ହକି ବିଶ୍ବକପ୍ ୨୦୧୮ : ଆଜି ଜର୍ମାନୀ ଓ ପାକିସ୍ତାନ ମଧ୍ୟରେ କଡା ଟକ୍କର, ନେଦରଲାଣ୍ଡକୁ ଭେଟିବ ମାଲେସିଆ

Published By : Prameya-News7 Bureau | December 01, 2018 IST

ଭୁବନେଶ୍ବର ୦୧|୧୨: ବିଶ୍ବକପ ହକିର ଲିଗ୍  ପର୍ଯ୍ୟାୟ ଯେତିକି ଯେତିକି ଆଗକୁ ବଢୁଛି ଦର୍ଶକଙ୍କ ମଧ୍ୟରେ ସେତିକି ରୋମାଞ୍ଚ ଭରୁଛି । ଆଜି ପୁଲ-ଡି ରେ ନେଦରଲାଣ୍ଡ-ମାଲେସିଆ,ଜର୍ମାନୀ-ପାକିସ୍ତାନ ମଧ୍ୟରେ ହେବ କଡା ମୁକାବିଲା । ହକି ବିଶ୍ବକପ ଯେତିକି ଯେତିକି ଆଗକୁ ବଢୁଛି ଦର୍ଶକଙ୍କ ମଧ୍ୟରେ ସେତିକି ରୋମାଞ୍ଚ ଭରୁଛି । ପ୍ରତିଟି ମ୍ୟାଚକୁ ଦେଖିବାପାଇଁ ଷ୍ଟାଡିୟମରେ ଦେଖିବାକୁ ମିଳୁଛି ଦର୍ଶକଙ୍କ ନାହିଁ ନଥିବା ଉତ୍କଣ୍ଠା । ବିଶ୍ବକପର ଚତୁର୍ଥ ଦିନରେ ପୁଲ ଡିର ଖେଳାଯିବ ଦୁଇଟି ମ୍ୟାଚ। ନେଦରଲାଣ୍ଡ-ମାଲେସିଆ,ଜର୍ମାନୀ-ପାକିସ୍ତାନ ମଧ୍ୟରେ ହେବ କଡା ମୁକାବିଲା। ବିଶ୍ବକପରେ ପୁଲ ଡିରେ ରହିଛନ୍ତି ବିଶ୍ବର ବଛାବଛା ଦଳ। କୌଣସି ଦଳକୁ ଦୁର୍ବଳ ବୋଲି ଆକଳନ କରାଯାଇପାରିବନି। ମାକ୍ସ କାଲଡାସଙ୍କ ଦ୍ବାରା ପ୍ରଶିକ୍ଷିତ ନେଦରଲାଣ୍ଡ ଦଳ ପ୍ରଥମେ ମାଲେସିଆ ସହି ପ୍ରତିଦ୍ବନ୍ଦ୍ବିତା କରିବ। ମେନ୍ ଇନ ଅରେଞ୍ଜ ଏଯାଏ ତିନି ଥର ବିଶ୍ବକପ ହାତେଇଛି। ୧୯୭୩,୧୯୯୦ ଏବଂ ୧୯୯୮ରେ ଦଳ ହୋଇଛି ଚାମ୍ପିଅନ। ଲିଜେଣ୍ଡାରି ଡ୍ରାଗ ଫ୍ଲିକର ମିଙ୍କ୍ ଭାନଡର ୱିଡେନଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଭରିଛି। ସେହିପରି ପ୍ରୁଜିସର,ବ୍ରିଙ୍କମ୍ୟାନ ଏବଂ ଜେରିୟନ ହର୍ଜବେଗର ପରି ଖେଳାଳି ମାଲେସିଆ ଉପରେ ଭାରି ପଡିପାରନ୍ତି। ଖାସ୍ କରି ବ୍ଲାକ୍ ଉପରେ ମାଲେସିଆକୁ କଡା ନଜର ରଖିବାକୁ ହେବ। ସେପଟେ ସ୍ପିଡି ଟାଇଗର ମାଲେସିଆର ବାଟ ଓଗାଳିବା ନେଦରଲାଣ୍ଡ ପାଇଁ କିଛି ଆହ୍ବାନଠୁ କମ୍ ନୁହଁ। ମାଲେସିଆ ଦଳର ଦୁଇ ଭାଇ ଫୈଜଲ ଏବଂ ଫିତ୍ରି ସାରି ଉପରେ ରହିବ ସମସ୍ତଙ୍କ ନଜର ।  