ବିଶ୍ବକପ୍ କ୍ରିକେଟ୍‌କୁ ନେଇ ସଟ୍ଟା ବଜାର ସକ୍ରିୟ : ରାଉରକେଲାରୁ ରାୟପୁର ଲମ୍ବିଛି ଚେର, ଏବେ ସୁଦ୍ଧା ୩ ଜଣଙ୍କୁ ଗିରଫ କଲାଣି ପୋଲିସ

Published By : Prameya-News7 Bureau | June 26, 2019 IST

ରାଉରକେଲା ୨୬|୬: ବିଶ୍ବକପ୍ କ୍ରିକେଟ୍ ଯେତିକି ଜମୁଛି ତାକୁ ଆଧାର କରି ସେତିକି ବଢୁଛି ଜୁଆଖେଳ । ରାଉରକେଲା କ୍ରିକେଟ୍ ବେଟିଂ ଘଟଣାରେ ପୋଲିସ ଏବେ ସୁଦ୍ଧା ୩ ଜଣଙ୍କୁ ଗିରଫ କଲାଣି । ପୂର୍ବରୁ ୩୧ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଆଜି ୩ ହଜାର ଡଲାର, ପାସ୍‌ପୋର୍ଟ ଆଦି ଜବତ ହୋଇଛି । ରାଉରକେଲାରୁ ରାୟପୁର ଲମ୍ବିଛି ଚେର ।

{"id":127384}

ମୈଦାନରେ ବ୍ୟାଟିଂ, ଏସି ରୁମ୍‌ରେ ବେଟିଂ । ମାନେ କ୍ରିକେଟ୍ ବିଶ୍ବକପ୍‌କୁ ନେଇ ସଟ୍ଟା ବଜାର ସକ୍ରିୟ । ରାଉରକେଲାରୁ ରାୟପୁର ଲମ୍ବିଛି ଚେର । ରାଉରକେଲା, ବୀରମିତ୍ରପୁର, ରାଜଗାଙ୍ଗପୁର, ସୁନ୍ଦରଗଡ଼ରେ ଚାଲିଛି କୋଟି କୋଟି ଟଙ୍କାର ଜୁଆ ଖେଳ । ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ୨୪ ତାରିଖରେ ପ୍ଲାଣ୍ଟ୍ ସାଇଟ୍ ଥାନା ଅଞ୍ଚଳରେ ଚଢାଉ କରି ପ୍ରଥମେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏହି ଲିଙ୍କ୍‌ରେ ତୃତୀୟ ବ୍ୟକ୍ତି ଭାବେ ପ୍ଲାଣ୍ଟ ସାଇଟ୍ ଅଞ୍ଚଳର ଏମ୍‌ଡି ଆପ୍ରିଦ୍‌ଙ୍କୁ ଗିରଫ କରାଯାଇଛି । ସଟ୍ଟା କାରବାରରେ ଆଉ ୫ ଜଣ ଫେରାର ଥିବା ଏସ୍‌ପି କହିଛନ୍ତି ।

{"id":127385}

୨୪ ତାରିଖରେ ପୋଲିସ କପଡା ବ୍ୟବସାୟୀ ନାଗର ମହଲ ଅଗ୍ରଓ୍ବାଲ ଏବଂ ସୁନୀଲ ସିଂହଙ୍କୁ ଗିରଫ କରିଥିଲା । ଜବତ କରିଥିଲା ୩୧ ଲକ୍ଷ ଟଙ୍କା ଏବଂ ୧୭ ଟି ମୋବାଇଲ୍ ସହ ଲାପଟପ୍ । ବୁଧବାର ନାଗରମହଲ ଅଗ୍ରଓ୍ଵାଲ୍‌ଙ୍କ ଘର ତଲାସୀ ବେଳେ ୩ ହଜାର ଡଲାର, ପାସ୍‌ପୋର୍ଟ ଏବଂ ଆମେରିକା ଯିବା ପାଇଁ ଦୁଇଟି ଫ୍ଲାଇଟ୍ ଟିକେଟ୍ ମିଳିଛି । ଝିଅ ବାହାଘର ପାଇଁ ନାଗର ମହଲ ଆମେରିକା ଯିବା ପାଇଁ ଫ୍ଲାଇଟ୍ ଟିକେଟ୍ କରିଥିବା ଜଣାପଡିଛି ।

{"id":127386}

ରାୟପୁରରୁ ରାଉରକେଲା ଯାଏଁ ଚାଲିଥିବା ଏହି ଜୁଆ ଖେଳକୁ ରାୟପୁର ଠାରେ ଜଣେ କିଙ୍ଗ୍ ପିନ୍ ନିୟନ୍ତ୍ରଣ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୋଲିସ ଏବେ ସେହି କିଙ୍ଗ୍‌ ପିନ୍‌କୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.