ଇଂଲଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | June 26, 2019 IST

ଲଣ୍ଡନ ୨୬|୬:  ବିଶ୍ବକପ୍ ରେ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଇଂଲଣ୍ଡକୁ ହରାଇ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ଇଂଲଣ୍ଡକୁ ୬୪ ରନ୍ ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଇଂଲଣ୍ଡ ଆଗରେ ୨୮୬ ରନ ବିଜୟ ଲକ୍ଷ୍ୟ ଦେଇଥିଲା ଅଷ୍ଟ୍ରେଲିଆ । ଇଂଲଣ୍ଡ ଇଂନିଂସର ଦ୍ବିତୀୟ ବଲ୍ ରେ ହିଁ ଭିନସ୍ ଙ୍କ ୱିକେଟ୍ ହରାଇଥିଲା । ୫୩ ରନ୍ ରେ ଟପ୍  ୪ ବ୍ୟାଚସମ୍ୟାନ୍ ଙ୍କୁ ହରାଇଥିଲା ଇଂଲଣ୍ଡ । ତେବେ ମିଡିଲ୍ ଅର୍ଡରରେ ଷ୍ଟୋକସ୍ ଓ ବଟଲର ଲଢେଇ କରିଥିଲେ ବି ଦଳକୁ ଜିତାଇବାରେ ସକ୍ଷମ ହୋଇନଥିଲେ ।

{"id":127216}

ଇଂଲଣ୍ଡ ୪୪.୪ ଓଭରରେ ସମସ୍ତ ୱିକେଟ୍  ହରାଇ ୨୨୧ ରନ୍ କରିପାରିଥିଲା । ଷ୍ଟୋକସ୍  ୮୯, ବଟଲର ୨୫, ବେରେଷ୍ଟୋ ୨୭, ୱେକସ୍  ୨୬ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ବେରେନ୍ ଡ୍ରଫ୍ ୫ଟି ଓ ମିଚେଲ୍ ଷ୍ଟାର୍କ ୪ଟି ୱିକେଟ୍  ନେଇ ଇଂଲଣ୍ଡ ବ୍ୟାଟିଂ ଅର୍ଡରକୁ ଧୁଳିସାତ୍ କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟଂ କରି ଇଂଲଣ୍ଡ ବୋଲରଙ୍କୁ ଭଲ ମୁକାବିଲା କରିଥିଲା । ଓପନ୍ ର  ଫିଞ୍ଚ ଶତକ ଓ ୱାର୍ଣ୍ଣରଙ୍କ ୫୩ ରନ୍ ରନ୍ ସହ ସ୍ମିଥ ଓ କେରିଙ୍କ ୩୮ ରନ୍ ଲେଖାଏଁ ସହାୟତା ବଳରେ ଅଷ୍ଟ୍ରେଲିଆ ୭ ୱିକେଟ୍  ହରାଇ ୨୮୫ ରନ୍ କରିଥିଲା । 

{"id":127217}

ଏହି ବିଜୟ ସହ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି । ଅଷ୍ଟ୍ରେଲିଆ ଏବେ ସୁଦ୍ଧା ୭ଟି ମ୍ୟାଚରୁ ୬ଟି ବିଜୟ ହୋଇ ୧୨ ପଏଣ୍ଟ ପାଇଛି । ସେପଟେ ଇଂଲଣ୍ଡ ପାଇଁ ସେମିରେ ପହଞ୍ଚିବା କଷ୍ଟକର ହେବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.