କ୍ରିକେଟ୍ ବିଶ୍ବକପ ୨୦୧୯ : ଆଜି ଆୟୋଜକ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ଟକ୍କର, ସେପଟେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମୁକାବିଲା

Published By : Prameya-News7 Bureau | June 08, 2019 IST

ଲଣ୍ଡନ ୮|୬: ଆଜି କ୍ରିକେଟ୍ ବିଶ୍ବକପରେ ଦୁଇଟି ମ୍ୟାଚ ଖେଳାଯିବ । କାର୍ଡିଫରେ ଇଂଲଣ୍ଡକୁ ଭେଟିବ ବାଂଲାଦେଶ । ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଇଂଲଣ୍ଡ ଓ ବାଂଲାଦେଶ ନିଜ ନିଜର ଦ୍ବିତୀୟ   ମ୍ୟାଚରେ ପରାଜିତ ହୋଇଛନ୍ତି । ଇଂଲଣ୍ଡ ୧୪ ରନରେ ପାକିସ୍ତାନଠୁ ଓ ବାଂଲାଦେଶ ୨ ୱିକେଟରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳକୁ ୫ ଦିନ ବିଶ୍ରାମ ମିଳିଥିଲା । ତେଣୁ ଦଳ ପୂର୍ବ ଭୁଲ ସୁଧାରି ପୁଣି ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବାଂଲାଦେଶ ୨୦୧୫ ବିଶ୍ବକପ ପ୍ରଦର୍ଶନର ପୁନଃରାବୃତ୍ତି କରିବା ନେଇ ଦୃଢ ମନୋବଳରେ ରହିଛି । ତେଣୁ ଆଜି ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ।

{"id":120838}

ସେହିପରି ଆଉ ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ନ୍ୟୁଜିଲାଣ୍ଡ ଲଗାତର ୨ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବାବେଳେ ଆଫଗାନିସ୍ତାନ ବିଜୟ ସ୍ବାଦ ଚାଖିପାରିନି । ଦଳ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାଠୁ ହାରି ଚାପରେ ରହିଛି । ନ୍ୟୁଜିଲାଣ୍ଡ ହ୍ୟାଟ୍ରିକ ବିଜୟ ସହ ଶୀର୍ଷ ସ୍ଥାନ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ପଲା ଭାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.