Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଆଜି ବିଶ୍ବକପ ଫାଇନାଲ : ଐତିହାସିକ ଲର୍ଡସ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

14/07/2019 at 8:23 AM

ଲଣ୍ଡନ ୧୪/୭: ଆଜି ଐତିହାସିକ ଲର୍ଡସ ଷ୍ଟାଡିୟମ୍ ରେ ଇଂଲଣ୍ଡ ଏବଂ ଅଣ୍ଡରଡଗ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ବକପ୍ ଫାଇନାଲ ।  ଚାରି ବର୍ଷରେ ଥରେ ଆୟୋଜିତ କ୍ରିକେଟ୍ ମହାଯୁଦ୍ଧର ଏହି ମହାମୁକାବିଲା ଉପରେ ଏବେ ସାରା ବିଶ୍ବର ନଜର ରହିଛି। ଏଥର ଫାଇନାଲରେ ଯିଏ ବିଜେତା ହେଉନା କାହିଁକି, କ୍ରିକେଟ୍ ଜଗତକୁ ନୂଆ ବିଶ୍ବବିଜେତା ମିଳିବ। କାରଣ ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ପୂର୍ବରୁ କେବେ ବି ବିଶ୍ବକପ୍ ଜିତି ନାହାନ୍ତି। ସେହି ଦୃଷ୍ଟିରୁ ଆଜିର ଫାଇନାଲ୍ ପୂର୍ବର ସବୁ ଫାଇନାଲଠାରୁ ସ୍ବତନ୍ତ୍ର ବୋଲି କୁହାଯାଉଛି।

  ଲର୍ଡସରେ ଆସନ୍ତାକାଲି ନ୍ୟୁଜିଲାଣ୍ଡ ବୋଲିଂ ଏବଂ ଇଂଲଣ୍ଡ ବ୍ୟାଟିଂ ମଧ୍ୟରେ ଘମାଘୋଟ ଲଢ଼େଇ ହେବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି। ଗୋଟିଏ ପଟେ ଆୟୋଜକ ଇଂଲଣ୍ଡ ୫ ଥରର ବିଶ୍ବବିଜେତା ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯାଇଛି। ସେପଟେ ନ୍ୟୁଜିଲାଣ୍ଡ ଦୁଇ ଥରର ବିଜେତା ଭାରତକୁ ଧରାଶାୟୀ କରି ଟ୍ରଫି ଟକ୍କରରେ ଅବତୀର୍ଣ୍ଣ ହେଉଛି। ଇଂଲଣ୍ଡ ୧୯୭୯, ୧୯୮୭ ଓ ୧୯୯୨ ପରେ ଚତୁର୍ଥ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୨୦୧୫ ପରେ ଲଗାତାର ଦ୍ବିତୀୟ ଥର ଲାଗି ଫାଇନାଲ ଖେଳିବାର ସୁଯୋଗ ପାଇଛି। ଗତ ସଂସ୍କରଣରେ ନ୍ୟୁଜିଲାଣ୍ଡ  ଅଷ୍ଟ୍ରେଲିଆ ଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ତେବେ ଚଳିତ ବିଶ୍ବକପର ଲିଗ୍ ପର୍ଯ୍ୟାୟରେ କେନ୍ ୱିଲିୟମସନ୍ ଙ୍କ ନ୍ୟୁଜିଲାଣ୍ଡକୁ ଇଅନ୍ ମର୍ଗାନଙ୍କ ଇଂଲଣ୍ଡ ଦଳ ଅନାୟାସରେ ହରାଇଥିଲା।

ଏଣୁ ଆଜିର ମ୍ୟାଚରେ ଘରୋଇ ପରିବେଶରେ ଇଂଲଣ୍ଡ ଦଳ ପ୍ରବଳ ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ପ୍ରବଳ ସଂଘର୍ଷ ଏବଂ କିଛିଟା ଭାଗ୍ୟ ବଳରେ ଫାଇନାଲରେ ପହଞ୍ଚିଥିବା ନ୍ୟୁଜିଲାଣ୍ଡ ପାଖରେ ବିଶ୍ବକପ୍ ଜିତିବା ସହ ଏହି ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିବ।

ଉଭୟ ଦେଶ  ପରସ୍ପର ବିପକ୍ଷରେ ଏଯାଏଣ ୯୦ଟି ଦିନିକିଆ ଖେଳିଛନ୍ତି। ସେଥିମଧ୍ୟରୁ ଇଂଲଣ୍ଡ ୪୧ ଏବଂ ନ୍ୟୁଜିଲାଣ୍ଡ ୪୩ ମ୍ୟାଚ୍ ଜିତିଛି। ଦୁଇଟି ମ୍ୟାଚ୍ ଟାଇ ରହିଛି। ୪ଟି ମ୍ୟାଚ୍ ର ଫଳାଫଳ ମିଳିନି। ବିଶ୍ବକପ ଫଳାଫଳରେ ମଧ୍ୟ ଇଂଲଣ୍ଡଠାରୁ ନ୍ୟୁଜିଲାଣ୍ଡ ଟିକିଏ ଆଗରେ ରହିଛି। ବିଶ୍ବକପରେ ଉଭୟ ଦଳ ପରସ୍ପରକୁ ୯ ଥର ଭେଟିଥିଲା ବେଳେ ସେଥିମଧ୍ୟରୁ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚ୍ ଜିତିଛି।  ଇଂଲଣ୍ଡ ୪ଟିରେ ବିଜୟୀ ହୋଇଛି। ତେବେ ଏସବୁ ପରିସଂଖ୍ୟାନ ଅପେକ୍ଷା ଆଜି ଫାଇନାଲ ମୁକାବିଲାରେ ଯେଉଁ ଦଳର ପ୍ରଦର୍ଶନ ଭଲ ରହିବ ସେ ହିଁ ନୂଆ ବିଶ୍ବ ଚାମ୍ପିଅନ୍ ହେବ। 

   Related Posts