କ୍ରିକେଟ୍ ବିଶ୍ବକପ୍ : ଆଜି ପାକିସ୍ତାନ-ବାଂଲାଦେଶ ମଧ୍ୟରେ ମୁକାବିଲା
5/07/2019 at 11:41 AM

ଲଣ୍ଡନ ୫|୭: ବିଶ୍ବକପରେ ଆଜି ପାକିସ୍ତାନ-ବାଂଲାଦେଶ ମଧ୍ୟରେ ହେବ ମୁକାବିଲା । ସେମିଫାଇନାଲ ପାଇଁ ଶେଷ ସ୍ଥାନ ପକ୍କା କରିବା ଲାଗି ଆଜି ମଇଦାନକୁ ଓହ୍ଲାଇବ ପାକିସ୍ତାନ । ପାକିସ୍ତାନ ୮ ମ୍ୟାଚ୍ ରୁ ୯ ପଏଣ୍ଟ ସହ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ତେବେ ପାକିସ୍ତାନର ସେମିଫାଇନାଲ ଖେଳିବା ଏବେ ସୂତା ଖିଅରେ ଝୁଲୁଛି । ନ୍ୟୁଜିଲାଣ୍ଡକୁ ନେଟ୍ ରନ୍ ରେଟ୍ ରେ ପଛରେ ପକାଇ ସେମିଫାଇନାଲ୍ ଯିବା ପାଇଁ ଅସାଧ୍ୟ ଲକ୍ଷ୍ୟ ରହିଛି। ନ୍ୟୁଜିଲାଣ୍ଡ ମୋଟ୍ ୯ଟି ମ୍ୟାଚ ଖେଳ୍ ୧୧ ପଏଣ୍ଟରେ ତା’ର ଲିଗ୍ ଅଭିଯାନ ଶେଷ କରିଛି। ଶେଷ ମ୍ୟାଚ୍ରେ ଇଂଲଣ୍ଡଠାରୁ ୧୧୯ ରନ୍ ରେ ହାରିବା ସତ୍ତ୍ବେ ନେଟ୍ ରନ୍ ରେଟରେ ପାକିସ୍ତାନଠାରୁ ଢେର ଆଗରେ ରହିଛନ୍ତି। ପାକିସ୍ତାନର ଏବେକାର ରନ୍ ରେଟ୍ -୦.୭୯୦ ରହିଛି। ଅନ୍ୟପଟେ ପାକିସ୍ତାନଠାରୁ ୦.୧୭୫ ରେ ଆଗୁଆ ରହିଛି ନ୍ୟୁଜିଲାଣ୍ଡ । ତେଣୁ ପାକିସ୍ତାନର ସେମିଫାଇନାଲ୍ ଆଶା ସମ୍ପୂର୍ଣ୍ଣ ଅସମ୍ଭବ ।