Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

କ୍ରିକେଟ୍ ବିଶ୍ବକପ୍ ୨୦୧୯ : ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର, ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି

5/06/2019 at 2:25 PM

ଲଣ୍ଡନ ୫|୬: ବିଶ୍ବକପରେ ଆଜି ଭାରତ ତାର ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ଭାରତର ମୁକାବିଲା ହେଉଛି ଦକ୍ଷିଣ ଆଫ୍ରିକା ସହ । ସାଉଥାମ୍ପଟନର ରୋଜବାଉଲ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ବକପ କ୍ରିକେଟର ୮ମ ମ୍ୟାଚରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର ହେଉଛି ।  ତେବେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ଦଳରେ ରହିଛନ୍ତି ବିରାଟ କେହଲି (ଅଧିନାୟକ), ଶିଖର ଧାୱନ, ରୋହିତ ଶର୍ମା, ‌ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ନ୍ଦ୍ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ଖେଳିସାରିଥିବା ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି । ତେଣୁ ଭାରତ ବିପକ୍ଷ ମ୍ୟାଚ୍ ଜିତିବାକୁ ଦକ୍ଷିଣ ଆଫ୍ରିକା ଚେଷ୍ଟା କରିବ । ସେପଟେ ଭାରତ ଏହି ମ୍ୟାଚ୍ ଜିତି ତାର ଦମଦାର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ।

   Related Posts