ସୁନା ଓ ଚାନ୍ଦିରେ ନିର୍ମିତ ବିଶ୍ବକପ ଟ୍ରଫି ଫାଇନାଲ ବିଜେତା ଇଂଲଣ୍ଡ ଟିମକୁ ମିଳିବ ନାହିଁ, କାହାକୁ ମିଳିବ ଜାଣନ୍ତୁ…
16/07/2019 at 12:23 PM

ନୂଆଦିଲ୍ଲୀ୧୬|୭: ଇଂଲଣ୍ଡ ପ୍ରଥମଥର ବିଶ୍ବକପ ଜିତି ଇତିହାସ ସୃଷ୍ଟି କରିଛି। ଏହି ବିଶ୍ବକପକୁ ହାସଲ କରିବା ଇଂଲଣ୍ଡ ପକ୍ଷେ ଏତେ ସହଜ ନଥିଲା। ସୂଚନାଥାଉକି, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ବିଶ୍ବକପ ଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଉଭୟ ଟିମ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା। ନିର୍ଦ୍ଧାରିତ ଓଭର ମଧ୍ୟରେ ଉଭୟ ଦଳ ବରାବର୍ ରନ ସଂଗ୍ରହ କରିଥିବାରୁ ମ୍ୟାଟି ଡ୍ର ହୋଇଥିଲା।

ପୁଣି ଉଭୟ ଦଳ ମଧ୍ୟରେ ସୁପର ଓଭର ଖେଳ ହୋଇଥିଲା । ଏହି ଓଭରରେ ମଧ୍ୟ ରନ ବରାବର କରିଥିବାରୁ ପୁଣି ମ୍ୟାଚଟି ଡ୍ର ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ ଅଧିକ ଛକା, ଛଉକା ମାରିଥିବାରୁ ବାଉଣ୍ଡ୍ରି ଆଧାରରେ ଆଇସିସି ଇଂଲଣ୍ଡକୁ ବିଜେତା ଘୋଷଣା କରିଥିଲା। ଅଗଣିତ କ୍ରିକେଟପ୍ରେମୀ ଭାବୁଥିବେ ଜିତିବା ପରେ ବିଶ୍ବକପ ଟ୍ରଫିକୁ ଇଂଲଣ୍ଡ ଅଧିକାର କରିବେ। ଆସନ୍ତୁ ଜାଣିବା ଜାଣିବା ବିଶ୍ବକପ ଟ୍ରଫିର ପ୍ରକୃତ ଅଧିକାରୀ କିଏ?

ବିଶ୍ବକପର ବିଜେତା ଟିମକୁ ଏହି ଅସଲି ଟ୍ରଫି ଦିଆଯାଇ ନଥାଏ ବରଂ ଏହି ଟ୍ରଫିଭଳି ଅନ୍ୟ ଏକ ଟ୍ରିଫି ପ୍ରଦାନ କରାଯାଇଥାଏ। ଏହି ବିଶ୍ବକପ ଟ୍ରଫି ଆଇସିସି ସଂଗ୍ରାହଳୟରେ ରଖାଯାଇଥାଏ। ବିଶ୍ବଟ୍ରଫି ସୁନା ଓ ଚାନ୍ଦିଭଳି ଧାତୁରେ ନିର୍ମିତ ହୋଇଥାଏ। ଏହାର ଓଜର ୧୧ କିଲୋ ଥିବାବେଳେ ଲମ୍ବା ୬୦ ସେଣ୍ଟିମିଟର ରହିଥାଏ। ବିଶ୍ବକପ ଟ୍ରଫି ଆକୃତି ଗ୍ଲୋବଭଳି ଦେଖାଯାଇଥାଏ। ବିଶ୍ବକପ ଫାଇନାଲ ମ୍ୟାଚ ଖେଳିଥିବା ଦୁଇଟି ଟିମକୁ ମୋଟା ଅଙ୍କର ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ। ନ୍ୟୁଜିଲାଣ୍ଡ ଟିମକୁ ୧୪ କୋଟି, ଇଂଲଣ୍ଡ ଟିମକୁ ୨୮ କୋଟି ଓ ଇଣ୍ଡିଆ ସେମିଫାଇନାଲ ମ୍ୟାଚ ଖେଳିଥିବାରୁ ଇଣ୍ଡିଆକୁ ୫ କୋଟି ଆଇସିସି ପ୍ରଦାନ କରିବ।