Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭୁବନେଶ୍ବରରେ ବିଶ୍ବସ୍ତରୀୟ ରେଳ ଷ୍ଟେସନ, ରହିବ ମଲ୍ ଓ ମାର୍କେଟ୍ କମ୍ପ୍ଲେକ୍ସ : ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

7/09/2021 at 12:46 PM

ଭୁବନେଶ୍ବର ୭।୯: ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ସୁରୁଖୁରୁରେ ଚାଲିଛି ଗୃହକାର୍ଯ୍ୟ । ଗୃହରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି, ସ୍ମାର୍ଟସିଟି ମିଶନ ଅନ୍ତର୍ଗତ ଭୁବନେଶ୍ବରରେ ବିଶ୍ବସ୍ତରୀୟ ରେଳ ଷ୍ଟେସନର ବିକାଶ କରାଯାଉଛି । ପ୍ଲାଟଫର୍ମ ନଂ ୧ ଓ ୬ ପାଖରେ ଖାଲିଥିବା ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ବାରମ୍ବାର ଦାବି କରିବା ସତ୍ତ୍ବେ ବି ରେଳ ବିଭାଗ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ । ତେଣୁ ରାଜ୍ୟ ସରକାର ନିଜସ୍ଵ ଅର୍ଥରେ ଷ୍ଟେସନର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି ।

କୋଭିଡ୍ ସ୍ଥିତି, ଜମି ଅଧିଗ୍ରହଣ, ରେଳ ବିଭାଗର କ୍ଲିୟରାନ୍ସ ପାଇଁ କାର୍ଯ୍ୟରେ ବିଳମ୍ବ ହୋଇଛି । ଷ୍ଟେସନ ନିକଟରେ ଏକ ୧୯ ମହଲା ବିଲ୍ଡିଂ ହେବ । ମଲ୍ ଓ ମାର୍କେଟ୍ କମ୍ପ୍ଲେକ୍ସ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ବିଲ୍ଡିଂ ନିର୍ମାଣ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କ୍ଲିୟରାନ୍ସ ଆବଶ୍ୟକ ଥିବାବେଳେ ତାହା ମିଳିସାରିଛି । ପ୍ଲାନ୍ ଓ ଡିଜାଇନ୍ ବି ଶେଷ ହୋଇଛି । ରେଳ ଷ୍ଟେସନର ପ୍ଲାଟଫର୍ମକୁ ରେଳ ବିଭାଗ ବିକାଶ କରିବ ଓ ପାରିପାର୍ଶ୍ବିକ ଭିତ୍ତିଭୂମିର ବିକାଶ କରିବେ ରାଜ୍ୟ ସରକାର ।

   Related Posts