Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ବିଶ୍ୱକପ୍ ମ୍ୟାଚବେଳେ ମହୁମାଛି ଆକ୍ରମଣ : ପଡିଆରେ ଶୋଇ ଜୀବନ ବଞ୍ଚାଇଲେ ଖେଳାଳି

29/06/2019 at 5:02 PM

ମଞ୍ଚେଷ୍ଟର ୨୯/୬ : ବିଶ୍ୱକପ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ମଧ୍ୟରେ ଖେଳ ଯାଉଥିବା ମ୍ୟାଚବେଳେ ଏକ ଜବ ଘଟଣା ଦେଖିବାକୁ ମିଳିଥିଲା । ଶୁକ୍ରବାର ଦିନ ହୋଇଥିବା ଏହି ମୁକାବିଲାରେ ମହୁମାଛିମାନେ ଖେଳାଳିଙ୍କୁ ଆକ୍ରମଣ କରିଥିଲେ । ସେତେବେଳେ ମ୍ୟାଚର ୪୮ତମ ଓଭର ଚାଲିଥିଲା । ଷ୍ଟାଡିୟମ ସାଇଡରେ ଏକ ନଦୀ ରହିଛି । କିଛି ମହୁମାଛି ସେପଟୁ ପଡିଆ ମଧ୍ୟକୁ ଚାଲି ଆସିଥିଲେ । ମହୁମାଛି ପଡିଆକୁ ପଶି ଆସିଥିବା ଦେଖି ସମସ୍ତ ଖେଳାଳି ଓ ଅମ୍ପାୟାର ନିଜ ସୁରକ୍ଷା ପାଇଁ ପଡିଆରେ ଶୋଇ ପଡ଼ିଥିଲେ । ଏଥିପାଇଁ ମ୍ୟାଚ କିଛି ସମୟ ପାଇଁ ଅଟକି ରହିଥିଲା । କିଛି ସମୟ ପରେ ମ୍ୟାଚ ପୁଣି ଆରମ୍ଭ ହୋଇଥିଲା ।

ଗତ ଦୁଇ ବର୍ଷ ମଧ୍ୟରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ବେଳେ ମହୁମାଛି ପଡିଆ ମଧ୍ୟକୁ ପଶିଆସିବ ଘଟଣା ଦ୍ୱିତୀୟଥର ପାଇଁ ଘଟିଛି । ୨୦୧୭ ଅପ୍ରିମ ମାସରେ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ପିଙ୍କ ବନ୍ଦେ ମ୍ୟାଚ ବେଳେ ମହୁମାଛି ଦଳ ପଡିଆ ମଧ୍ୟକୁ ପଶି ଆସିଥିଲେ ।

ଜାନୁଆରୀରେ ଇଂଲଣ୍ଡ ଏବଂ ଇଣ୍ଡିଆ ଏ ମ୍ୟାଚ ବେଳେ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ । ଏଥିପାଇଁ ଖେଳ ୧୫ ମିନିଟ ପାଇଁ ଅଟକି ଯାଇଥିଲା । ୫ ଜଣଙ୍କୁ ମହୁମାଛି ଆକ୍ରମଣ କରିଥିଲେ । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ଏଭଳି କୌଣସି ଘଟଣା ଘଟିନାହିଁ । ମହୁମାଛି ପଡିଆକୁ ପଶି ଆସିଥିଲେ କିନ୍ତୁ କାହାକୁ ଆକ୍ରମଣ କରିନଥିଲେ ।

   Related Posts