କ୍ରିକେଟ୍ ବିଶ୍ବକପ୍ ପ୍ରଥମ ସେମିଫାଇନାଲ୍ : ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ, ଫାଇନାଲ୍ ଟିକେଟ୍ ପାଇଁ ମୈଦାନକୁ ଓହ୍ଲାଇବେ ଉଭୟ ଟିମ୍

Published By : Prameya-News7 Bureau | July 09, 2019 IST

ମାଞ୍ଚେଷ୍ଟର ୯|୭:  ଆଜି ବିଶ୍ବକପ୍ ର ପ୍ରଥମ ସେମିଫାଇନାଲ୍ । ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଲିଗ୍ ମ୍ୟାଚ୍ ବର୍ଷା ଧୋଇ ନେଇଥିଲା । ଆଉ ଏବେ ସେମିରେ ୨ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଟିମ୍ ଇଣ୍ଡିଆ ଆଜିର ମ୍ୟାଚରେ ଫେବରାଇଟ୍ ବୋଲି କୁହାଯାଉଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପ୍ ରେ ଏପର୍ଯ୍ୟନ୍ତ ୭ ଥର ମୁକାବିଲା ହୋଇଛି । ଇଣ୍ଡିଆ ୩ଥର ବିଜୟୀ ହୋଇଛି ଆଉ, ୪ଥର ବାଜି ମାରିଛି କିୱି ଟିମ୍ ।

ବିଶ୍ବକପ୍ର ପ୍ରଥମ ସେମିଫାଇନାଲ୍ । ଟକ୍କର ହେବ ଜବରଦସ୍ତ । ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ । ଚଳିତ ବିଶ୍ବକପ୍ରେ ଦୁଇ ଦଳ ଲିଗ୍ ମ୍ୟାଚ୍ରେ ପରସ୍ପର ବିରୋଧରେ ନିଜ ଶକ୍ତି ଦେଖାଇ ପାରିନାହାନ୍ତି । ବର୍ଷା ଯୋଗୁଁ ମ୍ୟାଚ୍ ଧୋଇ ଯିବାରୁ ପଏଣ୍ଟ ଭାଗ କରିଥିଲେ ଉଭୟ ଟିମ୍ । ଏବେ ପୁଣି ଉଭୟ ଦଳ ମଧ୍ୟରେ ହେବାକୁ ଯାଉଛି ଟକ୍କର । ଏଥର ସୁଯୋଗ କେବଳ ଗୋଟିଏ । ଯିଏ ଯିତିବ ସେ ଖେଳିବ ଫାଇନାଲ୍ । ପଏଣ୍ଟ ଟେବୁଲର୍ ଟପ୍ ରେ ଥିବା ଭାରତ ଏହି ମ୍ୟାଚ୍ ର ଫେବରାଇଟ୍ ବୋଲି ବିଶେଷଜ୍ଞଙ୍କ ମତ । ଏବେ ସୁଦ୍ଧା ଭାରତ ଯେଉଁଭଳି ପ୍ରଦର୍ଶନ କରିଛି ତାକୁ ଅଟକାଇବ୍ କିୱି ଟିମ୍ ପାଇଁ ହେବ କାଠିକର । ଓପନର ରୋହିତ ଶର୍ମା ଅଛନ୍ତି ଜବରଦସ୍ତ ଫର୍ମରେ । ତାଙ୍କ ବ୍ୟାଟ୍ ଚାଲିଲେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବ ରନ୍ ବର୍ଷା । ଆଉ ତା ସାଙ୍ଗକୁ କୋହଲି, କେଏଲ୍ ରାହୁଲ, ପନ୍ତ, ପାଣ୍ଡ୍ୟା ଓ ଧୋନୀ ଯଦି କ୍ଲିକ୍ କରନ୍ତି ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଛିଡା କରିବ ବଡ ସ୍କୋର । ତେବେ ବିଶେଷଜ୍ଞଙ୍କ ମତ ଇଣ୍ଡିଆ ଟସ୍ ୱିନ୍ କଲେ ବ୍ୟାଟିଂ କରିବା ଉଚିତ୍ । କାରଣ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ହିଁ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ମ୍ୟାଚ୍ ଜିତିଛି ।

