କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତି ଧ୍ୱସ୍ତ, ଜାଣନ୍ତୁ କେଉଁ ବିଜନେସ୍‌ରେ ହେଲାଣି କେତେ କ୍ଷତି

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୩: ସାରା ବିଶ୍ୱକୁ ବ୍ୟାପିଯାଇଛି କରୋନା ସଂକ୍ରମଣ। ଆମେରିକାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ ଦେଶମାନଙ୍କର ସବୁ ବଡବଡ ବଜାର ଏବେ ଶୁନଶାନ। ଇଟାଲୀ, ଫ୍ରାନ୍ସ ଓ ସ୍ପେନ୍‌ରେ ଅତ୍ୟାବଶକୀୟ ସେବାକୁ ବାଦ ଦେଲେ ବାକି ସବୁ ବନ୍ଦ କରିଦିଆଯାଇଛି। ଭୂତାଣୁ ସଂକ୍ରମଣ ଭୟରେ ଲୋକେ ନିଜକୁ ନିଜେ ଘରର ଚାରି କାନ୍ଥରେ ଆବଦ୍ଧ କରିନେଇଛନ୍ତି। ବ୍ରିଟେନ ସରକାର ଅତ୍ୟନ୍ତ ଜରୁରି ନଥିଲେ ଘରୁ ଲୋକଙ୍କୁ ବାହାରକୁ ବାହାରିବାକୁ ମନା କରିଛନ୍ତି।

{"id":240923,"sizeSlug":"large"}

ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏଥିଲାଗି ଯଦିଓ ଦେଶରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ  ଲକ୍ ଡାଉନ ହୋଇ ନାହିଁ ତେବେ ହୋଟେଲ, ରେଷ୍ଟୁରାଣ୍ଟ, ସପିଂମଲ, ସିନେମା ହଲ ଓ ପବ ଆଦି ବନ୍ଦ କରିଦିଆଯାଇଛି। ଏଥିରୁ କରୋନା କେବଳ ଲୋକଙ୍କ ସ୍ୱାସ୍ଥ୍ୟନୁହେଁ ଅର୍ଥନୀତି ଉପରେ ବି ତାର ପ୍ରଭାବ ବିସ୍ତାର କରିବାରେ ଲାଗିଲାଣି।  ଏଣୁ ଦେଶର ଅର୍ଥନୀତିକୁ ସମ୍ଭାଳିବା ଲାଗି ବିଭିନ୍ନ ଦେଶ ଏବେ ପ୍ୟାକେଜ୍ ଦେବା ଆରମ୍ଭ କରିଦେଇଛନ୍ତି। ସରକାର ଶୁଳ୍କ ରିହାତି ସହ ଲୋକଙ୍କୁ ନଗଦ ଟଙ୍କା ବି ଦେଉଛନ୍ତି। ଏବେ ଭାରତ ସରକାର ମଧ୍ୟ ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ଲାଗି ଏପରି କିଛି କରିବାକୁ ବିଚାର କରୁଥିବା ଜଣାପଡିଛି।

{"id":240925,"sizeSlug":"large"}

ଭାରତରେ କରୋନାର ପ୍ରଭାବ ଏବେ ଅନୁଭୂତ ହେଲାଣି। ଏଣୁ କରୋନା ସଂକ୍ରମଣ ଯୋଗୁ ଜିଡିପି ଅଭିବୃଦ୍ଧି ହାରରେ ୦.୫ପ୍ରତିଶତ ହ୍ରାସ ହେବାର ଆଶଙ୍କା କରାଗଲାଣି। ଦେଶରେ କରୋନାର ସବୁଠୁ ବଡ ପ୍ରଭାବ ଏୟାରଲାଇନ୍ସ, ଟୁର ଏଣ୍ଡ ଟ୍ରାଭେଲସ୍, ହୋଟେଲ ଏଣ୍ଡ ରେଷ୍ଟୋରାଁ ଓ ଅଟୋ ସେକ୍ଟରରେ ଏବେ ଅନୁଭୂତ ହେଉଛି। ଏକ୍ସପୋର୍ଟରମାନେ ମଧ୍ୟ ସରକାରଙ୍କୁ ସହାୟତା ନିବେଦନ କରୁଛନ୍ତି। ତେବେ ସରକାର ଏବେ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ସହାୟତା ଲାଗି ପ୍ରସ୍ତୁତ ଥିବା କହିଛନ୍ତି।

{"id":240926,"sizeSlug":"large"}

ଉଦ୍ୟୋଗମାନଙ୍କ ଲାଗି ସରକାର ପୃଥକ ବିକଳ୍ପ ଲାଗି ବିଚାର କରୁଥିବା ବେଳେ ଲକ ଡାଉନ ପରିସ୍ଥିତିରେ ଲକ୍ଷ ଲକ୍ଷ ଲୋକଙ୍କ ଲାଗି କଣ କରିବେ ତା ଉପରେ ଏବେ ସମସ୍ତଙ୍କ ନଜର। ତେବେ ଭାରତରେ ଏପର୍ଯ୍ୟନ୍ତ ସେଭଳି ପରିସ୍ଥିତି ଉପୁଜି ନାହିଁ। ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଯଦି ଷ୍ଟେଜ-୩ରେ କରୋନା ପହଞ୍ଚେ ତେବେ ସରକାର ବିକଳ୍ପ ବିଷୟରେ ଚିନ୍ତା କରିପାରନ୍ତି ବୋଲି ଅନୁମାନ କରାଯାଉଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.