କ୍ରିକେଟ୍ ବିଶ୍ବକପ୍ : ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି, ଭାରତୀୟ ଟିମ୍‌ରେ ଦୁଇଟି ପରିବର୍ତ୍ତନ

Published By : Prameya-News7 Bureau | July 06, 2019 IST

ଲଣ୍ଡନ ୬|୭: ଆଜି ଭାରତ-ଶ୍ରୀଲଙ୍କା ଶେଷ ଲିଗ୍ । ଲିଡ୍ସରେ ବିଶ୍ବ କପର ୪୪ତମ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛୁ । ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା ।

ଭାରତୀୟ ଟିମ୍ ରେ ଦୁଇଟି ପରିବର୍ତ୍ତନ କରାଯାଇଛି । ୟୁଜବନ୍ଦ୍ର ଚହଲ ଏବଂ ମହମ୍ମଦ ସାମି ଏହି ମ୍ୟାଚ୍ ରେ ଖେଳୁନାହାନ୍ତି । ସେମାନଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ମ୍ୟାଚ୍ ଖେଳୁଛନ୍ତି ।

ଭାରତର ପ୍ଲେଇଂ ଇଲେଭେନ୍ :

ଲୋକେଶ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ରିଷଭ ପନ୍ତ, ମହେନ୍ଦ୍ର ସିଂ ଧୋନୀ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ଜଶପ୍ରୀତ ବୁମରାହ ।

ଭାରତ ବିପକ୍ଷରେ ଏହି ମ୍ୟାଚ୍ ପାଇଁ ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଓ୍ବେଡରସେ ସ୍ଥାନରେ ଥିସାରା ପରେରା ପ୍ଲେଇଂ ଇଲେଭେନ୍ ରେ ସ୍ଥାନ ପକ୍କା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.