ବିଶ୍ବକପ୍ କ୍ରିକେଟ୍ : ଆଜି ଆଫଗାନିସ୍ତାନକୁ ଭେଟିବ ବାଂଲାଦେଶ

Published By : Prameya-News7 Bureau | June 24, 2019 IST

ଲଣ୍ଡନ ୨୪|୬: ବିଶ୍ବକପରେ ଆଜି ଆଫଗାନିସ୍ତାନକୁ ଭେଟିବ ବାଂଲାଦେଶ । ଗତକାଲି ଲର୍ଡସ ଗ୍ରାଉଣ୍ଡରେ ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ପାକିସ୍ତାନ । ୪୯ ରନରେ ପାକିସ୍ତାନ ଏହି ମ୍ଯାଚ୍ ଜିତିନେଇଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୩୦୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ ପକ୍ଷରୁ ହରିସ ସୋହଲି ସର୍ବାଧିକ ୮୯ ରନ ଓ ବାବର ଆଜମ ୬୯ ରନ କରିଥିଲେ । ଦୁଇ ଓପନର ଫକର ଜମନ ଏବଂ ଇମାମ୍ ଉଲ୍ ହକ୍ ଓପନିଂ ପାର୍ଟନରସିପ୍ ରେ ୮୧ ରନ ଯୋଡିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ ହରାଇ ୨୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.