Monday, July 15, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେମିଫାଇନାଲରେ ଭାରତର ଶୋଚନୀୟ ପରାଜୟ ପଛରେ ଏହି ୫ଟି ମୁଖ୍ୟ କାରଣ…

ମାଞ୍ଚେଷ୍ଟର ୧୧|୭:  ନ୍ୟୁଜିଲ୍ୟାଣ୍ଡଠାରୁ ୧୮ରନ୍ ରେ ପରାସ୍ତ ହୋଇ ବିଶ୍ବକପ୍ ରୁ ଅତି ଶୋଚନୀୟ ଭାବେ ଭାରତ ବିଦାୟ ନେଇଛି । ବିଶ୍ବକପ୍ ର ଏକମାତ୍ର ଦୃଢ ଦାବିଦାର ବୋଲି ବିଚାର କରାଯାଉଥିବା ଭାରତୀୟ ଦଳର ଏହି ପରାଜୟକୁ ପ୍ରଶଂସକମାନେ ସଜହରେ ଗ୍ରହଣ କରିପାରୁନାହାନ୍ତି । ନ୍ୟୁଜିଲ୍ୟାଣ୍ଡ ସହ ଭାରତର ସେମିଫାଇନାଲ ମ୍ୟାଚ୍ ହେବ ବୋଲି ଜାଣିବା ପରଠାରୁ ପ୍ରଶଂସକମାନେ ନିଶ୍ଚିତ ଥିଲେ ଯେ, ଭାରତ ନିଶ୍ଚୟ ଫାଇନାଲ ମ୍ୟାଚ୍ ଖେଳିବ । କିନ୍ତୁ ଆକସ୍ମିକଭାରେ ଭାରତର ପରାଜୟ ପ୍ରଶଂସକଙ୍କୁ ସ୍ତବ୍ଦ କରିଦେଇଛି । ନ୍ୟୁଜିଲ୍ୟାଣ୍ଡ ଦେଇଥିବା ଛୋଟ ଟାର୍ଗେଟ୍ କୁ ଭାରତ ଚେଜ୍ କରିନପାରିବା ସମସ୍ତଙ୍କୁ ବିସ୍ମିତ କରିଛି । ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତ କାହିଁକି ପରାଜୟ ଭୋଗିଲା ତାକୁ ନେଇ ଏବେ ମାନସମନ୍ଥନ ଚାଲିଛି । ପରାଜୟର କାରଣ ମଧ୍ୟ ଖୋଜା ଚାଲିଛି । ଭାରତ ପରାଜୟ ଭୋଗିବାର ୫ଟି କାରଣ ହେଲା-

୧- ଟସ୍ ହାରିବା : ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫଡ ଷ୍ଟାଡିଅମରେ ସେମିଫାଇନାଲ ପୂର୍ବରୁ ୭ଟି ଲିଗ୍ ମ୍ୟାଚ୍ ଖେଳାଯାଇଥିଲା । ଏହି ୭ଟି ମ୍ୟାଚ୍ ରୁ ଟସ୍ ଜିତିଥିବା ୫ଟି ଦଳ ବିଜୟ ଲାଭ କରିଛନ୍ତି । ଅର୍ଥାତ୍ ଓଲ୍ଡ ଟ୍ରାଫଡ ଷ୍ଟାଡିଅମର ପିଚ୍ ପ୍ରଥମ ବ୍ୟାଟିଂ ସପକ୍ଷରେ ରହିଛି । କିନ୍ତୁ ମଙ୍ଗଳବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ ର ଟସ୍ ଭାରତ ହାରିଯାଇଥିଲା । ଟସ୍ ହାରିବା ପରେ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲା । ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ମ୍ୟାଚ୍ ର ପରିଣାମ ନିଶ୍ଟୟ ଭିନ୍ନ ହୋଇଥାନ୍ତା ।

୨- ଟପ୍ ଅର୍ଡର ଫେଲ୍ : ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ମାନେ ବୁଧବାର ଦିନ ସେମିଫାଇନାଲ ମ୍ୟାଚ୍ ରେ ଅପ୍ରତ୍ୟାଶିତ ଭାବେ ବିଫଲ ହୋଇଥିଲେ । ଫଳରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଭାରତୀୟ ବ୍ୟାଟିଂ ଳାଇନ୍ ଅପ୍ ର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ରୋହିତ ଶର୍ମା ମାତ୍ର ୧ ରନ୍ କରି ଆଉଟ୍ ହୋଇଯିବା ଦଳ ପାଇଁ ବଡ ଝଟକା ଥିଲା । ଏହା ପରେ ପରେ ବିରାଟ କୋହଲି ଏବଂ କେ ଏଲ୍ ରାହୁଲଙ୍କ ଓ୍ବିକେଟ୍ ପତ୍ତନ ଅଧିକ ବିପଦ ସୃଷ୍ଟି କରିଥିଲା । ରୋହିତ ଶର୍ମା, ବିରାଟ କୋହଲି ଓ କେ ଏଲ୍ ରାହୁଲ ୧ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ । ଏହା ହିଁ ଦଳକୁ ପରାଜୟର ରାସ୍ତା ଦେଖାଇବାରେ ମୁଖ୍ୟ କାରଣ ଥିଲା ।

