ଭାରତକୁ ଆଉ ଏକ ଝଟ୍କା : ରୋହିତ ଏବଂ କୋହଲିଙ୍କ ଭଳି ରାହୁଲ ବି ୧ ରନ୍ କରି ଆଉଟ୍
10/07/2019 at 3:30 PM

ମାଞ୍ଚେଷ୍ଟର ୧୦|୭; ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତକୁ ୨୪୦ ରନ୍ ର ଟାର୍ଗେଟ୍ ଦେଇଛନ୍ତି । ତେବେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ମଧ୍ୟ ୧ ରନ୍ କରି ଆଉଟ୍ ହୋଇଛନ୍ତି । ଏହା ପରେ ପରେ କେ ଏଲ୍ ରାହୁଲ ମଧ୍ୟ ମାତ୍ର ୧ ରନ୍ କରି ଆଉଟ୍ ହୋଇଛନ୍ତି । ରୋହତ ଓ ରାହୁଲଙ୍କ ଓ୍ବିକେଟ୍ ହେନରି ନେଇଥିବାବେଳେ ବିରାଟ କୋହଲିଙ୍କୁ ଏଲବିଡବ୍ଲୁ କରିଥିଲେ ବୋଲ୍ଟ । ମାତ୍ର ୩.୧ ଓଭରରେ ଭାରତର ସ୍କୋର ରହିଛି ମାତ୍ର ୫ ରନ୍ ପ୍ରଶଂସକଙ୍କୁ ନିରାଶ କରିଛି ।