ଭଦ୍ରକରେ ବିଶ୍ୱ ଧଳାବାଡି ଦିବସ ପାଳିତ, ୬୦ ଦୃଷ୍ଟି ବାଧିତଙ୍କୁ ହେଲା ବଣ୍ଟନ

Published By : Prameya-News7 Bureau | October 17, 2021 IST

ଭଦ୍ରକ,୧୭/୧୦: ଭଦ୍ରକ ଜିଲ୍ଲାରେ ବିଶ୍ୱ ଧଳାବାଡି ଦିବସ ପାଳିତ ହୋଇଛି । ଓଡିଶା ଭିନ୍ନକ୍ଷମ ମଞ୍ଚ ଓ ଦାମୋଦର ଜୀଉ ସେବା ସଂଘ ତରଫରୁ ବାଳଗୋପାଳ ମନ୍ଦିର ଠାରେ ବିଶ୍ୱ ଧଳାବାଡି ଦିବସ ଆୟୋଜିତ ହୋଇଛି । ଏହି ଅବସରରେ ଭିନ୍ନକ୍ଷମମାନେ ଭଦ୍ରକ ସହରକୁ ଶୋଭାଯାତ୍ରରେ ପରିକ୍ରମା କରିଥିଲେ । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମଲୋଚନ ଦାସ, ମଞ୍ଚର ମୁଖ୍ୟ ଉପଦେଷ୍ଟା ବିଜୟ ମହାନ୍ତି ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକର ୬୦ ଜଣ ଦୃଷ୍ଟି ବାଧିତଙ୍କୁ ଧଳାବାଡି ବଣ୍ଟନ କରାଯାଇଛି । ତେବେ ଦୃଷ୍ଟିବାଧିତ ଓ ଭିନ୍ନକ୍ଷମଙ୍କୁ ଧଳା ବାଡ଼ିର ଉପଯୋଗୀତା ଓ ବ୍ୟବହାର ବିଷୟରେ ଆଲୋଚନା କରାଯାଇଥିଲା । ଭିନ୍ନକ୍ଷମଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ସହ ଆତ୍ମନିର୍ଭର ହେବା ନେଇ ମଧ୍ୟ ଆଲୋଚନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.