କ୍ରିକେଟ୍ ବିଶ୍ବକପ୍ ୨୦୧୯ : ଆଜି ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା

Published By : Prameya-News7 Bureau | June 04, 2019 IST

ଲଣ୍ଡନ ୪|୬: ଆଜି ବିଶ୍ବକପରେ ମୁହାଁମୁହିଁ ହେବେ ଦୁଇ ଏସିଆନ୍ ଟିମ୍ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ।  ନିଜ ନିଜର ପ୍ରଥମ ମ୍ୟାଚରେ ଉଭୟ ଦଳ ପରାସ୍ତ ହୋଇଥିବାରୁ ଆଜିର ମ୍ୟାଚ୍ ଜିତି ବିଶ୍ବକପରେ ଖାତା ଖୋଲିବାର ପ୍ରୟାସ କରିବେ ଉଭୟ ଟିମ୍ । 

ତେବେ ଆଫଗାନ ଟିମ୍ ଅଷ୍ଟ୍ରେଲିଆ ବିରୋଧରେ ପାଖାପାଖି ୨୫୦ ରନ୍ ସ୍କୋର କରିଥିବାରୁ, ଖେଳାଳିମାନଙ୍କ ମନୋବଳ ଦୃଢ ରହିଛି । ସେହିପରି ଶ୍ରୀଲଙ୍କା ଟିମ୍ ପ୍ରଥମ ମ୍ୟାଚରେ ୧୦ ୱିକେଟର ଶୋଚନୀୟ ପରାଜୟ ଭୋଗିଥିବାରୁ ଆଜିର ମ୍ୟାଚ୍ ଜିତିବାକୁ ଭରପୂର ପ୍ରୟାସ କରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.