ଆଜି ଦକ୍ଷିଣ ଆଫ୍ରିକା-ବାଙ୍ଗଲାଦେଶ ମୁକାବିଲା : ଦୁଇ ଦଳ ୮ବର୍ଷ ପରେ ଫେସ୍ ଟୁ ଫେସ୍

Published By : Prameya-News7 Bureau | June 02, 2019 IST

ଇଂଲଣ୍ଡ ୨/୬: ଦକ୍ଷିଣ ଆଫ୍ରିକା-ବାଂଲାଦେଶ ମୁକାବିଲା ଆଜି। ପ୍ରଥମ ମ୍ୟାଚ୍ ରେ ବଡ଼ ବ୍ୟବଧାନରେ ପରାସ୍ତ ହେବା ପରେ ଦକ୍ଷିଣ ଆଫ୍ରିକା ଆଜି ଚଳିତ ବିଶ୍ବକପ୍ ରେ ତା’ର ୨ୟ ମ୍ୟାଚ୍  ବାଂଲାଦେଶ ବିପକ୍ଷ​ରେ ଖେଳିବ। ବାଂଲାଦେଶ ଦଳ ସେପରି ଶକ୍ତିଶାଳୀ ନଥିବା ବେଳେ ଏହାକୁ ହରାଇ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ରହିଛି। ଚଳିତ ବିଶ୍ବକପ୍ ର ଉଦ୍ ଘାଟନୀ ମ୍ୟାଚ୍ ରେ ଆୟୋଜକ ଇଂଲଣ୍ଡଠାରୁ ଦକ୍ଷିଣ ଆଫ୍ରିକା ୧୦୪ ରନ୍ ରେ ପରାସ୍ତ ହୋଇଥିଲା। ସେହି ଗ୍ରାଉଣ୍ଡରେ ବାଂଲାଦେଶକୁ ପରାସ୍ତ କରିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିଫଳ ହେବା ପରିପ୍ରେକ୍ଷୀରେ ଏହାର ଫାଇଦା ଉଠାଇବାକୁ ବାଂଲାଦେଶ ପ୍ରୟାସ କରିବ।

ଅଭ୍ୟାସ ମ୍ୟାଚ୍ ରେ ଭାରତ ବିପକ୍ଷ ରେ ବାଂଲାଦେଶର ବୋଲର ବିଫଳ ହୋଇଥିଲେ ହେଁ ବ୍ୟାଟ୍ ସମ୍ୟାନ୍ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ। ଏହା ଦଳକୁ ଉତ୍ସାହିତ କରିଥିବା ବେଳେ ବୋଲରଙ୍କୁ ଉନ୍ନତ ପ୍ରଦର୍ଶନ କରିବା ଲାଗି ଅଧିନାୟକ ମସ୍ରଫି ମୋର୍ତାଜା ଆହ୍ବାନ ଦେଇଛନ୍ତି। ଚଳିତ ବିଶ୍ବକପ୍ ରେ ବାଂଲାଦେଶ ତା’ର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଥିବା ବେଳେ ଗତ ବିଶ୍ବକପ୍ ର କ୍ବାର୍ଟରଫାଇନାଲ ସ୍ଥାନରେ ଉନ୍ନତି କରିବା ଲକ୍ଷ୍ୟରେ ରହିଛି।

ଗତ ସଂସ୍କରଣରେ ଆୟୋଜକ ଇଂଲଣ୍ଡକୁ ହରାଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ଦେଇଥିଲା ବାଂଲାଦେଶ। ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍ ରେ ଆହତ ହୋଇଥିବା ଅଧିନାୟକ ମସ୍ରଫି ମୋର୍ତାଜା ଏହି ମ୍ୟାଚ୍ ଖେଳିବାକୁ ଫିଟ୍  ଘୋଷିତ ହୋଇଛନ୍ତି। ପୁଣି ସଫଳ ଓପ୍ ନର ତମିମ୍ ଇକ୍ ବାଲ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.