Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶ୍ବକପ ହକି ଇଫେକ୍ଟ : ଅକ୍ଟୋବରରୁ ଭୁବନେଶ୍ବର ସହ କଟକ ,ପୁରୀ ଓ କେ।ଣାର୍କ ରେ।ଡରେ ଗଡିବ ୩୬୦ ସିଟି ବସ

21/09/2018 at 7:27 PM

ଭୁବନେଶ୍ବର୨୧|୯: ରାଜଧାନୀ ଭୁବନେଶ୍ବର ସହ କଟକ ,ପୁରୀ, କେ।ଣାର୍କ ରେ।ଡ ରେ ଗଡିବ ନୁଆ ୩୬୦ ସିଟି ବସ ।ଏହା ସହ ଆଗକୁ ଥିବା ବିଶ୍ବକପ ହକି ପାଇଁ ମଧ୍ୟ  ବିଡିଏ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଟୁର୍ଣ୍ଣାମେଣ୍ଟ ସମୟରେ ଶତାଧିକ ଲେ।କ ସହରକୁ ମ୍ୟାଚ ଦେଖିବା ପାଇଁ ଆସିବାକୁ ଥିବାବେଳେ ଏହାକୁ ଦୃଷ୍ଟି ରେ ରଖି ବିଡିଏ ଖୁବ ଶୀଘ୍ର ଲାଗୁ କରିବ ସିଟି  ବସ  ବ୍ୟବସ୍ଥା ।ଏଥିପାଇଁ ବିଡିଏ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ମାଷ୍ଟର ପ୍ଳାନ ।୧୦୦ ଟି ଷ୍ଟାଣ୍ଡାର୍ଡ ବସ ସହ ୫୦ଟି ଏସି ବସ ୧୦୦ଟି ମିଡି  ବସ ଓ  ବିଡିଏର ଥିବା ପୁରୁଣା ୧୧୦ଟି ବସ କୁ ରି ମଡେଲିଙ୍ଗ କରାଯାଇ ରେ।ଡ ରେ ଗଡିବା ପାଇଁ କରାଯିବ ବ୍ୟବସ୍ଥା । `ଅକ୍ଟେ।ବର  ୫ ତାରିଖ ସୁଦ୍ଧା ଏ ସମସ୍ତ କାଯ୍ୟକାରୀ ହେବ ବେ।ଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ସରକାର ଓ ବିଡିଏର ମିଳିତ ସହଯେ।ଗରେ ବିଶ୍ବକପ ହକି ପୂର୍ବରୁ ୩୬୦ଟି ଓ ୨୦୨୦ ମସିହା ଶେ​ଷ ସୁଦ୍ଧା ଭୁବନେଶ୍ବର, କଟକ  ପୁରୀ ଓ କେ।ଣାର୍କ ରେ।ଡ ରେ ୫୦୦ ସିଟି  ବସ ଚଳାଚଳ କରିବେ ।ଏଥିପାଇଁ ରାଜ୍ୟ ସରକାର ୧୨୫ କେ।ଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।ଏହା ୨୦୦ ରୁ ଅଧିକ ସବ ୱେ କ୍ୟୁ ସେଲଟରର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିପାଇଁ  ସ୍ବତନ୍ତ୍ର ରୁଟ ଚାଟର ମଧ୍ୟ କରାଯାଇଛି ବ୍ୟବସ୍ଥା ।୨୦୦ ନୂଆ ବସ ପାଇଁ ଦିଲ୍ଲୀର ଏକ କମ୍ପାନୀ ନରବଡା ଟ୍ରଭେଲ ୫୦ ଏସି ବସ ଓ ୫୦ଟି ଷ୍ଟାଣ୍ଡାର୍ଡ ବସ ପାଇଁ ଟେଣ୍ଡର ପାଇଥିବା ବେଳେ ୧୦୦ଟି ମିଡି ବସ ପାଇଁ ଅଶେ।କ ଲେ ଲାଣ୍ଡ କୁ ଦିଆଯାଇଛି ଟେଣ୍ଡର ।ପୂର୍ବରୁ ଥିବା ୧୧୦ ପୁରୁଣା ବସ ପାଇଁ ଟେଣ୍ଡର ଅନୁସାରେ ବସ ମାଲିକଙ୍କୁ ଦିଆଯିବ ।  ଯିଏ କି ନିଜ ଖର୍ଚ୍ଚ ରେ ବସର ମେଣ୍ଟାନାସ କରିବା ସହ ସରକାର ତାଙ୍କୁ ଲିଜ ସୁତ୍ର ରେ ବସ ଦେବେ ।

