୯୦ ବର୍ଷ ପରେ ସବୁଠାରୁ ଦୟନୀୟ ସ୍ଥିତିରେ ପହଁଚିପାରେ ବିଶ୍ୱର ଅର୍ଥ ବ୍ୟବସ୍ଥା, କିନ୍ତୁ ଭାରତ ରକ୍ଷା ପାଇଯିବ- ଆଇଏମଏଫ

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ, ୧୫|୦୪: କରୋନା ଭାଇରସ ପାଇଁ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବ । ୯୦ ବର୍ଷ ପରେ ବିଶ୍ୱର ଅର୍ଥବ୍ୟବସ୍ଥାର ପୁଣି ଦୟନୀୟ ଚିତ୍ର ଦେଖିବାକୁ ମିଳିବ ବୋଲି କହିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଟି ପାଣ୍ଠି ବା ଆଇଏମଏଫ । ତେବେ ଭାରତ ଓ ଚୀନ ହିଁ କେବଳ ଏଥିରୁ ମୁକୁଳିପାରିବେ ବୋଲି ଆଇଏମଏଫ କହିଛି ।

ଆଇଏମଏଫ ୨୦୨୦-୨୧ ପାଇଁ ଭାରତର ବିକାଶ ଦରକୁ ୧.୯ ପ୍ରତିଶତ ରହିବ ବୋଲି ଅନୁମାନ କରିଛି । ଯଦି ଏପରି ହୁଏ ତେବେ ୧୯୯୧ ପରେ ଦେଶର ବିକାଶ ଦର ସବୁଠାରୁ କମ ହେବ । ଜୁନ୍ ପରେ କରୋନା ମାମଲା କମିଲେ ଆସନ୍ତା ବର୍ଷ ବିଶ୍ୱର ବିକାଶ ଦର ୫.୮ ପ୍ରତିଶତରେ ପହଁଚିବ । ସେତେବେଳେ ଭାରତର ବିକାଶ ଦର ୭.୪ ପ୍ରତିଶତ ହେବ ।

ବିଶ୍ୱ ବ୍ୟାଙ୍କ ଓ ଆଇଏମଏଫର ଗ୍ରୀଷ୍ମକାଳୀନ ସମ୍ମିଳନୀର ପ୍ରଥମ ଦିନ ଜାରି କରାଯାଇଥିବା ବିଶ୍ୱ ଇକୋନୋମୀ ଆଉଟଲୁକ୍ ରିପୋର୍ଟ ଅନୁସାରେ, ୧.୯ ପ୍ରତିଶତ ବିକାଶ ଦର ସତ୍ୱେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ବେଗରେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା ଅଟେ ।ସେହିପରି ଚୀନର ବିକାଶ ଦର ୧.୨ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.