Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କଲା ଭାରତ, ରେସ୍‌ରୁ ବାଦ୍ ପଡିଲା ବାଂଲାଦେଶ

3/07/2019 at 9:31 AM

ବର୍ମିଂହାମ୍ ୩|୭:  ସେମିଫାଇନାଲ୍ ରେ ସ୍ଥାନ ପକ୍କା କଲା ଟିମ୍ ଇଣ୍ଡିଆ । ବାଂଲାଦେଶକୁ ୨୮ ରନ୍ ରେ ହରାଇ ଭାରତ ସେମିଫାଇନାଲ୍ ରେ ପ୍ରବେଶ କରିଛି । ମ୍ୟାଚ୍ ହାରି ବାଂଲାଦେଶ ସେମିଫାଇନାଲ୍ ରେସ୍ ରୁ ବାଦ୍ ପଡିଛି । ୩୧୫ ରନ୍  ଟାର୍ଗେଟ୍ ର ପିଛା କରି ବାଂଲାଦେଶ ୨୮୬ ରନ୍ ର ଅଟକି ଯାଇଥିଲା । ବାଂଲାଦେଶ ପକ୍ଷରୁ ସକିବ୍ ସର୍ବାଧିକ ୬୬ ରନ କରିଥିଲେ ।

ବାଂଲାଦେଶ ଟିମ୍  ଭଲ ଆରମ୍ଭ କରିଥିଲେ ବି ନିୟମିତ ୱିକେଟ୍ ହରାଇବା ଯୋଗୁଁ ଟାର୍ଗେଟ୍ ରେ ପହଞ୍ଚି ପାରିନଥିଲା । ୩୯ ରନ୍ ରେ ପ୍ରଥମ, ୧୨୧ ରନ୍ ରେ ୩ଟି ୱିକେଟ୍  ହରାଇ ସଙ୍କଟରେ ପଡିଥିଲା ବାଂଲାଦେଶ । ପରେ ପୁରା ଟିମ୍ ୨୮୬ ରେ ଅଟକି ଯାଇଥିଲା । ବାଂଲାଦେଶ ପକ୍ଷରୁ ତମିମ୍  ଇକବାଲ୍  ୨୨, ସୌମ୍ୟ ସରକାର ୩୩, ମୁସଫିକର ରହିମ୍ ୨୪, ଲିଟନ ଦାସ ୨୨ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ବୁମରା ୪ଟି ୱିକେଟ୍  ନେଇଥିଲେ । ହାର୍ଦ୍ଦିକ ୩ ଟି, ଚହଲ,  ସାମି , ଭୁବନେଶ୍ବର ଗୋଟିଏ ଲେଖାଏଁ ୱିକେଟ୍  ନେଇଥିଲେ ।

ଭାରତ ପ୍ରଥମେ ଟସ୍  ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନର ରୋହିତ ଶର୍ମାଙ୍କ ୧୦୪ ଓ ଲୋକେଶ ରାହୁଲଙ୍କ ୭୭ ରନ, ରିସଭ ପନ୍ଥଙ୍କ ୪୮, ଧୋନୀଙ୍କ ୩୫ ରନ୍  ସହାୟତାରେ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଥିଲା । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ୍ ୫ଟି ଓ ସକିବ୍ ଅଲ୍  ହାସନ୍ , ରୁବେଲ୍  ହୁସେନ୍, ସୌମ୍ୟ ସରକାର ଗୋଟିଏ ଲେଖାଏଁ ୱିକେଟ୍  ନେଇଥିଲେ ।

   Related Posts