ମାତ୍ରାରେ ସକାରାତ୍ମକ ପ୍ରବାହ ପଡ଼ିଛି ପରିବେଶ ଉପରେ। ପ୍ରଦୂଷଣ ମୁକ୍ତ ହୋଇଛି ଗାଁ ଠୁ ସହର । ଚେଇଁ ଉଠିଛି ସବୁଜିମା।

ଚାରି ଆଡେ଼ ସମସ୍ତ ଦୋକାନ ବଜାର ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ନା ଶୁଭୁଛି ଗାଡି ମଟର ଶବ୍ଦ ନା ଶୁଭୁଛି ଲୋକଙ୍କ କୋଳାହଳ। ସଂପୂର୍ଣ୍ଣ ଅଞ୍ଚଳ ପ୍ରଦୂଷଣ ମୁକ୍ତ ହୋଇଯାଇଛି। ରାସ୍ତା ଘାଟ ଶୁନଶାନ୍ ହୋଇଛି କେବଳ କୋଇଲିର କୁହୁକୁହୁ ରାବ ଶୁଭୁଛି । ଏହା ସମ୍ଭବ ହୋଇଛି କେବଳ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ପାଇଁ। କରୋନା ପାଇଁ କଳ କାରଖାନା ବନ୍ଦ, ଟ୍ରାଫିକ୍ ଜାମ୍ ନାହିଁ । ବାୟୁ ପ୍ରଦୂଷଣ କମିଛି , ତେଣୁ ଏବେ ଗଛ ଲତା ଓ ପଶୁ ପକ୍ଷୀ ଶାନ୍ତିରେ ନିଃଶ୍ୱାସ ନେଇ ପାରୁଛି ଏହା ସତ। ପ୍ରକୃତି ଓ ପରିବେଶ ଏବେ ସୁସ୍ଥ ହେବାରେ ଲାଗିଛି ।  ପରିବେଶ ସବୁଜ ଓ ସୁନ୍ଦର୍ ହୋଇ ଉଠିଛି ।  ଚେଇଁ ଉଠିଛି ସବୁଜିମା। ଆଉ ମହାମାରୀ ସମୟରେ ସବୁଜିମା ଗଛଲତାର ଆବଶ୍ୟକ ଅମ୍ଳଜାନ ପାଇଁ ନିହାତି ଜରୁରୀ । ତେଣୁ ଆମେ ସମସ୍ତେ ଆଜିର ଦିନରେ ଗଛ ଲଗାଇବା ଓ ସମସ୍ତଙ୍କୁ ବଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି ବୁଦ୍ଧଜୀବୀ ।

ସବୁଠୁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି ।  ମାରି ଦେଲାଣି ମହାମାରୀ କରୋନା। କିନ୍ତୁ କରୋନା ଯେ ଅନେକ କରୁଣା କରୁଛି ତାହା ଆମେ ବୁଝିବା ଦରକାର୍। କେବଳ ମାନବ ଜାତି ଏବଂ ତାର ଅର୍ଥନୀତିକୁ ଛାଡ଼ିଦେଲେ ଜୀବଜଗତ ଓ ପରିବେଶ ଉପରେ ଅନେକ ଭଲ ପ୍ରଭାବ ପଡ଼ିଛି । ସଡ଼କ ଦୁର୍ଘଟଣା କମିଛି। ପାନ ଗୁଠକା ର ଛେପ ଆଉ ନାହିଁ। ସଫା ହୋଇଛି ରାସ୍ତା ଘାଟ। ଏବେ କେବଳ ଉଦ୍ଭିଦ ଜଗତ ପୁନଃ ଜୀବିତ ହେଲା ପରି ଦିଶୁଛି। ପ୍ରକୃତରେ ପ୍ରକୃତିକୁ ପୁଣି ଥରେ ପୂର୍ବ ଭଳି ବଞ୍ଚିବାର ସମୟ ଆସିଛି।  ଆଉ ଆଜିର ପରିବେଶ ଦିବସରେ ଆମେ ସମସ୍ତେ ପ୍ରକୃତିର ଯତ୍ନ ନେବା ସହିତ ପରିବେଶକୁ ସୁରକ୍ଷା ଦେବା ଉଚିତ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.