Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଭାରତରେ ନୁହେଁ ୟୁଏଇରେ ଖେଳାଯିବ ଟି-ଟ୍ବେଣ୍ଟି ବିଶ୍ବକପ ! କାହିଁକି ଏପରି କହିଲେ ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ?

5/06/2021 at 9:36 PM

ନୂଆଦିଲ୍ଲୀ ୦୫/ ୦୬ : ଭାରତରେ ଖେଳା ଯିବନି ଆଗାମୀ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । ଏଭଳି ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ଏହସାନ୍ ମନୀ । ଭାରତରେ କରୋନା ସଂକ୍ରମଣ ଶୀର୍ଷରେ ଥିବାରୁ ଟି-୨୦ ବିଶ୍ବକପ ୟୁଏଇ ରେ କରାଯିବ । ପୂର୍ବରୁ , ଆଇପିଏଲ ସିଜିନ-୧୪ର ଅବଶିଷ୍ଟ ମ୍ୟାଚ ୟୁଏଇରେ ଆୟୋଜନ କରାଯିବ ବୋଲି ଘୋଷଣା କରିସାରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା (BCCI) । ସେପଟେ ଭାରତରେ ଟି-୨୦ ବିଶ୍ବକପ ଆୟୋଜନ ହେବାକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନେବାକୁ ବିସିସିଆଇକୁ ସମୟ ଦେଇଛି ଇଣ୍ଟରନସନାଲ କ୍ରିକେଟ କାଉନସିଲ ବା ଆଇସିସି ।

ସୂଚନାଯୋଗ୍ୟ, ଭାରତରେ ଏବେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ଆଗାମୀ ଦିନରେ ଭାରତରେ ତୃତୀୟ ଲହରକୁ ନେଇ ମଧ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଛନ୍ତି । ସେଥିପାଇଁ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ନେଇ ଆଶଙ୍କା ଦେଖାଦେଇଛି ।   

ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ଏହସାନ୍ ମନୀ କହିଛନ୍ତି ଯେ, ପାକିସ୍ତାନ ସୁପର ଲିଗର ବାକିଥିବା ମ୍ୟାଚ ମଧ୍ୟ ୟୁଏଇରେ ଆୟୋଜନ କରିବା ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନାହିଁ । ଅନ୍ୟପଟେ ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଳର ଅବଶିଷ୍ଟ ମ୍ୟାଚ ଏବଂ ଏବେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ସମସ୍ତ ମ୍ୟାଚ ୟୁଏଇରେ କରାଯିବାକୁ ଯୋଜାନା ଚାଲିଛି । ପାକିସ୍ତାନ ପ୍ରିମିୟର ଲିଗର ବାକିଥିବା ମ୍ୟାଚ ଆସନ୍ତା ୯ ତାରିଖରୁ ୟୁଏଇରେ ଖେଳାଯିବ । ମନୀ କହିଛନ୍ତି ବିଶ୍ବ ଏବେ କରୋନା ମହାମାରୀ ସହ ସୁଝୁଥିବା ବେଳେ ଖଳାଳୀ ଏବଂ ଖେଳ ସହିତ ଜଡିତ ଅଧିକାରୀମାନଙ୍କ ସୁରକ୍ଷା ସର୍ବୋପରି ହେବା ଉଚିତ । ଏଥିପାଇଁ ଆମେ କୌଣସି ରିସ୍କ ନେବାକୁ ଚାହିଁବୁ ନାହିଁ ବୋଲି ଏହସାନ ମୋନୀ କହିଛନ୍ତି ।

ପୂର୍ବରୁ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଆୟୋଜନ କରାଯିବାର ଥିଲା । କିନ୍ତୁ ଗତ ବର୍ଷ କରୋନା କାରଣରୁ ଏହି ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଇଥିଲା | ଏହା ପରେ ଭାରତକୁ ଏହାର ହୋଷ୍ଟିଂ ହସ୍ତାନ୍ତର କରାଯାଇଥିଲା। ଭାରତରେ ଏହି ଟୁର୍ଣ୍ଣମେଣ୍ଟ ଚଳିତ ବର୍ଷ ୧୮ ଅକ୍ଟୋବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବର ଅଛି  | ଏଥର ୧୬ ଟି ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ଏବଂ ମୋଟ ୪୫ ଟି ମ୍ୟାଚ ଖେଳାଯିବ ।

   Related Posts