ବିଶ୍ବକପ୍ ୨୦୧୯ : ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ମୁକାବିଲା, ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି

Published By : Prameya-News7 Bureau | July 14, 2019 IST

ଲଣ୍ଡନ ୧୪|୭: ଐତିହାସିକ ଲର୍ଡସ ଷ୍ଟାଡିୟମ୍ ରେ ଇଂଲଣ୍ଡ ଏବଂ ଅଣ୍ଡରଡଗ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ବିଶ୍ବକପ୍ ଫାଇନାଲ । ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ଚାରି ବର୍ଷରେ ଥରେ ଆୟୋଜିତ କ୍ରିକେଟ୍ ମହାଯୁଦ୍ଧର ଏହି ମହାମୁକାବିଲା ଉପରେ ଏବେ ସାରା ବିଶ୍ବର ନଜର ରହିଛି। ଏଥର ଫାଇନାଲରେ ଯିଏ ବିଜେତା ହେଉନା କାହିଁକି, କ୍ରିକେଟ୍ ଜଗତକୁ ନୂଆ ବିଶ୍ବବିଜେତା ମିଳିବ। କାରଣ ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ପୂର୍ବରୁ କେବେ ବି ବିଶ୍ବକପ୍ ଜିତି ନାହାନ୍ତି। ସେହି ଦୃଷ୍ଟିରୁ ଆଜିର ଫାଇନାଲ୍ ପୂର୍ବର ସବୁ ଫାଇନାଲଠାରୁ ସ୍ବତନ୍ତ୍ର ବୋଲି କୁହାଯାଉଛି।

ନ୍ୟୁଜିଲାଣ୍ଡ ଟିମ୍ :

ମାର୍ଟିନ ଗପ୍ଟିଲ, ହେନରି ନିକୋଲ୍ସ, କେନ୍ ୱିଲିୟମସନ୍ (ଅଧିନାୟକ), ରସ୍ ଟେଲର, ଟମ୍ ଲାଥାମ, କଲିନ୍ ଡି ଗ୍ରାଣ୍ଡହୋମେ, ଜେମ୍ସ ନିସାମ, ମିଚେଲ ସେଣ୍ଟନର, ମ୍ୟାଟ୍ ହେନରି, ଲୋକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ ।

ଇଂଲଣ୍ଡ ଟିମ୍ :

ଜେସନ ରୟ, ଜନି ବେୟରଷ୍ଟୋ, ଜୋ ରୁଟ୍, ଇୟୋନ ମାର୍ଗନ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର, କ୍ରିସ୍ ଓକ୍ସ, ଲିୟାମ ପ୍ଲଙ୍କେଟ, ଜୋଫ୍ରା ଆର୍ଚର, ଆଦିଲ ରାସିଦ, ମାର୍କ ଉଡ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.