କ୍ରିକେଟ୍ ବିଶ୍ବକପ୍ ପ୍ରଥମ ସେମିଫାଇନାଲ : ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି

Published By : Prameya-News7 Bureau | July 09, 2019 IST

ମାଞ୍ଚେଷ୍ଟର ୯|୭:  ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ୍ । ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଗୋଟିଏ ପରିବର୍ତ୍ତନ ସହ ଭାରତୀୟ ଦଳ ପଡିଆକୁ ଓହ୍ଲାଇଛି । କୁଲଦୀପ ଯାଦବଙ୍କ ବଦଳରେ ୟୁଜବେନ୍ଦ୍ର ଚହଲ ଦଳରେ ସାମିଲ ହୋଇଛନ୍ତି ।

ଭାରତୀୟ ଦଳ :

କେ ଏଲ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂ ଧୋନୀ, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ ।

ନ୍ୟୁଜିଲ୍ୟାଣ୍ଡ ଦଳ :

ମାର୍ଟିନ ଗଲପିଟ୍, ହ୍ୟାନରି ନିକୋଲସ, କେନ୍ ଓ୍ବିଲିୟମସନ (ଅଧିନାୟକ), ରସ୍ ଟେଲର, ଟମ୍ ଲାଥମ, ଜେନ୍ସ ନିଶାନ, କୋଲିନ ଡି ଗ୍ରେଡହମ୍, ମିସେଲ ସେଣ୍ଚନର, ଲକି ଫର୍ଗୁସନ, ମେଟ୍ ହେନରି, ଟ୍ରେଣ୍ଟ ବୋଲ୍ଟ ।

ଲିଗ୍ ପର୍ଯ୍ୟାୟରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ବର୍ଷା ଧୋଇ ନେଇଥିଲା । ଆଉ ଏବେ ସେମିରେ ଦୁଇ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଦୁଇ ଥର ବିଜେତା ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ଲଢେଇ କରିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଥର ଲାଗି ଫାଇନାଲ୍ ଟିକେଟ୍ ହାସଲ କରିବାକୁ ପଡିଆକୁ ଓହ୍ଲାଇବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପ୍ ରେ ଏପର୍ଯ୍ୟନ୍ତ ୭ ଥର ମୁକାବିଲା ହୋଇଛି । ଇଣ୍ଡିଆ ୩ଥର ବିଜୟୀ ହୋଇଛି ଆଉ, ୪ଥର ବାଜି ମାରିଛି କିୱି ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.