ଖାଲି ସେତିକି ନୁହେଁ ବିଶ୍ବ କପ ପୂର୍ବରୁ ରାଜ୍ୟ ସରକାର ସ୍ମାର୍ଟ ସିଟିର କାଯ୍ୟକୁ ମଧ୍ୟ ଦେଇଛନ୍ତି ଗୁରୁତ୍ବ । ୨୦ କେ।ଟି ଟଙ୍କା ବ୍ୟୟରେ ବିଭିନ୍ନ  ଜାଗାରେ ସିସିଟିଭି କ୍ୟାମେରା ଖଞିବା ପାଇଁ ବ୍ୟବସ୍ଥା କରାଯାଇଛି ।୮୦ କିମିର ବିଏମି ବିଡିଏ ରାସ୍ତରାରେ ବିଶ୍ବକପ ପୂର୍ବରୁ ରାସ୍ତା କାମ ସହ ସିସିଟିଭି ଓ ସମସ୍ତ ରୁଟରେ ଦର୍ଶକ ଙ୍କ ପାଇଁ ସିଟି ବସର ମଧ୍ୟ କରାଯିବ ସ୍ବତନ୍ଦ୍ର ବ୍ୟବସ୍ଥା । ବସ ଗୁଡିକ କେଉଁ କେଉଁ ରୁଟ କେଉଁ ଟାଇମିଂ ଙ୍ଗରେ ଚାଲିବ ସେ ନେଇ ମଧ୍ୟ ଏକ ଏଜେନ୍ସି କୁ ଦିଆଯାଇଛି ଦାୟିତ୍ବ ।ଏହା ପ୍ରଥମ କରି ଅତ୍ୟାଧୁନିକ ଷ୍ଟାଇଲରେ ବସ ଡିପେ ପାଇଁ ମଧ୍ୟ ୩ ଟି ଜାଗାକୁ ଚିହ୍ନଟ କରାଯାଇଛି । ପେ।ଖରୀପୁଟ, ପଟିଆ ଓ ପାତ୍ର ଡାର ଭଗବାନ ପୁର ।ଏକା ସାଙ୍ଗରେ ୧୩୦ ଟି ବସ ପାର୍କ ହେଲା ଭଳି ରଖାଯାଇଛି ସ୍ଥାନ ।

୨୦୨୦ ସୁଦ୍ଧା ରାଜ୍ୟ ସରକାର ୫୦୦ ବସ ଚଲାଇବାକୁ ସ୍ଥିର କରାଯାଇଛି । ଏହା ସହ କିଛି ଇଲେକ୍ଟ୍ରିକ ବସ  ଚଳାଇବା ପାଇଁ ରାଜ୍ୟ ସରକାର ଚିନ୍ତା କରିଛନ୍ତି । ଭଙ୍ଗା ଦଦରା ବସ ବିଡିଏ  ଚଳାଉଛି ବେ।ଲି ଅଭିଯେ।ଗ ହେଉଥିବା କାଣଣ ରୁ ପ୍ରଥମ ଥର ପାଇଁ ଲିଜ ମାଧ୍ୟମରେ ବସମାଲିକ ଟେଣ୍ଡର ନେଇ ବସ ଚଳାଇବାର ବ୍ୟବସ୍ଥା କରାଯାଇଛି । ତେଣୁ ସିଟି ବସର ଅଭିଯେ।ଗ  ଆସିଲେ ସଂପୃକ୍ତ ମାଲିକ ହିଁ ଦାୟୀ ବେ।ଳି ବିଡିଏ ପକ୍ଷରୁ କୁହାଯାଇଛି ।

   Related Posts