ସେପଟେ ଟୁର୍ଣ୍ଣାମେଣ୍ଟରେ ପ୍ରଥମରୁ ଭଲ ପ୍ରଦର୍ଶନ କରି ଆସିଥିବା ନ୍ୟୁଜିଲ୍ୟାଣ୍ଡ କିନ୍ତୁ ଶେଷ ଆଡକୁ ଏହା ଦୋହରାଇ ପାରିନାହିଁ । ଶେଷ ୩ ଲିଗ୍ ମ୍ୟାଚ୍ରେ ପାକିସ୍ତାନ,  ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଠାରୁ ହାରିଥିବା ନ୍ୟୁଜିଲ୍ୟାଣ୍ଡ ଅଳ୍ପକେ ସେମିଫାଇନାଲ୍ ରେ ପ୍ରବେଶ କରିଛି । ଦଳରେ  କେନ୍ ୱିଲିୟମସନଙ୍କ, ଗପଟିଲ୍, ଜେମସ୍ ନିଶାମ, ରସ୍ ଟେଲରଙ୍କ ଭଳି ବ୍ୟାଟସମ୍ୟାନ୍ ଅଛନ୍ତି । ୱିଲିଅମସନ୍ ୮ଟି ମ୍ୟାଚ୍ର ୭ଟି ଇନିଂସରୁ ୯୬.୨୦ ହାରରେ ୨ଟି ଶତକ ସହ ୪୮୧ ରନ୍ କରିଛନ୍ତି । ନିଶାମ୍ ୮ଟି ମ୍ୟାଚ୍‌ ର ୬ଟି ଇନିଂସରୁ ୪୦.୨୦ ହାରରେ ୨୦୧ ରନ୍ କରିଛନ୍ତି । ଗପଟିଲ୍ ଓ ରସ୍ ଟେଲର ଭଲ ପ୍ରଦର୍ଶନ କରିପାରିନଥିଲେ ବି ଗେମ୍ ଚେଞ୍ଜ କରିବାର ଦମ୍ ରଖନ୍ତି । ତେବେ ଏହି ମ୍ୟାଚ୍ ରେ ୱିଲିଅମସନ୍ଙ୍କ ବ୍ୟାଟିଂ ସହ ବୁମାରଙ୍କ ୟର୍କରର ଟକ୍କର ହେବ । ସେହିଭଳି ବୋଲ୍ଟ, ଫର୍ଗସୁନ୍, ସାଣ୍ଟନରଙ୍କ ଭଲି ବୋଲରଙ୍କ ଶହ ରୋହିତ ଶର୍ମା, କେ ଏଲ୍, ରାହୁଲ ଓ କୋହଲିଙ୍କ ଭଳି ବ୍ୟାଟସମ୍ୟାନ୍ଙ୍କ ମୁକାବିଲା ହେବ ।

ଏବେ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ୮ଟି ମ୍ୟାଚ୍‌ ରୁ ୫ଟି ସେଞ୍ଚୁରୀ ଓ ଗୋଟିଏ ହାଫ୍ ସେଞ୍ଚୁରୀ ସହ ୯୨.୪୨  ଆରରେଜ୍ ରେ ୬୪୭ ରନ୍ କରି ସର୍ବାଧିକ ସ୍କୋରର ଅଛନ୍ତି । ସେହିଭଳି  କୋହଲି ୮ଟି ମ୍ୟାଚରୁ ୫ଟି ଅର୍ଦ୍ଧଶତକ ସହ ୬୩.୧୪ ହାରରେ ୪୪୨ ରନ୍ କରିଛନ୍ତି । ଆଉ ବୋଲିଂରେ ତ ବୁମରା କରିଛନ୍ତି କମାଲ୍ ୮ଟି ମ୍ୟାଚ୍‌ ରୁ ୧୭ଟି ୱିକେଟ୍ ନେଇସାରିଛନ୍ତି ବୁମରା । ଭାରତ ନ୍ୟୁଜିଲ୍ୟାଣ୍ଡ ୱାନ୍ ଡେ ରେକର୍ଡକୁ ଦେଖିଲେ ଉଭୟ ଦଳ ୧୦୬ଟି ୱାନ୍‌ ଡେ ଖେଳି ସାରିଛନ୍ତି ଯେଉଁଥିରେ ଭାରତ ୫୫ ଓ ନ୍ୟୁଜିଲ୍ୟାଣ୍ଡ ୪୫ ଟି ରେ ବିଜୟୀ ହୋଇଛି । ତେଣୁ ଉଭୟ ଟିମ୍ ର ସମୀକରଣକୁ ଦେଖିଲେ ସେମିଫାଇନାଲରେ ଦେଖିବାକୁ ମିଳିବ କାଣ୍ଟେ କା ଟକ୍କର। ମ୍ୟାଚ୍ ମଞ୍ଚେଷ୍ଟରର ଓଲଡ୍ ଟ୍ରାଫର୍ଡରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.