କରୋନା ମାଡ଼ରେ ସାରା ବିଶ୍ବର ଅର୍ଥନୀତି ବିପର୍ଯ୍ୟସ୍ତ: ଆଗକୁ ସଙ୍କଟ ସଙ୍ଗୀନ, ମହିଳା ହେବେ ଅଧିକ ଗରିବ

Published By : Prameya-News7 Bureau | September 03, 2020 IST

ନ୍ୟୁୟର୍କ ୦୩/୦୯- କରୋନା ଭାଇରସ୍ ମହାମାରୀ ମହିଳାଙ୍କୁ ଅଧିକ ପ୍ରଭାବିତ କରିବ। ୨୦୨୧ ସୁଦ୍ଧା ୪.୭ କୋଟି ମହିଳା ଓ ଯୁବତୀଙ୍କୁ କରୋନା ସଙ୍କଟ ଆର୍ଥିକ ଗରିବୀ ଦିଗକୁ ଟାଣି ନେବ। ମିଳିତ ଜାତିସଂଘ ଦ୍ବାରା ଜାରି ନୂଆ ଡାଟାରେ ଏହା କୁହାଯାଇଛି। ରିପୋର୍ଟ ଅନୁସାରେ ବହୁ ବର୍ଷରୁ ହୋଇ ଆସୁଥିବା ପ୍ରଗତି ପଛକୁ ଚାଲିଯିବ। କୋଭିଡ୍ ସଙ୍କଟ ଗରିବୀରେ ଚଳୁଥିବା ମହିଳା ଓ ପୁରୁଷଙ୍କ ମଧ୍ୟରେ ଅନ୍ତର ବୃଦ୍ଧି କରିବ।

ମହିଳାଙ୍କ ପାଇଁ ଗରିବ ଦର ୨୦୧୯ରୁ ୨୦୨୧ ମଧ୍ୟରେ ୨.୭ ପ୍ରତିଶତ କମିବା ଆଶା ଥିଲା ମାତ୍ର ଏ ମହାମାରୀ ଓ ତାର ଦୁଷ୍ପରିଣାମ ଯୋଗୁ ଏବେ ଏହା ୯.୧ ପ୍ରତିଶତ ବୃଦ୍ଧି ହେବା ଆଶଙ୍କା କରାଯାଉଛି। ୨୦୧୨ ସୁଦ୍ଧା ମହାମାରୀ ୯.୬ କୋଟି ଲୋକଙ୍କୁ ଅତ୍ୟନ୍ତ ଗରିବ ଆଡକୁ ନେଇ ଯିବ। ଯେଉଁଥିରେ ସାମିଲ ରହିବେ ୪.୭ କୋଟି ମହିଳା ଓ ଯୁବତୀ। ଏ ସଙ୍କଟ ଅତ୍ୟନ୍ତ ଗରିବୀରେ ଚଳୁଥିବା ସମୁଦାୟ ମହିଳାଙ୍କ ସଂଖ୍ୟା ବଢ଼ାଇ ୪୩.୫ କୋଟି କରି ଦେବ। ଆଶା କରାଯାଉଛି ୨୦୩୦ ସୁଦ୍ଧା ଏହି ସଂଖ୍ୟା ମହାମାରୀର ପୂର୍ବ ସ୍ତରକୁ ଫେରି ପାରିବ ନାହିଁ।

ମହାମାରୀ ଗରିବଙ୍କୁ ପ୍ରଭାବିତ କଲେ ମଧ୍ୟ ଏଥିରେ ଅଧିକ ମହିଳାମାନେ ହିଁ ପ୍ରଭାବିତ ହେ‌ବେ। ବିଶେଷକରି ପ୍ରଜନନ ଆୟୁ ବର୍ଗ ମହିଳା ବେଶି ପ୍ରଭାବିତ ହେବେ। ୨୦୨୧ ସୁଦ୍ଧା ଅତ୍ୟନ୍ତ ଗରିବୀରେ ରହୁଥିବା ୨୫ରୁ ୩୪ ବର୍ଷ ବୟସର ୧୦୦ ପୁରୁଷରେ ୧୧୮ ମହିଳା ରହିବେ। ଏହି ଅନ୍ତର ୨୦୩୦ ସୁଦ୍ଧା ପ୍ରତି ୧୦୦ ପୁରୁଷରେ ୧୨୧ ମହିଳା ହୋଇଯିବ।

ୟୁଏନ୍ ଓ୍ବିମେନ୍ ସଂସ୍ଥାର କାର୍ଯ୍ୟକାରୀ ନିଦ୍ଦେର୍ର୍ଶଶକ ଫୁମଜାଇଲ ମଲାମ୍ବୋ ନଗକୁକା କହିଛନ୍ତି, ମହିଳାଙ୍କ ଅତ୍ୟନ୍ତ ଗରିବୀ ଯୋଗୁଁ ଆମ ସାମଜ ଓ ଅର୍ଥବ୍ୟବସ୍ଥାକୂ ଯେଉଁଭଳି ଭାବେ ତିଆରି କରିଛି ସେଥିରେ ଅଭାବବୋଧକୁ ଦର୍ଶାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.