MSME କ୍ଷେତ୍ର ହେବ ବ୍ୟାପକ, ରାଜ୍ୟରେ ବିଶ୍ବସ୍ତରୀୟ ଟୁଲ୍‌ ରୁମ୍ ସେଣ୍ଟର

Published By : Prameya-News7 Bureau | February 12, 2020 IST

ଭୁବନେଶ୍ବର ୧୨।୦୨: ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଲାଗି ଦୁଇଟି ବଡ଼ କାର୍ଯ୍ୟକ୍ରମ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ସରକାର ରାଜ୍ୟରେ ୨୮୦ କୋଟି ଟଙ୍କା ବ୍ୟୟରେ ରାଉରକେଲାରେ ଜାତୀୟ ସ୍ତରର ଟୁଲ ରୁମ୍ ସେଣ୍ଟର କରିବା ସହ ୪ଟି ଜିଲ୍ଲାରେ ଏକ୍ସେଟେନସନ ସେଣ୍ଟର କରିବା ନେଇ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ଏବର୍ଷ ଶେଷ ସୁଦ୍ଧା ରାଜ୍ୟରେ ହଜାରେ ଷ୍ଟାର୍ଟଅପ୍‌କୁ ସାହାଯ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମ୍‌ଏସ୍‌ଏମ୍‌ଇ ବିଭାଗ ଏବଂ HDFC ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି ।

{"id":223724,"sizeSlug":"large"}

ଓଡ଼ିଶାରେ ହେବ ବିଶ୍ବସ୍ତରୀୟ ଟୁଲ୍‌ ରୁମ୍ ସେଣ୍ଟର। ରାଉରକେଲାରେ ୨ଶହ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନରେ ଏହି ସେଣ୍ଟର ତିଆରି ହେବ। ସେଠାରେ ମାନୁଫାକ୍‌ଚରିଂ ସେକ୍ଟର ଲାଗି ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏହାସହ ୮୦ କୋଟି ଟଙ୍କା ବ୍ୟୟରେ ୪ଟି ଜିଲ୍ଲାରେ ହେବ ୪ଟି ଏକ୍ସଟେନସନ୍ ସେଣ୍ଟର। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି।

{"id":223725,"sizeSlug":"large"}

କେନ୍ଦ୍ରମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ ପ୍ରତାପ ଷଡ଼ଙ୍ଗୀ। ଆଲୋଚନା ପରେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ଓଡ଼ିଶାରେ କେନ୍ଦ୍ରୀୟ ଅନୁଦାନରେ ଜାତୀୟ ସ୍ତରର ଟୁଲ ରୁମ୍ ସେଣ୍ଟର ଲାଗି ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାସହ ୨୦ କୋଟି ଟଙ୍କା ଲେଖାଏଁ ବ୍ୟୟରେ ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ବରରେ ୪ଟି ଏକ୍ସଟେନସନ୍ ସେଣ୍ଟର ଖୋଲିବ।

{"id":223726,"sizeSlug":"large"}

ଏପଟେ ୨୦୨୦ ଶେଷ ସୁଦ୍ଧା ୧୦୦୦ ଷ୍ଟାର୍ଟଅପ୍‌କୁ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଏବଂ HDFC ବ୍ୟାଙ୍କ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ HDFC ସ୍ମାର୍ଟ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବ। ରାଜ୍ୟର ସମସ୍ତ ୪୯ ଟି ସରକାରୀ ଆଇଟିଆଇର ଛାତ୍ରଛାତ୍ରୀଙ୍କୁ ଜୀବିକା କୌଶଳ କ୍ଷେତ୍ରରେ ଟ୍ରେନିଂ ପ୍ରଦାନ କରାଯିବ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ଭିତରେ ଏହି ଉଦ୍ୟମ ବାସ୍ତବ ରୂପନେଲେ ରାଜ୍ୟରେ ଆତ୍ମ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ।

{"id":223727,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.