୩- ଦୀନେଶ କାର୍ତ୍ତିକ :  ସେମିଫାଇନାଲରେ ଦୀନେଶ କାର୍ତ୍ତିକଙ୍କ ବଦଳରେ କେଦାର ଯାଦବଙ୍କୁ ଖେଳାଇଥିଲେ ମ୍ୟାଚ୍ ର ପରିଣାମ ଭିନ୍ନ ହୋଇଥାନ୍ତା ବୋଲି ଏବେ ସମୀକ୍ଷକମାନେ ବିଚାର କରୁଛନ୍ତି । କାରଣ ବିଶ୍ବକପ୍ ରେ ଦୀନେଶ କାର୍ତ୍ତିକଙ୍କୁ ଅଧିକ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ । ସେ ଖେଳିଥିବା ଦୁଇଟି ମ୍ୟାଚ୍ ରେ ତାଙ୍କ ପ୍ରଦର୍ଶନ ସେଭଳି ଆକର୍ଷଣୀୟ ନଥିଲା । ତଥାପି ତାଙ୍କୁ ସେମିଫାଇନାଲ ଖେଳାଇବା ଯଥାର୍ଥ ନଥିଲା ବୋଲି କୁହାଯାଉଛି । ବରଂ ତାଙ୍କ ସ୍ଥାନରେ କେଦାର ଯାଦବଙ୍କୁ ଖେଳାଇବା ଦଳ ପାଇଁ ଲାଭଦାୟକ ହୋଇଥାନ୍ତା ।

୪- ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ : କ୍ରମାଗତଭାବେ ଭାରତର ୩ଟି ଓ୍ବିକେଟ୍ ପତ୍ତନ ପରେ ଅଧିନାୟକ ବିରାଟ କୋହଲି ରଣନୀତିରେ ପରିବର୍ତ୍ତନ କରିବା ଆବଶ୍ୟକ ଥିଲା । ରିଷଭ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କୁ ୩ୟ ଡାଉନ୍ ଓ ୪ର୍ଥ ଡାଉନ୍ ରେ ନଖେଳାଇ ୪ର୍ଥ ଡାଉନ୍ ରେ ଧୋନୀଙ୍କୁ ଖେଳାଇଥିଲେ ମଧ୍ୟ ଶେଷ ଓଭର ବେଳକୁ ରିଷଭ ପନ୍ତ ହାର୍ଦ୍ଦିକ ପାଣ୍ଡ୍ୟା ଭଳି ଖେଳାଳି ପିଚ୍ ରେ ରହିଥାନ୍ତେ ।  ଯାହା ଟାର୍ଗେଟ୍ କୁ ଚେଜ୍ କରିବା ପାଇଁ ସୁବିଧାଜନକ ହୋଇଥାନ୍ତା ।

୫- ଜାଡେଜାଙ୍କ ଆଉଟ୍ : ସେମିଫାଇନାଲ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କ ଆଗରେ ଭାରତର ଟପ୍ ଅର୍ଡର ସଂପୂର୍ଣ୍ଣ ଆତ୍ମସମର୍ପଣ କରିସାରିଥିଲା । ମିଡିଲ୍ ଅର୍ଡର ମଧ୍ୟ ଅତ୍ୟନ୍ତ ଦୁର୍ବଳ ମନେହେଉଥିଲା । ଏଭଳି କ୍ଷେତ୍ରରେ ଏକମାତ୍ର ରବୀନ୍ଦ୍ର ଜାଡେଜା କ୍ବିଓ୍ବି ବୋଲରମାନଙ୍କର ଦୃଢ ମୁକାବିଲା କରି ନିର୍ଘାତ ପ୍ରହାର କରିଥିଲେ । ୪ଟି ଚୌକା ଏବଂ ୪ଟି ଛକା ସହ ସେ ୭୪ ରନ୍ ର ଇଂନିସ ଖେଳିଥିଲେ । ତେବେ ଭାରତ ବିଜୟ ଲକ୍ଷ୍ୟ ବେଳକୁ ଅଗ୍ରସର ହେଉଥିବାବେଳେ ୪୮ତମ ଓଭରର ଶେଷ ବଲରେ ତାଙ୍କର ଓ୍ବିକେଟ୍ ପତ୍ତନ ଦଳର ସବୁ ଆଶାକୁ ଧୋଇଦେଇଥିଲା । କେବଳ ସେତିକି ନୁହେଁ ୪୯ତମ ଓଭରର ଦ୍ବିତୀୟ ବଲରେ ଦୁଇ ରନ୍ କରିବାକୁ ଯାଇ ଧୋନୀ ରନ୍ ଆଉଟ୍ ହୋଇଯିବା ସବୁଠୁ ବଡ ବିପର୍ଯ୍ୟୟ ଥିଲା ।

633 Views

   ସମ୍ବନ୍ଧିତ ଖବର