Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଭାରତ ହାରିବା ପଛରେ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ମଧ୍ୟ ଦାୟୀ, ଧୋନୀଙ୍କ ରନ ଆଉଟ ନେଇ ବିବାଦ

11/07/2019 at 11:33 AM

ମାଞ୍ଚେଷ୍ଟର ୧୧|୭: ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ୧୮ରନ୍ ରେ ହାରିବା ପରେ ଭାରତୀୟ ଟିମ୍ ବିଶ୍ବକପ୍ ୨୦୧୯ରୁ ବାହାରିଯାଇଛି । କମ୍ ସ୍କୋର ହୋଇଥିବା ଏହି ମ୍ୟାଚ୍ ରେ ଭାରତୀୟ ଟିମ୍ ର ପରାଜୟ ପରେ ପୁଣି ଖରାପ ଅମ୍ପାୟରିଂକୁ ନେଇ ପ୍ରଶ୍ନ ଉଠିଛି । ପୁରା ବିଶ୍ବକପ୍ ରେ ଖରାପ ଅମ୍ପାୟରିଂକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ରେ ଖରାପ ଅମ୍ପାୟରିଂକୁ ଦାୟୀ କରାଯାଉଛି । ଯାହା ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ରବୀନ୍ଦ୍ର ଜାଡେଜାଙ୍କ  ଆକର୍ଷଣୀୟ ସ୍କୋର ସତ୍ତ୍ବେ ଟପ୍ ଅର୍ଡରର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ନ୍ୟୁଜିଲ୍ୟାଣ୍ଡଠାରୁ ୧୮ରନ୍ ଭାରତକୁ ପରାସ୍ତ ହେବାକୁ ପଡିଛି । ପରାଜୟ ଯୋଗୁଁ ବିଶ୍ବକପ୍ ରୁ ମଧ୍ୟ ଭାରତରୁ ବିଦାୟ ନେବାକୁ ପଡିଛି ।

ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ହାରିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କ ରନ୍ ଆଉଟ୍ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାରତକୁ ଶେଷ ଦୁଇ ଓଭରରେ ୩୧ ରନ ର ଆବଶ୍ୟକତା ରହିଥିଲା । ଫର୍ଗୁସନଙ୍କ ପ୍ରଥମ ବଲ୍ ରେ ଛକା ମାରିବା ପରେ ଦ୍ବିତୀୟ ବଲରୁ ଦୁଇ ରନ୍ ନେବା ପାଇଁ ପ୍ରୟାସ କରୁଥିବା ବେଳେ ମାର୍ଟିନ ଗୁପ୍ଟିଲ ତାଙ୍କୁ ରନ୍ ଆଉଟ୍ କରିଥିଲେ ।  ଖୁବ୍ ଦ୍ରୁତ ଗତିରେ ଦୌଡି ରନ୍ ନେବାରେ ପାରଙ୍ଗମ ଥିବା ଧୋନୀ ତାଙ୍କ କ୍ୟାରିୟରର ପ୍ରଥମ ମ୍ୟାଚ୍ ରେ ମଧ୍ୟ ରନ୍ ଆଉଟ୍ ହୋଇଥିଲେ । ଫର୍ଗୁସନଙ୍କ ଯେଉଁ ବଲ୍ ରେ ଧୋନୀ ଆଉଟ୍ ହୋଇଥିଲେ ତା ପୂର୍ବରୁ ଟିଭିରେ ନ୍ୟୁଜିଲ୍ୟାଣ୍ଡର ଫିଲ୍ଡିଂର ଗ୍ରାଫ ଦେଖାଯାଇଥିଲା । ଯେଉଁଥିରେ ୬ଜଣ ଖେଳାଳି ୩୦ ୟାର୍ଡ ସର୍କଲ ବାହାରେ ଛିଡା ହୋଇଥିବା ଦେଖାଦେଇଥିଲା । ଆଇସିସିର ନିୟମ ଅନୁସାରେ ତୃତୀୟ ପାଓ୍ବାର ପ୍ଲେରେ ୫ରୁ ଅଧିକ ଫିଲ୍ଡର ୩୦ୟାର୍ଡ ସର୍କଲରୁ ବାହାରେ ଛିଡା ହେବାକଥା ନୁହେଁ । ମାତ୍ର ଷ୍ଟାର ସ୍ପୋର୍ଟସ୍ ଚ୍ୟାନେଲରେ ଦେଖାଯାଉଥିବା ଲାଇଭ୍ ଗ୍ରାଫ ଅନୁଯାୟୀ ୬ଜଣ ଖେଳାଳି ସର୍କଲ ବାହାରେ ଛିଡା ହୋଇଥିବା ଦେଖାଯାଇଥିଲା । ଏମିତିରେ ଅମ୍ପୟାରଙ୍କୁ ଏହାକୁ ନୋ ବଲ୍ କରିବାର ଥିଲା ।

ନୋ ବଲ୍ ରେ ମଧ୍ୟ ଖେଳାଳି ରନ୍ ଆଉଟ୍ ହୋଇଥାଏ । ମାତ୍ର ଯଦି ମାର୍ଟିନ ଗୁପ୍ଟିଲ ୩୦ ଗଜ ସର୍କଲ ଭିତରେ ଥାଆନ୍ତେ ତେବେ ଧୋନୀ ମାତ୍ର ଗୋଟିଏ ରନ୍ ନେଇଥାନ୍ତେ ।

ସୂଚନାଯୋଗ୍ୟ ଯେ, ଭାରତ ନିକଟରେ ୨୪୦ ରନ୍ ର ଲକ୍ଷ୍ୟ ଥିଲା । ଟପ୍ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ହାରିଲା । ମାତ୍ର ରବୀନ୍ଦ୍ର ଜାଡେଜା ୫୯ ବଲରୁ ୭୭ ରନ୍ ଏବଂ ମହେନ୍ଦ୍ର ସିଂ ଧୋନୀ ୭୨ ବଲରୁ ୫୦ ରନ୍ ସଂଗ୍ରହ କରି ୭ମ ଓ୍ବିକେଟ୍ ପାଇଁ ୧୧୬ ରନ୍ ଯୋଗକରି ମ୍ୟାଚ୍ କୁ ଶେଷ ଓଭର ପର୍ଯ୍ୟନ୍ତ ବଞ୍ଚାଇ ରଖିଥିଲେ ।  ଧୋନୀ ଆଉଟ୍ ହେବା ପରେ ମ୍ୟାଚ୍ ର ସ୍ଥିତି ବଦଳି ଯାଇଥିଲା । ଭାରତୀୟ ଖେଳାଳି ଚାପରେ ଆସି ମାତ୍ର ୧୩ ରନ୍ ରେ ଶେଷ ୪ଟି ଓ୍ବିକେଟ୍ ହରାଇଥିଲେ । ଫଳରେ ନ୍ୟୁଜିଲ୍ୟାଣ୍ଡ ଫାଇନାଲରେ ନିଜ ସ୍ଥାନ ପକ୍କା କରିବାରେ ସକ୍ଷମ ହୋଇଛି ।

   Related Posts