Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ବିଶ୍ବକପରେ ଆସନ୍ତାକାଲି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା : ୨ଟି ମ୍ୟାଚ୍‌ରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା

4/06/2019 at 6:37 PM

ବିଶ୍ବକପରେ ଆସନ୍ତାକାଲି ଭାରତ ତାର ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଭାରତର ମୁକାବିଲା ହେବ ଦକ୍ଷିଣ ଆଫ୍ରିକା ସହ । ପୂର୍ବରୁ ଦକ୍ଷିଣ ଆଫ୍ରିକା ଖେଳିସାରିଥିବା ୨ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ତେଣୁ ଭାରତ ବିପକ୍ଷ ମ୍ୟାଚ୍ ଜିତିବାକୁ ଦକ୍ଷିଣ ଆଫ୍ରିକା ଚେଷ୍ଟା କରିବ । ସେପଟେ ଭାରତ ଏହି ମ୍ୟାଚ୍‌ ଜିତି ତାର ଦମଦାର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି । ….

ଆସନ୍ତାକାଲି ହେବ ମହା ମୁକାବିଲା । ମେନ ଇନ୍‌ ବ୍ଲୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବେ ବିଶ୍ବକପ୍ ଅଭିଯାନ । ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ରେ ଏଯାଏଁ ଦୁଇଟି ମ୍ୟାଚ୍‌ ଖେଳି ଉଭୟ ଇଂଲଣ୍ଡ ଏବଂ ବାଂଲାଦେଶଠାରୁ ପରାଜିତ ହୋଇଛି । ଭାରତ ମ୍ୟାଚ ଦକ୍ଷିଣ ଆଫ୍ରିକା ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଏଯାଏଁ ବିଶ୍ବକପ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ୪ ଥର ଭେଟିଛନ୍ତି । ଏଥିରୁ ଥରେ ମାତ୍ର ଜିତିଛି ଭାରତ । ୨୦୧୫ ବିଶ୍ବକପ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୦ ରନ୍‌ରେ ହରାଇଥିଲା । ଗଲା ୫ଟି ଦିନିକିଆ ଏନ୍‌କାଉଣ୍ଟରରେ ଭାରତ ୪ଥର ଜିତିଛି ।

ଏମିତି ଦେଖିବାକୁ ଗଲେ ଭାରତୀୟ ଦଳ ବେଶ ସନ୍ତୁଳିତ । ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ୍, ଧୋନୀ, ରାହୁଲ, କାର୍ତ୍ତିକଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନ୍‌ ବେଶ ଶକ୍ତିଶାଳୀ । ସେହିଭଳି ବୁମରା, ଭୁବନେଶ୍ବର କୁମାର, ସାମିଙ୍କ ପେସ୍ ଆଟାକ୍‌ ବିଶ୍ବର ଯେକୌଣସି ବ୍ୟାଟିଂ ଲାଇନ୍ ଅପ୍‌କୁ ଧ୍ବସ୍ତ କରିବାରେ ସଫଳ । ଚହଲ, କୂଲଦୀପ ଯାଦବ, ଜାଡେଜାଙ୍କ ଗୁଗୁଲି ଓ ଫିରକି ଯଦି କାମ କଲା ତେବେ ତ ବିପକ୍ଷକୁ ମାତ୍ ଦେବା ସହଜ । ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, କେଦାର ଯାଦବଙ୍କ ଭଳି ଅଲରାଉଣ୍ଡର ବି କମାଲ୍‌ ଦେଖାଇବାକୁ ରେଡ୍ ।

ଦକ୍ଷିଣ ଅଫ୍ରିକା ଦଳରେ ଡିକକ୍‌, କ୍ୟାପଟେନ୍‌ ଡୁପ୍ଲେସିସ୍‌ ହାସିମ୍‌ ଆମଲା, ଡୁସେନ୍‌, ଜେପି ଡୁମିନି, ଏଡେନ୍‌ ମରକରମ୍‌, ମିଲରଙ୍କ ଭଳି ଶକ୍ତିଶାଳୀ ବ୍ୟାଟସମ୍ୟାନ୍ ଅଛନ୍ତି । ଡିକକ୍, ଡୁସେନ୍‌, ଡୁପ୍ଲେସିସ୍‌ ବି ଗଲା ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି । ସେହିପରି ଦଳରେ ରାବାଡା, ଲୁଙ୍ଗି ନେଗିଡି, ପ୍ରିଟୋରିଅସ୍‌ଙ୍କ ଭଳି ପେସ୍ ଆଟ୍‌କ ବି ରହିଛି ।

ଆଉ ଇମ୍ରାନ୍ ତାହିରଙ୍କ ସ୍ପିନ୍ ଯଦି କାମକଲା ତେବେ ତାଙ୍କୁ ଅଟକାଇବା କଠିନ ହୋଇପାରେ । ତେବେ କାଲିର ଫାଇଟ୍ ବିରାଟ ଓ ରାବଡାଙ୍କ ମଧ୍ୟରେ ଏବଂ ବୁମରା ଓ ଡୁପ୍ଲେସିସ୍‌ଙ୍କ ମଧ୍ୟରେ ହେବାକୁ ଯାଉଛି ।  

   Related Posts