ଜେଣ୍ଟଲମ୍ୟାନସ ଗେମରେ ଅପ୍ରିତିକର ପରିସ୍ଥିତି : ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ୍ ବେଳେ ଦୁଇ ଟିମର ଖେଳାଳି ହାତାହାତି
30/06/2019 at 10:38 AM

ଲଣ୍ଡନ ୩୦/୬: ଜେଣ୍ଟଲମ୍ୟାନସ୍ ଗେମ୍ କ୍ରିକେଟ୍ ରେ ଦେଖିବାକୁ ମିଳିଛି ଅପ୍ରୀତିକର ସ୍ଥିତି । ଏପଟେ ପାକିସ୍ତାନ ଏବଂ ଆଫ୍ ଗାନିସ୍ତାନ ଖେଳାଳି ପଡ଼ିଆ ଭିତରେ ଲଢୁଥିଲେ ଆଉ ସେପଟେ ଷ୍ଟାଡିୟମ ଭିତରେ ଏବଂ ବାହାରେ ଦୁଇ ଦଳର ପ୍ରଶଂସକ ହାତାହାତି ହୋଇଥିଲେ। ମ୍ୟାଚ୍ ର ପ୍ରଥମାର୍ଧରେ ଏଭଳି ଅପ୍ରୀତିକର ଘଟଣା ଘଟିଥିଲା। ଏକାଧିକ ସ୍ଥାନରେ ଉଭୟ ଦଳର ପ୍ରଶଂସକ ମୁହାଁମୁହିଁ ହେବା ସହ ହିଂସାତ୍ମକ ଲଢ଼େଇ ଦେଖିବାକୁ ମିଳିଥିଲା। ଏହି କାରଣରୁ ସୁରକ୍ଷାକର୍ମୀ ଦୁଇ ଜଣ ପ୍ରଶଂସକଙ୍କୁ ଦର୍ଶକ ଗ୍ୟାଲେରିରୁ ବାହାର କରି ଦେଇଥିଲେ।

ସଂପୃକ୍ତ ପ୍ରଶଂସକମାନେ ଷ୍ଟାଡିୟମ୍ ବାହାରେ ହୋହଲ୍ଲା ଓ ଠେଲା ପେଲା କରିଥିଲେ। ଉତକ୍ଷିପ୍ତ ଆଫଗାନ ପ୍ରଶଂସକ ସୁରକ୍ଷା ଫାଟକ ଭାଙ୍ଗିଦେବାକୁ ପ୍ରୟାସ କରିବା ସହ ପୁଲିସ ଉପରକୁ ବୋତଲ ମାଡ଼ କରିଥିଲେ। ଷ୍ଟାଡିୟମ୍ ଉପରେ ‘ବେଲୁଚିସ୍ତାନ ପାଇଁ ନ୍ୟାୟ’ ସ୍ଲୋଗାନ ଲେଖାଥିବା ଏକ ବିମାନ ଉଡ଼ିବା ପରେ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ବିମାନଟି ବେଆଇନ ଭାବେ ଉଡ଼ାଣ କରିଥିବା ଆୟୋଜକମାନେ କହିବା ସହ ମାମଲାର ଆନୁଷ୍ଠାନିକ ତଦନ୍ତ କରାଯିବ ବୋଲି ଘୋଷଣା କରିଛନ୍ତି।
