ଆଜି ବିଶ୍ୱ ପରିବେଶ ଦିବସ

ଏବର୍ଷ ବିଶ୍ୱ ପରିବେଶର ଥିମ୍ ରହିଛି ବିଟ୍ ପ୍ଲାଷ୍ଟିକ ପଲ୍ୟୁଶନ- ପ୍ଲାଷ୍ଟିକ ପ୍ରଦୂଷଣ ହଟାଅ। ପ୍ଲାଷ୍ଟିକ ପ୍ରଦୁଷଣ ଏବେ ଆମ ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ ପାଲଟିଛି। ପ୍ରାକୃତିକ ସ୍ଥଳ,ବନ୍ୟଜନ୍ତୁ ଅଞ୍ଚଳ,ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ପ୍ରଦୁଷଣକୁ ଆମେ କେତେ ରୋକିପାରିବା ତାହା ହିଁ ହେଉଛି ବିଶ୍ୱ ପରିବେଶ ଦିବସରେ ଆମ ପାଇଁ ଆହ୍ୱାନ। ପ୍ଲାଷ୍ଚିକର ପରିବେଶ ଉପରେ ସାଂଘାତିକ ପ୍ରଭାବ ପଡିଛି। ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୩୦୦ ଶହ ନିୟୁତ ମେଟ୍ରିକ ଟନରରୁ ଅଧିକ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହେଉଛି । ଯାହାକି ପ୍ରଦୁଷିତ କରିଚାଲିଛି ଭୂମି,ଜଳ ଏବଂ ବାୟୁକୁ। ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ଏହି ବିପଦକୁ ଅଧିକ ଗୁରୁତର କରୁଛି। ତେଣୁ ବିଶ୍ୱ ପରିବେଶ ଦିବସରେ ପ୍ଲାଷ୍ଟିକକୁ ରୋକିବା ପାଇଁ ବୈଜ୍ଞାନିକମାନେ ତିନିଟି ନୀତି ଆପଣାଇବାକୁ ଦେଇଛନ୍ତି ପରାମର୍ଶ- ପ୍ଲାଷ୍ଟିକ ବ୍ୟବହାରରେ ହ୍ରାସ କରିବା,ପୁନଃଚକ୍ରଣ ଏବଂ ପୁନଃ ବିନିଯୋଗ କରିବା । ୧୯୭୪ ଜୁନ୍ ୫ରେ ପ୍ରଥମ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇ ଆସୁଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଚେତନେତା କାର୍ଯ୍ୟ କରାଯାଉଛି । ।
1157 Views