Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଆଜି ବିଶ୍ବ କପ୍‌ରେ ଭାରତ-ବାଲାଂଦେଶ ଟକ୍କର, ବାଲାଂଦେଶକୁ ହରାଇ ସେମି ଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ବିରାଟ ବାହିନୀ

2/07/2019 at 10:04 AM

ବର୍ମିଂହାମ୍ ୨|୭: ବର୍ମିଂହାମ୍ ରେ ହେବାକୁ ଯାଉଛି ଭାରତ ବାଂଲାଦେଶ ଫାଇଟ୍ । ଭାରତ ଏହି ମ୍ୟାଚ୍ ଜିତିଲେ ସେମିଫାଇନାଲରେ ସ୍ଥାନ ପକ୍କା କରିବ । ବାଂଲାଦେଶ ଜିତିଲେ ସେମିଫାଇନାଲ୍ ପାଇଁ ଆଗକୁ ବଢିବ । ତେବେ ୭ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଥିବା ବାଂଲାଦେଶ ପାଇଁ ସେମି ବାଟ ଏତେ ସହଜ ନୁହେଁ । ତଥାପି ବାଂଲାଦେଶ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଆସିଛି । ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ କେବଳ ହାରିଛି । ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ଥିଲେ ବି ଏବେ ବି ସେମିରେ ଖେଳିବା ସ୍ଥାନ ପକ୍କା ହୋଇନାହିଁ । ତେଣୁ ବାଂଲାଦେଶ ବିପକ୍ଷ ମ୍ୟାଚ୍ ଭାରତ ହାତେଇବାକୁ ନିଶ୍ଚିତ ଚେଷ୍ଟା କରିବ  ।

ବାଂଲାଦେଶକୁ ହରାଅ । ସେମିଫାଇନାଲ୍ ଟିକେଟ୍  ହାତେଇ ନିଅ । ଭାରତ ପାଇଁ ଏହାହିଁ ବିକଳ୍ପ । ବାଂଲାଦେଶ ବିପକ୍ଷ ଟକ୍କରରେ ଭାରତ ଏହି ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ।  ଇଂଲଣ୍ଡ ବିପକ୍ଷ ମ୍ୟାଚ୍  ହାରିଥିବାରୁ ଭାରତର ସେମିପାଇନାଲ ଜର୍ଣ୍ଣି ଝୁଲିଛି ।  ବାଂଲାଦେଶଠାରୁ ଜିତିବା ପରେ ହିଁ ଯାଇ ଭାରତ ଶ୍ରେଷ୍ଠ ୪ ଦଳ ଭିତରେ ସ୍ଥାନ ପାଇବ। ଆଜି ମ୍ୟାଚ୍ ରେ ହୁଏତ କେଦାର ଯାଦବ ଖେଳି ନପାରନ୍ତି । କାରଣ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ରେ ଯେଭଳି ସେ ସ୍ଲୋ ଖେଳିଲେ ସେଥିପାଇଁ ତାଙ୍କୁ ହୁଏତ ପ୍ଲେଇଂ ଇଲେଭେନ୍ ରେ ସ୍ଥାନ ନମିଳିପାରେ । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଦଳ ଖେଳାଇବାକୁ ଚିନ୍ତା କରୁଛି । ବିଶ୍ବକପ୍ ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ତିନୋଟି ମୁକାବିଲା ହୋଇଛି । ଏଥିରୁ ଭାରତ ଦୁଇଟିରେ ଏବଂ ବାଂଲାଦେଶ ଗୋଟିଏରେ ବିଜୟୀ ହୋଇଛି । ବାଂଲାଦେଶ ୨୦୦୭ ବିଶ୍ବକପ୍ ରେ ଭାରତକୁ ହରାଇ ଧମାକା କରିଥିଲା। ଏହି ପରାଜୟ ଭାରତକୁ ବିଶ୍ବକପ୍ ରୁ ବାହାର କରିଦେଇଥିଲା।

