Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପାଳିତ ହେଲା ଓ୍ବାର୍ଲଡ ଆର୍ଥ ଡେ, ଆସନ୍ତୁ ଜାଣିବା ଦିବସ ପାଳନର ଇତିହାସ

22/04/2019 at 3:30 PM

ନୂଆଦିଲ୍ଲୀ ୨୨। ୪ : ଆଜି ଏପ୍ରିଲ ୨୨ ବିଶ୍ବ ପୃଥିବୀ ଦିବସ । ୧୯୭୦ ମସିହାରୁ ଆଜି ପର୍ଯ୍ୟନ୍ତ ଦିନଟିକୁ ଆମ ବାସସ୍ଥାନ ପୃଥିବୀ ପାଇଁ ପାଳନ କରାଯାଉଥିବା ବେଳେ ବିଶ୍ବର ପ୍ରତିଟି ଜୀବଜନ୍ତୁ, ଅନ୍ତେବାସୀ  ଓ ପରିବେଶ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ବିଭିନ୍ନ ସ୍ଥାନରେ ଏଥିପାଇଁ ସଚେତନତା କା୍ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଲୋକେ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ମଧ୍ୟ ନେଇଛନ୍ତି। ବିଶ୍ବର ୧୯୨ରୁ ଅଧିକ ଦେଶରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଥିବା ବେଳେ ଚଳିତ ବର୍ଷର ଥିମ ରହିଛି ‘ପ୍ରୋଟେକ୍ଟ ଦ ସ୍ପେସିଜ’।

ଆର୍ଥ ଡେ ପାଳନର ଇତିହାସ

ଆମରିକା କାଲିଫୋର୍ଣ୍ଣିଆର ସାନ୍ତାବାରବରାରେ ୧୯୬୯ ମସିହାରେ ଘଟିଥିଲା ଅଘଟଣ। ଜାନୁୟାରୀ ୨୨ ତାରିଖ ଦିନ ୩ନିୟୁତ ଗାଲନ ତେଲ ଝରି ସମୁଦ୍ରରେ ମିସିଥିଲା। ଫଳରେ  ୧୦ ହଜାରରୁ ଊର୍ଦ୍ଧ୍ବ ସାମୁଦ୍ରିକ ପକ୍ଷୀଙ୍କ ସମେତ ଡଲଫିନ, ସିଲ ଓ ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କର ମୃତ୍ୟୁ ହୋଇଥିଲା। ତତ୍କାଳୀନ ଆମେରିକା ସିନେଟର ଗେଲର୍ଡ ନେଲସନଙ୍କୁ ଘଟଣା ବ୍ୟଥିତ କରିଥିଲା। ନେଲସନଙ୍କ ଆହ୍ବାନରେ ତା ପରବର୍ଷ ଅର୍ଥାତ ୧୯୭୦ ମସିହା ଏପ୍ରିଲ ୨୨ ତାରିଖରେ ଦେଶରେ ପ୍ରଥମ ଥର ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଥିବା ବେଳେ ଏଥିରେ ୨ କୋଟିରୁ ଅଧିକ ଆମେରିକୀୟ ଯୋଗଦେଇଥିଲେ। ପରିବେଶ ସୁରକ୍ଷା ଦିଗରେ ଏହାଥିଲା ବିଶ୍ବର ପ୍ରଥମ ପଦକ୍ଷେପ। ଆମେରିକାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନକାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ କ୍ରମେ ଏହା ବିଶ୍ବରେ ଲୋକପ୍ରୀୟତା ଅର୍ଜନ କରିବା ସହ ଓ୍ବାର୍ଲଡ ଆର୍ଥ ଡେ ଭାବେ ପାଳିତ ହେଉଛି।

ତଥାପି ଟଳିନି ବିପଦ

ଆର୍ଥ ଡେ ପାଳନ ସତ୍ତ୍ବେ ମଧ୍ୟ ବିଶ୍ବପ୍ରତି ବିପଦ କମି ନାହିଁ।   ଜୀବଜଗତ ପାଇଁ ଗ୍ଲୋବାଲ ଓ୍ବାର୍ମିଂ ପାଲଟିଛି ଚିନ୍ତାର କାରଣ।ପୃଥିବୀର ତାପମାତ୍ରା ବୃଦ୍ଧି ପାଗ ପରିବର୍ତ୍ତନର କାରଣ ହୋଇଥିବା ବେଳେ ଏଥି ପାଇଁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି। କେଉଁଠି ବର୍ଷବର୍ଷ ଧରି ମରୁଡି ଭଳି ପରିସ୍ଥିତି ଲାଗି ରହୁଥିବା ବେଳେ ଅଚାନକ ବନ୍ୟା ବ୍ୟାପକ ଧନଜୀବନ ହାନି କରୁଛି।

ଗ୍ଲୋବାଲ ଓ୍ବାର୍ମିଂର କାରଣ

  • ପରିବେଶରେ କ୍ରମାଗତ ଗ୍ରୀନ ହାଉସ ଗ୍ୟାସର ସ୍ତର ବୃଦ୍ଧି
  • ବୃକ୍ଷ ଛେଦନ, ନଦୀ ଓ ପୁସ୍କରିଣୀ ପ୍ରଦୂଷଣ

ଉଦ୍ୟୋଗୀକରଣ ଯୋଗୁ ବାୟୁମଣ୍ଡଳକୁ ଅଧିକ ଅମ୍ଳଯାନ ବାସ୍ପ ଉତ୍ସର୍ଜନ ହେଉଥିବାରୁ ବିଶ୍ବରେ
ଦୀର୍ଘ ହେବାରେ ଲାଗିଛି ଗ୍ରୀଷ୍ମ ଋତୁର ଅବଧି ।

   Related Posts