ଆଜିଠୁ ଟିମ୍ ଇଣ୍ଡିଆର ବିଶ୍ବକପ୍ ଅଭିଯାନ ଆରମ୍ଭ, ଦକ୍ଷିଣ ଆଫ୍ରିକାକୁ ଭେଟିବ ବିରାଟ ବାହିନୀ

Published By : Prameya-News7 Bureau | June 05, 2019 IST

ଲଣ୍ଡନ ୫|୬: ବିଶ୍ବକପରେ ଆଜି ଭାରତ ତାର ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଭାରତର ମୁକାବିଲା ହେବ ଦକ୍ଷିଣ ଆଫ୍ରିକା ସହ । ପୂର୍ବରୁ ଦକ୍ଷିଣ ଆଫ୍ରିକା ଖେଳିସାରିଥିବା ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି । ତେଣୁ ଭାରତ ବିପକ୍ଷ ମ୍ୟାଚ୍ ଜିତିବାକୁ ଦକ୍ଷିଣ ଆଫ୍ରିକା ଚେଷ୍ଟା କରିବ । ସେପଟେ ଭାରତ ଏହି ମ୍ୟାଚ୍ ଜିତି ତାର ଦମଦାର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ।

{"id":119760}

ଆଜି ହେବ ମହା ମୁକାବିଲା । ଟକ୍କର ହେବ ଦକ୍ଷିଣ ଆଫ୍ରିକା ସହ । ମେନ ଇନ୍ ବ୍ଲୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବେ ବିଶ୍ବକପ୍ ଅଭିଯାନ । ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ରେ ଏଯାଏଁ ଦୁଇଟି ମ୍ୟାଚ୍ ଖେଳି ଉଭୟ ଇଂଲଣ୍ଡ ଏବଂ  ବାଂଲାଦେଶଠାରୁ ପରାଜିତ ହୋଇଛି । ଭାରତ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଏଯାଏଁ ବିଶ୍ବକପ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ୪ଥର ଭେଟିଛନ୍ତି । ଏଥିରୁ ଥରେ ମାତ୍ର ଜିତିଛି ଭାରତ । ୨୦୧୫ ବିଶ୍ବକପ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୦ ରନ୍‌ରେ ହରାଇଥିଲା । ଗଲା ୫ଟି ଦିନିକିଆ ଏନ୍କାଉଣ୍ଟରରେ ଭାରତ ୪ଥର ଜିତିଛି । ଏମିତି ଦେଖିବାକୁ ଗଲେ ଭାରତୀୟ ଦଳ ବେଶ ସନ୍ତୁଳିତ । ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ୍, ଧୋନୀ, ରାହୁଲ, କାର୍ତ୍ତିକଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନ୍ ବେଶ ଶକ୍ତିଶାଳୀ । ସେହିଭଳି ବୁମରା, ଭୁବନେଶ୍ବର କୁମାର, ସାମିଙ୍କ ପେସ୍ ଆଟାକ୍ ବିଶ୍ବର ଯେକୌଣସି ବ୍ୟାଟିଂ ଲାଇନ୍ ଅପ୍କୁ ଧ୍ବସ୍ତ କରିବାରେ ସଫଳ । ଚହଲ, କୂଲଦୀପ ଯାଦବ, ଜାଡେଜାଙ୍କ ଗୁଗୁଲି ଓ ଫିରକି ଯଦି କାମ କଲା ତେବେ ତ ବିପକ୍ଷକୁ ମାତ୍ ଦେବା ସହଜ । ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, କେଦାର ଯାଦବଙ୍କ ଭଳି ଅଲରାଉଣ୍ଡର ବି କମାଲ୍ ଦେଖାଇବାକୁ ରେଡ୍ ।

{"id":119761}

ଦକ୍ଷିଣ ଆଫ୍ରିକା ଦଳରେ ଡିକକ୍, କ୍ୟାପଟେନ୍ ଡୁପ୍ଲେସିସ୍ ହାସିମ୍ ଆମଲା, ଡୁସେନ୍, ଜେପି ଡୁମିନି, ଏଡେନ୍ ମରକରମ୍, ମିଲରଙ୍କ ଭଳି ଶକ୍ତିଶାଳୀ ବ୍ୟାଟସମ୍ୟାନ୍ ଅଛନ୍ତି । ଡିକକ୍, ଡୁସେନ୍, ଡୁପ୍ଲେସିସ୍ ବି ଗଲା ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି । ସେହିପରି ଦଳରେ ରାବାଡା, ଲୁଙ୍ଗି ନେଗିଡି, ପ୍ରିଟୋରିଅସ୍ଙ୍କ ଭଳି ପେସ୍ ଆଟ୍କ ବି ରହିଛି । ଆଉ ଇମ୍ରାନ୍ ତାହିରଙ୍କ ସ୍ପିନ୍ ଯଦି କାମକଲା ତେବେ ତାଙ୍କୁ ଅଟକାଇବା କଠିନ ହୋଇପାରେ । ତେବେ  ଫାଇଟ୍ ବିରାଟ ଓ ରାବଡାଙ୍କ ମଧ୍ୟରେ ଏବଂ ବୁମରା ଓ ଡୁପ୍ଲେସିସ୍ଙ୍କ ମଧ୍ୟରେ ହେବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.