Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

‘କରୋନା ପାଇଁ ଭୁଶୁଡି ପଡିବ ବିଶ୍ୱର ଅର୍ଥବ୍ୟବସ୍ଥା’, ଆଇଏମଏଫର ଚେତାବନୀ

10/04/2020 at 10:33 AM

ନୂଆଦିଲ୍ଲୀ, ୧୦|୦୪:  କରୋନା ଭାଇରସକୁ ନଜରରେ ରଖି ବିଭିନ୍ନ ଦେଶ ତରଫରୁ କରାଯାଇଥିବା ଲକଡାଉନ ପ୍ରଭାବରେ ସାରା ବିଶ୍ୱର ଅର୍ଥବ୍ୟବସ୍ଥା ୧୯୩୦ର ଦି ଗ୍ରେଟ୍ ଡିପ୍ରେସନ୍ ପରେ ସବୁଠାରୁ ଖରାପ ସ୍ଥିତିରେ ପହଁଚିବ । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫ ଏହି ଚେତାବନୀ ଦେଇଛି ।

ଆଇଏମଏଫର ନିର୍ଦ୍ଦେଶକ କ୍ରିଷ୍ଟେଲିନା ଜାର୍ଜାବାଙ୍କ କହିବାନୁସାରେ, ୨୦୨୦ ବିଶ୍ୱର ଆର୍ଥିକ ଅବସ୍ଥା ପାଇଁ ପାଇଁ ବହୁତ ଖରାପ ହେବାକୁ ଯାଉଛି । ଏହି ବର୍ଷ ଅର୍ଥବ୍ୟବସ୍ଥା ୧୯୩୦ ପରେ ସର୍ବନିମ୍ନ ସ୍ତରରେ ପହଁଚିବ । ବିଶ୍ୱର ୧୭୦ରୁ ଅଧିକ ଦେଶର ଆୟ ହ୍ରାସ ହେବ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୯୩୦ ଦଶକରେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଥିଲା । ଏବେ କରୋନା ଭାଇରସ ପାଇଁ ସମସ୍ତ ଦେଶର ଅର୍ଥ ବ୍ୟବସ୍ଥା ନିମ୍ନ ସ୍ତରରେ ପହଁଚିଛି । ସରକାର ପ୍ରାୟ ୮ ଲକ୍ଷ କୋଟି ଡଲାରର ପ୍ୟାକେଜ ପ୍ରଦାନ କରିଛନ୍ତି । କିନ୍ତୁ ଏହା ସମୁଦ୍ରକୁ ସଙ୍ଖେ ଭଳି । ୨୦୨୦ରେ ବିଶ୍ୱ ବୃଦ୍ଧି ଦରରେ ହ୍ରାସ ପରିଲକ୍ଷିତ ହେବ ବୋଲି ସେ କହିଛନ୍ତି ।

   Related Posts