ତେବେ ୨୦୧୧ ଓ ୨୦୧୫ ବିଶ୍ବକପ୍ ରେ ଭାରତ ବାଂଲାଦେଶକୁ ସହଜରେ ପରାସ୍ତ କରିଥିଲା । ଏପରିକି ଭାରତର ୱାନ୍ ଡେ ରେକର୍ଡ ମଧ୍ୟ ବାଂଲାଦେଶ ବିପକ୍ଷରେ ବହୁତ ଭଲ । ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୩୫ଟି ଦିନିକିଆ ଖେଳାଯାଇଛି। ଏଥିରୁ ଭାରତ ୨୯ଟିରେ ଏବଂ ବାଂଲାଦେଶ ମାତ୍ର ୫ଟି ମ୍ୟାଚ୍ ଜିତିପାରିଛି। ଗୋଟିଏ ମ୍ୟାଚ୍ ବିନା ଫଳାଫଳ ରହିଥିଲା। ଏହାକୁ ଦୃଷ୍ଟିରେ ରଖିଲେ ମ୍ୟାଚ୍ ର ଫେବରାଇଟ୍ ଟିମ୍  ଇଣ୍ଡିଆ । ତେବେ ବାଂଲାଦେଶ ଏଥର ଟୁର୍ଣ୍ଣାମେଣ୍ଟରେ ଯେଉଁଭଳି ପ୍ରଦର୍ଶନ କରିଛି ତାକୁ ଦେଖିଲେ ଉଭୟ ଦଳ ମଧ୍ୟରେ କଡା ଫାଇଟ୍ ହେବ ବୋଲି ଆଶା କରାଯାଉଛି । ବାଂଲାଦେଶର ସକିବ ଅଲ୍ ହାସନ୍, ମୁସଫିକର ରହିମ୍ ଙ୍କ ଭଳି ବ୍ୟାଟସମ୍ୟାନ୍, ମୁସ୍ତାଫିଜୁର ରେହମାନ୍  ଓ ମହମ୍ମଦ ସୈଫୁଦିନ୍ ଙ୍କ ଭଳି ବୋଲରଙ୍କ ଉପରେ ଟିମ୍ ଇଣ୍ଡିଆ ଓ ଫ୍ୟାନ୍ଙ୍କ ନଜର ରହିବ ।

ସେହିଭଳି ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରିତ ବୁମ୍ ରା ଓ ମହମ୍ମଦ ସାମିଙ୍କ ଭଳି ବୋଲରଙ୍କ ଉପରେ ବାଂଲା ଟିମ୍  ଓ ଫ୍ୟାନ୍ ଙ୍କ ନଜର ରହିବ । ବିରାଟ କୋହଲିଙ୍କ ରେକର୍ଡ ବାଂଲାଦେଶ ବିପକ୍ଷରେ ଜବରଦସ୍ତ ରହିଛି । କୋହଲି ୧୧ ୱାନ୍ ଡେରୁ ୩ ଶତକ ଓ ୩ ଅର୍ଦ୍ଧଶତକ ସହ ୮୧.୭୫ ଆଭରେଜ୍ ରେ ୬୫୪ ରନ୍  କରିଛନ୍ତି । ସେହିପରୁ ରୋହିତ ଶର୍ମା ୧୨ ଟି ମ୍ୟାଚ୍ ରୁ ୨ ଶତକ ଓ ୨ ଅର୍ଦ୍ଧ ଶତକ ସହ ୫୫.୬୦ ହାରରେ ୫୫୬ ରନ୍  କରିଛନ୍ତି । ସେପଟେ ଆହତ ସମସ୍ୟା ପାଇଁ ଅଲରାଉଣ୍ଡର ବିଜୟ ଶଙ୍କର ଦଳରୁ ବାଦ୍ ପଡିଥିବା ବେଳେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ୍ ଙ୍କୁ ଟିମ୍ ରେ ସାମିଲ କରାଯାଇଛି । ହେଲେ ସେ ପ୍ଲେଇଂ ଇଲେଭେନ୍ରେ ରହିବେ କି ନା ତାହା ମ୍ୟାଚ୍  ପୂର୍ବରୁ ଜଣା ପଡିବ । ଭାରତ ଏହି ମ୍ୟାଚ୍ ରେ ବାଂଲା ଟାଇଗରଙ୍କୁ ହରାଇବା ପାଇଁ କୌଣସି ସୁଯୋଗ ହାତଛଡା କରିବ ନାହିଁ ବୋଲି କ୍ରିକେଟ୍  ପ୍ରେମୀଙ୍କ  ଆଶା । 

   Related Posts