ବିଶ୍ବକପ୍ ବିଗ୍ ଫାଇଟ୍ : ଆଜି ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ହେବେ ମୁହାଁମୁହିଁ

Published By : Prameya-News7 Bureau | June 19, 2019 IST

ଲଣ୍ଡନ ୧୯|୬: ଆଜି ବଶ୍ବକପ୍ ରେ ୨୫ ତମ ମ୍ୟାଚ୍ ​ରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ବମିଂହୋମ ଠାରେ ଅପରାହ୍ନ ୩ ଟା​ରେ ଖେଳାଯିବ ମ୍ୟାଚ୍ । ଉଭୟ ଦଳ ଏହି ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ଏହି ମ୍ୟାଚ୍ ଟି ଦକ୍ଷିଣ ଆଫ୍ରିକା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଆରମ୍ଭରୁ ୩ଟି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ହାରିଥିବାରୁ ଆଗାମୀ ଦିନରେ ସବୁ ମ୍ୟାଚ୍ ଜିତିବାକୁ ପଡିବ । ଅନ୍ୟ ପଟରେ ନ୍ୟୁଜିଲାଣ୍ଡ ଦଳ ତାର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛି । ୪ ଟି ମ୍ୟାଚ୍ ଖେଳି ୩ ଟିରେ ବିଜୟ ହୋଇ ୭ ପଏଣ୍ଟ ହାସଲ କରିଛି । ଗତକାଲି ବିଶ୍ବକପ୍ ରେ ଖେଳାଯାଇଥିବା ମ୍ୟାଚ୍ ରେ ଇଂଲଣ୍ଡ ୧୫୦ ରନ୍ ରେ ଆଫଗାନିସ୍ତାନକୁ ପରାସ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.