କରୋନା ଯୋଗୁ ମାନ୍ଦାବସ୍ଥାକୁ ଚାଲିଯିବ ବିଶ୍ୱ ଅର୍ଥନୀତି, ବର୍ତ୍ତିଯିବେ ଚୀନ ଓ ଭାରତ: UN

Published By : Prameya-News7 Bureau | March 31, 2020 IST

ନ୍ୟୁୟର୍କ: କରୋନା ସଂକ୍ରମଣ ବିଶ୍ୱ ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିବ। ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି ଜାତି ସଂଘ। ସମଗ୍ର ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥାକୁ ଚାଲିଯିବା ଭଳି ଏବେ ପରିସ୍ଥିତି ସୃଷ୍ଟି କରିଛି ଭୂତାଣୁ ସଂକ୍ରମଣ। ତେବେ ଏଥିରୁ ଭାରତ ଓ ଚୀନ ମୁକ୍ତ ରହିପାରନ୍ତି ବୋଲି ଜାତି ସଂଘ ଆଶାବ୍ୟକ୍ତ କରିଛନ୍ତି। 

{"id":246984,"width":578,"height":322,"sizeSlug":"large"}

କରୋନା ଯୋଗୁ ବିଶ୍ୱବ୍ୟାପି ନିଆଯାଉଥିବା ପଦକ୍ଷପ ଯୋଗୁ ବିକାଶୋନ୍ମୁଖୀ ଦେଶମାନେ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ। ତେବେ ଏ ନେଇ ଜାତିସଂଘଙ୍କ ପକ୍ଷରୁ ଜାରି ରିପୋର୍ଟରେ ଭାରତ ଓ ଚୀନ ଏଭଳି ପରିସ୍ଥିତିରୁ କିପରି ମୁକ୍ତ ରହିବେ ସେ ନେଇ ବିସ୍ତୃତ ବ୍ୟାଖ୍ୟା କରିନାହାନ୍ତି। ସିଓଭିଆଇଡି-୧୯ ସଂକଟ ଯୋଗୁ ବିଶ୍ୱର ଦୁଇ ତୃତୀୟାଂଶ ଦେଶ ଏବେ ଅଭୂତପୂର୍ବ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି। ଏଣୁ ଏଭଳି ଦେଶଙ୍କ ନିମନ୍ତେ ଜାତିସଂଘ ୨ହଜାର ୫୦୦ କୋଟି ଟଙ୍କାର ରିଲିଫ ସୁପାରିସ ମଧ୍ୟ କରିଛନ୍ତି।

{"id":246985,"sizeSlug":"large"}

ଯୁକ୍ତରାଷ୍ଟ୍ର ବ୍ୟାପାର ଓ ବିକାଶ ସମ୍ମିଳନୀ (ୟୁଏନସିଟିଏଡି)ଙ୍କ ଏକ ବିଶ୍ଲେଷଣରେ କରୋନା ସଂକ୍ରମଣରେ ବିଶ୍ୱର ଦୁଇ ତୃତୀୟାଂଶ ଜନସଂଖ୍ୟା ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଇଥିବା ବେଳେ ଆଗାମୀ ୨ ବର୍ଷରେ ବିକାଶଶୀଳ ଦେଶମାନେ ବିଦେଶରୁ ପାଉଥିବା ୨ରୁ ୩ ବିଲିୟନ ଡଲାରର ନିବେଶ ହରାଇପାରନ୍ତି ବୋଲି ଆଶଙ୍କା କରିଛନ୍ତି ।

{"id":246986,"width":580,"height":265,"sizeSlug":"large"}

ୟୁଏନସିଟିଏଡି କହିଛନ୍ତି ଯେ ଚୀନ ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ମୋଟା ରକମର ପ୍ୟାକେଜ୍ ଘୋଷଣା କରିଛି। ଚୀନ ଅର୍ଥବ୍ୟବସ୍ଥାକୁ ସାହାରା ଦେବାକୁ ଏହି ପ୍ୟାକେଜ୍ ଯଥେଷ୍ଟ ହେବ ବୋଲି ଜି-୨୦ ଆକଳନ କରିଛନ୍ତି। ଏଣୁ ଜାତି ସଂଘ କରୋନାକୁ ଅଭୂତପୂର୍ବ ସଂକଟ ବୋଲି କହିଥିବା ବେଳେ ଏଥିଲାଗି ଅବୂତପୂର୍ବ ନିଷ୍ପତ୍ତି ନେବାକୁ ପଡିପାରେ ବୋଲି ମଧ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.