Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଭାରତର ବିଶ୍ବକପ୍ ଅଭିଯାନ ; ରୋହିତ ହେଉଛନ୍ତି ହୀରୋ ନଂ-୧

6/06/2019 at 5:44 PM

ଭାରତ ତାର ବିଶ୍ବକପ୍ ଅଭିଯାନ ଧମାକାଦାର ଭାବେ ଆରମ୍ଭ କରିଛି । ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ମାତ୍ ଦେବା ଭାରତ ପାଇଁ ସେତେଟା ସହଜ  ନଥିଲା  । ହେଲେ ଯେଉଁଠି ରୋହିତ ଅଛନ୍ତି ସେଠି ଅସମ୍ଭବକୁ ସମ୍ଭବ କରିଥିଲେ ମେନ୍‌ ଇନ୍ ବ୍ଲୁ । ଆପରାଜିତ ଶତକ ମାରି ରୋହିତ୍‌ ହିଁ ଭାରତ ବିଜୟରେ ମାରିଥିଲେ ମୁଣ୍ଡି । ଆଉ ସାଜିଥିଲେ ମ୍ୟାଚ୍ର ହିରୋ । ….

ଯେଉଁଦିନ ରୋହିତ ଶର୍ମା  କ୍ରିଚରେ ଅଟକି ଯାଆନ୍ତି ସେ ଦିନ ଟିମ୍ ଇଣ୍ଡିଆର ବିଜୟ ସୁନିଶ୍ଚିତ ହିଁ ହୋଇଥାଏ । … ୨୦୧୯ ବିଶ୍ବକପ୍ ଅଭିଯାନରେ ଭାରତ ପାଇଁ ଏହାହିଁ କରି ଦେଖାଇଲେ ଡିପେଣ୍ଡେବଲ ରୋହିତ । ବିଶ୍ବକପ ଅଭିଯାନର ପ୍ରଥମ ମ୍ୟାଚରେ ଭାରତକୁ ସୁନିଶ୍ଚିତ କରିଥିଲେ ବିଶ୍ବର ଏହି ନମ୍ବର ଟୁ ବ୍ୟାଟସମ୍ୟାନ ।

୨୨୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ଦୁଇ ଓପନର ରୋହିତ ଓ ଧାୱନ୍‌ ଆରମ୍ଭରୁ ଡିଫେନସିଭ୍‌ ଗେମ୍‌ ଖେଳିଥିଲେ । ଲାଗୁଥିଲା ଯେମିତି ଘାତକ ବୋଲର ଘାଇଲା କରିଦେବେ। ସେମିତି ଝଲକ ବି ମିଳିଥିଲା। ରାବଡାଙ୍କ ବଲ୍‌କୁ ବୁଝି ନପାରି ଦଳୀୟ ସ୍କୋର ମାତ୍ର ୧୧ ରନ୍ ଥିବାବେଳେ  ୮ ରନ୍‌ କରି ଆଉଟ୍ ହୋଇଥିଲେ  ଶିଖର ଧୱନ୍‌ ।

ରୋହିତ ବି ରାବଡାଙ୍କ ଦ୍ବାରା ବାରମ୍ବାର ବିଟ୍‌ ହେଉଥିଲେ, ହେଲେ ଧର୍ଯ୍ୟ ହରାଇନଥିଲେ । ଆଉ ତାର ଫଳ ତାଙ୍କୁ ମିଳିଥିଲା । ଅଷ୍ଟମ ଓଭରରେ ରାବଡାଙ୍କୁ ୨ଟି ଚୌକା ଓ ଗୋଟିଏ ଛକାମାରି ରୋହିତ ତାଙ୍କ ଉଦ୍ଦେଶ୍ୟ କ୍ଲିଅର କରିଥିଲେ । ଟିମ୍ ଇଣ୍ଡିଆ ସ୍କୋର ୫୪ ଥିବା ବେଳେ କୋହଲି ମାତ୍ର ୧୮ ରନ୍ କରି ଆଉଟ୍‌ ହୋଇଥିଲେ ।

ତଥାପି ବି ଧର୍ଯ୍ୟ ହରାଇନଥିଲେ ରୋହିତ । ରାବଡା,  ଫେଲୋକ୍ବାଓ, ଇମ୍ରାନ ତାହିର, ସାମସି ସମସ୍ତଙ୍କୁ ଏକୁଟିଆ ମୁକାବିଲା କରିଥିଲେ । ୭୦ ବଲ୍‌ରେ ୫୦ ରନ୍ କରିନେଇଥିବା ରୋହିତ ୧୨୮ ବଲ୍‌ରେ ନିଜ କ୍ୟାରିଅରର ୨୩ ତମ ଶତକ ହସାଲ କରିଥିଲେ । ତେବେ ଦୁଇ ଥର ରୋହିତଙ୍କ କ୍ୟାଚ୍ ମିସ୍‌ କରିବା ଦକ୍ଷିଣ ଆପ୍ରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।୪୭ ତମ ଓଭରରେ ହାର୍ଦ୍ଦିଙ୍କଙ୍କ ସହ ମିଶି ବିଜୟର ମୁଣ୍ଡି ମାରିଥିଲେ ରୋହିତ ।

ଯେଉଁଥିରେ ଥିଲା ୧୩ ଚୌକା ଓ ୨ ଛକା । ଆଉ ରୋହିତ ହିଁ ହୋଇଥିଲେ ମ୍ୟାଚ୍‌ ର ହିରୋ । ୱା ନଡେ କ୍ୟାରିଅରରେ ଏହା ଥିଲା ରୋହିତଙ୍କ ୨୩ ତମ ଶତକ । ଏହି ଶତକ ସହ ଗାଙ୍ଗୁଲିଙ୍କ ଦିନିକିଆ ଶତକକୁ ପଛରେ ପକାଇଥିଲେ ରୋହିତ । ରୋହିତ ଏବେ ଦିନିକିଆରେ ସର୍ବାଧିକ ଶତକ ଲିଷ୍ଟରେ ନବମ ସ୍ଥାନରେ ଅଛନ୍ତି । ଆଶା ଭାରତ ଖେଳିବାକୁ ଥିବା ଆଉ ୮ଟି ମ୍ୟାଚ୍‌ରୁ ଆହରୁ ଅଧିକ ଶତକ ଦେଖିବାକୁ ମିଳିବ ।

   Related Posts