Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ବିଶ୍ବକପ ବିଜେତା, ନାପୋଲି କିମ୍ବଦନ୍ତୀ, ନିଶାଖୋର : ଜାଣନ୍ତୁ ଡିଏଗୋ ମାରାଡୋନାଙ୍କ ଉତ୍ଥାନ ଏବଂ ପତନର କାହାଣୀ

26/11/2020 at 5:45 PM

ନୂଆଦିଲ୍ଲୀ ୨୬/୧୧ : ଗତ ବୁଧବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା । ୧୦ ନମ୍ବର ଜର୍ସି ପରିଧାନ କରୁଥିବା ମାରାଡୋନା, ପେଲେଙ୍କ ଭଳି ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲର ଥିଲେ । ୧୯୮୬ ମସିହାରେ ଆର୍ଜେଣ୍ଟିନାକୁ ବିଶ୍ବକପ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡିଏଗୋ ମାରାଡୋନା ।

ସେତେବେଳେ ଆର୍ଜେଣ୍ଟିନା ଫିଟବଲ ଟିମର ସଦସ୍ୟ ତଥା ମାରାଡୋନାଙ୍କ ଟିମମେଟ୍ ଜର୍ଜ ଭୋଲ୍ଡାନୋ କହିଛନ୍ତି, ଯେତେବେଳେ କୌଣସି ବଲ ମାରାଡୋନାଙ୍କ ବାମ ପାଦ ପାଖକୁ ଆସୁଥିବା ସେ ଅତି ଚମତ୍କାର ଢଙ୍ଗରେ ତାହାକୁ କ୍ଲିକ୍ କରୁଥିଲେ । ସେ କହିଛନ୍ତି ବାମ ପାଦରେ ସେ ଯେଉଁଭଳି ଫ୍ଲିକ୍ କରୁଥିଲେ, ସେଭଳି ଖେଳାଳୀ ଆଜିଯାଏଁ କେହି ନାହାନ୍ତି । ମାରାଡୋନା ବଲ ସହିତ ଯେତିକି ସଂଯୋଗ ହୋଇରହୁଥିଲେ ସେହିଭଳି ଭାବେ ନିଶାଦ୍ରବ୍ୟ ସହିତ ମଧ୍ୟ ନିଜକୁ ଆଡିକ୍ଟ୍ କରି ରଖିଥିଲେ ।

ମାରାଡୋନା ୧୯୬୦ ମସିହା ଅକ୍ଟୋବର ୩୦ରେ ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସରେ ଏକ ଅତ୍ୟନ୍ତ ଗରିବ ପରିବାରାର ଜନ୍ମଗ୍ରହଣ କରିଥିଲେ । ପିତାମାତାଙ୍କର ଆଠଗୋଟି ସନ୍ତାନ ମଧ୍ୟରୁ ମାରାଡୋନା ଥିଲେ ପଞ୍ଚମ ସନ୍ତାନ । ତାଙ୍କର ପିଲାଦିନ ବହୁତ କଷ୍ଟରେ ବିତିଥିଲା ।  ମାତ୍ର ୧୬ ବର୍ଷ ବୟସରେ ଆର୍ଜେଣ୍ଟିନା ଜୁନିୟର ଫୁଟବଲ ଟିମର ସଦସ୍ୟ ହୋଇପାରିଥିଲେ ମାରାଡୋନା । ୧୭ ବର୍ଷ ବୟସରେ ଏକ ସାକ୍ଷାତକାରରେ ସେ କହିଥିଲେ ତାଙ୍କର ଦିଇଟି ସ୍ବପ୍ନ ଅଛି । ଗୋଟିଏ ହେଉଛି ବିଶ୍ବକପରେ ଖେଳିବା ଏବଂ ଅନ୍ୟଟି ହେଉଛି ଦଳକୁ ବିଶ୍ବକପ ବିଜୟୀ କରାଇବା । ୧୯୭୮ ମସିହାରେ ଜାପାନରେ ଖେଳାଯାଇଥିବା ୨୦ ବର୍ଷରୁ କମ ବିଶ୍ବକପରେ ଦଳକୁ ବିଜୟୀ କରାଇଥିଲେ ମାରାଡୋନା । ୧୯୮୨ ମସିହାରେ ମାତ୍ର ୨୨ ବର୍ଷ ବୟସରେ ସିନିୟର ଟିମରେ ସ୍ଥାନ ପାଇଥିଲେ ଡାଏନା ମାରାଡୋନା । ୧୯୮୨ ଫୁଟବଲ ବିଶ୍ୱକପରେ ଦୁଇଟି ଗୋଲ୍ କରିବା ପରେ ମାରାଡୋନା ୧୯୮୦ରୁ ୧୯୯୦ ମଧ୍ୟରେ କ୍ରୀଡା ଜଗତରେ ଦବଦବା ଜାହିର କରିଥିଲେ । ୧୯୮୪ରେ ଇଟାଲୀ କ୍ଲବ୍ ନେପୋଲି ମାରାଡୋନାଙ୍କ ସହ ସମ୍ପର୍କ ଛିନ୍ନ କରିବା ପରେ ମଧ୍ୟ ତାଙ୍କୁ ୫୦ କୋଟି ଟଙ୍କା ଦେଇଥିଲା ।

ମାରାଡୋନା ୪୯୧ଟି ମ୍ୟାଚ୍ ଖେଳି ୨୫୯ଟି ଗୋଲ୍ ଦେଇଥିଲେ । ୧୯୮୨ରେ ଆର୍ଜେଣ୍ଟିନାକୁ ସେ ବିଶ୍ୱକପ ବିଜୟୀ କରିବା ସହ ୧୯୯୦ରେ ଫାଇନାଲ ଯାଏଁ ନେଇଥିଲେ । କେବଳ ଏତିକି ନୁହେଁ ସେ ଏକ ସର୍ଭେରେ ପେଲେଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ । ବିଂଶ ଶତାବ୍ଦୀର ସବୁଠାରୁ ମହାନ ଫୁଟୁବଲର ଭାବେ ସେ ଗୌରବ ଅର୍ଜନ କରିଥିଲେ । ପରେ ଫିପା ନିୟମ ପରିବର୍ତ୍ତନ କରିଥିଲା ଓ ଉଭୟ ମାରାଡୋନା ଓ ପେଲେଙ୍କୁ ସମ୍ମାନିତ କରିଥିଲା ।

   Related Posts