କ୍ରିକେଟ୍ ବିଶ୍ବକପ୍ : ଆଜି ଲିଡ୍ସରେ ଭାରତ-ଶ୍ରୀଲଙ୍କା ମୁକାବିଲା

Published By : Prameya-News7 Bureau | July 06, 2019 IST

ଲଣ୍ଡନ ୬|୭: ଆଜି ଭାରତ-ଶ୍ରୀଲଙ୍କା ଶେଷ ଲିଗ୍ । ଶେଷ ଦିନରେ ଦୁଇଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଶୀର୍ଷ ସ୍ଥାନ ପାଇଁ ଅଲଗା ଅଲଗା ପଡ଼ିଆରେ ଲଢ଼େଇ ଚାଲିବ । ଲିଡ୍ସରେ ଭାରତ-ଶ୍ରୀଲଙ୍କା ଏବଂ ମାଞ୍ଚେଷ୍ଟରରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମୁକାବିଲାରୁ କିଏ ଶୀର୍ଷ ସ୍ଥାନ ଦଖଲ କରିବ ସ୍ପଷ୍ଟ ହୋଇଯିବ । ଏହି ଦୌଡ଼ରେ ଭାରତ ଏବଂ ଅଷ୍ଟ୍ରେଲିଆ ରହିଛନ୍ତି ।

ଭାରତର ବିଜୟ ଏବଂ ଅଷ୍ଟ୍ରେଲିଆର ପରାଜୟ ହିଁ କୋହଲି ବାହିନୀକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାର ସୁଯୋଗ ରଖିବ । ଉଭୟ ଦଳ ବିଜୟୀ ହେଲେ ଭାରତ ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ରହି ଇଂଲଣ୍ଡ ସହିତ ସେମିଫାଇନାଲ୍ ଜୁଲାଇ ୧୧ରେ ଏଜବାଷ୍ଟନରେ ଖେଳିବ ।

ଦକ୍ଷିଣ ଆଫ୍ରିକା ଯଦି ଅଷ୍ଟ୍ରେଲିଆକୁ ହରାଇବ ତେବେ ଭାରତ ଜିତିଲେ ଜୁଲାଇ ୯ ତାରିଖରେ ମାଞ୍ଚେଷ୍ଟରଠାରେ ନ୍ୟୁଜିଲାଣ୍ଡ୍ ସହିତ ସେମିଫାଇନାଲ୍ ଖେଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.