ହାସାନ ଆଜୁଆନ, ତାଜୁଦ୍ଦିନ ତେଙ୍ଗକୁ, ନିକ୍ ରୋଜମୈଙ୍କ ପରି ଖେଳାଳି ନେଦରଲାଣ୍ଡ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିପାରନ୍ତି । ବିଶ୍ବର ୪ନମ୍ବର ମାନ୍ୟତାପ୍ରାପ୍ତ ଦଳ ନେଦରଲାଣ୍ଡକୁ  ବନାମ ୧୨ନଂ ମାନ୍ୟତାପ୍ରାପ୍ତ ଦଳ ମାଲେସିଆ ଲଢେଇରେ ମେନ ଇନ ଅରେଞ୍ଜକୁ ଫେଭରାଇଟ ବୋଲି ଆକଳନ କରିଛନ୍ତି ଏକ୍ସପର୍ଟ। ବିଶ୍ବକପ ହକିରେ ପୁଲି ଡିରେ ଦ୍ବିତୀୟ ମ୍ୟାଚରେ ୪ଥର ବିଶ୍ବକପ ବିଜେତା ପାକିସ୍ତାନ ସହିତ ଜର୍ମାନୀର ହେବ ଟକ୍କର।ଏକଦା ବିଶ୍ବରେ ହେବିୱେଟ ଗଣାଯାଉଥିବା ଜର୍ମାନୀର ପ୍ରଦର୍ଶନ ଉପରେ ରହିବ ନଜର। ଗୋଲ୍ଡ ଷ୍ଟାଣ୍ଡାର୍ଡ ପ୍ରଦର୍ଶନ ଦେଉଥିବା ଜର୍ମାନୀକୁ ରୋକିବାକୁ ହେଲେ ପାକିସ୍ତାନକୁ ଖାସ୍ ରଣନୀତି ସହିତ ମଇଦାନକୁ ଓହ୍ଲାଇବାକୁ ପଡିବ। ବିଶ୍ବ ମାନ୍ୟାତାରେ ୬ନଂ ମାନ୍ୟାତାପ୍ରାପ୍ତ ଦଳ ଜର୍ମାନୀ  ୧୩ ନମ୍ବର ମାନ୍ୟତାପ୍ରାପ୍ତ ଦଳ ପାକିସ୍ତାନ ବିପକ୍ଷରେ କେଉଁ ରଣନୀତି ଆପଣାଉଛି ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି।  ଜର୍ମାନୀର ଖ୍ରୀଷ୍ଚୋଫର ରୁର,ମାଟସ ଗ୍ରମ୍ବୁସ,ଫ୍ଲୋରିଆନଙ୍କ ଉପରେ ଦଳ ଅଧିକ ନିର୍ଭର କରିବ। ସେପଟେ ପାକିସ୍ତାନ ପାଖରେ ରହିଛି  ଦୁଇ ଜଣ ମହାନ ଡ୍ରାଗ ଫ୍ଲିକର ମୁବାସର ଅଲ୍ଲୀ ଏବଂ ଅଲୀମ ବିଲାଲ। ତେଣୁ ଜର୍ମାନୀର ଆକ୍ରମଣକୁ ପାକିସ୍ତାନ କେତେ ପ୍ରତିହତ କରୁଛି  ଦେଖିବା ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.