Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

ପୁରୁଷଙ୍କ ସହ ସମାନ ହେବାକୁ ମହିଳାଙ୍କୁ ଲାଗିଯିବ ଆହୁରି ୧୩୫ ବର୍ଷ; WEFର ସର୍ଭେ ରିପୋର୍ଟରେ ସାଂଘାତିକ ଲିଙ୍ଗଗତ ପାର୍ଥକ୍ୟ

31/03/2021 at 4:56 PM

ନୂଆଦିଲ୍ଲୀ ୩୧/୦୩: କରୋନା ମହାମାରୀ ପାଇଁ ବିଶ୍ବ ଆର୍ଥିକ ବ୍ୟବସ୍ଥା କେବଳ ଭୁଶୁଡ଼ି ପଡ଼ିଛି ତାହା ନୁହେଁ ଆହୁରି ଅନେକ ଆହ୍ବାନ ମଣିଷ ପାଇଁ ସୃଷ୍ଟି ହୋଇଛି। ମହିଳା ଏବଂ ପୁରୁଷଙ୍କ ସମାନତାକୁ ନେଇ ଆଲୋଚନା ହେଉଥିବା ବେଳେ ଏବେ ମିଳିଥିବା ରିପୋର୍ଟ ଚିନ୍ତାର କାରଣ ପାଲଟିଛି। ବିଶ୍ବ ଅର୍ଥନୀତି ଫୋରମ୍(WEF)‌ର ରିପୋର୍ଟ ଅନୁସାରେ କୋଭିଡ-୧୯ ପାଇଁ ପୁରୁ​‌ଷ ଏବଂ ମହିଳା ମାନଙ୍କ ମଧ୍ୟରେ ଥିବା ଅନ୍ତର (ଗ୍ୟାପ୍‌) ପ୍ରାୟ ୧୩୬ ବର୍ଷ ହୋଇଯାଇଛି । ଏହାର ଅର୍ଥ ପୁରୁଷଙ୍କ ସମକକ୍ଷ ହେବାକୁ ମହିଳାମାନଙ୍କୁ ଏବେ ଆହୁରି ୧୩୫.୬ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ତେବେ ଫୋରମର ଅନୁମାନ ଅନୁସା​‌ରେ ଏହି ଗ୍ୟାପ୍‌ ୨୦୨୦ରେ ୯୯.୫ ବର୍ଷ ଥିଲା। କିନ୍ତୁ ଏଥିରେ ଆହୁରି ୩୬ ବର୍ଷ ଯୋଗ ହୋଇଥିବା ଜଣାପଡ଼ିଛି।

ଲିଙ୍ଗଗତ ଅନ୍ତର ବିଶେଷ କରି ଆର୍ଥିକ ଭାଗିଦାରୀ, ଶିକ୍ଷା ଆହରଣ, ସ୍ବାସ୍ଥ୍ୟ ଓ ଜୀବନ ଯାପନ ଶୈଳୀ ଏବଂ ରାଜନୈତିକ ଅଭିବୃଦ୍ଧି ଦୃଷ୍ଟିକୋଣରୁ ହିସାବକୁ ନିଆଯାଇଛି। କରୋନା ମହାମାରୀର ପ୍ରଭାବ ବିଶେଷ କରି ମହିଳାମାନଙ୍କ ଉପରେ ପଡ଼ିଥିବା ବେଳେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଚାକିରୀ ହରାଇଛନ୍ତି। ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ମହିଳାମାନଙ୍କ ଉପ​ରେ ପିଲାଙ୍କ ଯତ୍ନ ଭାର ଅଧିକ ପଡ଼ିଥିଲା। ତେଣୁ ସେମାନେ ଚାକିରୀ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାରେ ପଛରେ ପଡ଼ିଥିଲେ। ଏହି ପ୍ରଭାବ ଦୀର୍ଘ ବର୍ଷ ଧରି ପଡ଼ିବ ବୋଲି ବିଶ୍ବ ଆର୍ଥିକ ଫୋରମ୍‌ର ବାର୍ଷିକ ଗ୍ଲୋବଲ ଜେଣ୍ଡର ଗ୍ୟାପ୍‌ ରିପୋର୍ଟରୁ ଜଣାପଡ଼ିଛି।

ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ ସୁଯୋଗ ଏବଂ ରାଜନୈତିକ ଅଭିବୃଦ୍ଧି ମାନଦଣ୍ଡକୁ ନେଇ ବିଶ୍ବ ଆର୍ଥିକ ମଞ୍ଚ ୧୫୬ ଦେଶର ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଅସମାନତାକୁ ବିଶ୍ଲେଷଣ କରିଥିଲା।  ଏଥିରୁ ଯୁକ୍ତାତ୍ମକ ଦିଗ ମଧ୍ୟ ରହିଛି। କାରଣ ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଅନ୍ତର କମୁଥିବା ଦେଖିବାକୁ ମିଳିଛି। କିନ୍ତୁ କର୍ମ କ୍ଷେତ୍ରରେ ଥିବା ଅସମାନତା ଆହୁରି ୨୬୭.୬ ବର୍ଷ ଦେଖାଯାଇପାରେ। ମହାମାରୀ ସମୟରେ ବିଶେଷ କରି ମହିଳାମାନେ ଅଧିକ ପ୍ରଭାବିତ ହୋଇଥିଲେ। କାରଣ  ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଚକିରୀ ହରାଇଛନ୍ତି। ଲକ୍‌ଡାଉନ୍‌ ସମୟରେ ମହିଳାମାନେ ଅତ୍ୟଧିକ ଘରୋଇ କାର୍ଯ୍ୟ ଭାର ନେବା ସହ ପିଲାଙ୍କ ଯତ୍ନ ନେଇଛନ୍ତି। ଯାହାକି ସେମାନଙ୍କ ଦୁଃଶ୍ଚିନ୍ତାକୁ ବଢ଼ାଇଛି ଏବଂ କାର୍ଯ୍ୟ ଦକ୍ଷତା କମାଇଛି।

ଲିଙ୍କଡ୍‌ଇନ୍‌ରୁ ମିଳିଥିବା ଡାଟା ଅନୁସାରେ କାର୍ଯ୍ୟକ୍ଷେତ୍ର ଧିରେ ଧିରେ ସାମାନ୍ୟ ହେଉଥିବା ବେଳେ ମହିଳାଙ୍କୁ କମ୍‌ ଚାକିରୀ ଦେଉଛନ୍ତି କମ୍ପାନୀ। ବିଶେଷ କରି ମହାମାରୀ ଉଭୟ ଘର ଏବଂ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା ଉପରେ ପ୍ରଭାବ ପକାଇଛି ବୋଲି ବିଶ୍ବ ଆର୍ଥିକ ଫୋରମ୍‌ର ଏମଡି ସାଦିଆ ଜାହିଦି କହିଛନ୍ତି। ସେହିଭଳି ରାଜନୀତି କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ଉପସ୍ଥିତି କମିଛି। ପୂରା ବିଶ୍ବରେ  ଏକ ଚତୁର୍ଥାଂଶ ମହିଳା ସାଂସଦ ପଦରେ ଥିବା ବେଳେ କେବଳ ୨୨.୬ ପ୍ରତିଶତ ମହିଳାଙ୍କୁ ମିଳିଛି ମନ୍ତ୍ରୀ ପଦ। ରାଜନୈତିକ ସମାନତା ଆସିବାକୁ ହେଲେ ମହିଳାମାନଙ୍କୁ ଆହୁରି ୧୪୫.୫ ବର୍ଷ ଅପେକ୍ଷା କରିବାକୁ ହେବ ବୋଲି ବିଶ୍ବ ଆର୍ଥିକ ଫୋରମ୍‌ ରିପୋର୍ଟରୁ ଜଣାପଡ଼ିଛି।

   Related Posts